ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ବ୍ରିଜ୍ ତଳକୁ ଖସିଲା ବସ୍ ୭ମୃତ ୩୦ରୁ ଅଧିକ ଆହତ

ଆହତମାନଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ବସ୍‌ ତଳେ ଆଉ କିଛି ଯାତ୍ରୀ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ବ୍ରିଜ୍ ତଳକୁ ଖସିଲା ବସ୍ ୭ମୃତ ୩୦ରୁ ଅଧିକ ଆହତ
ଦୁର୍ଘଟଣା ପରେ ବିଜ୍ ତଳକୁ ଖସିପିଡ଼ିଥିବା ବସ୍
  • News18 Odia
  • Last Updated: January 29, 2020, 10:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

 

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ୨୯ ତାରିଖ ଭୋର ୩ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟି ଏକ ଯାତ୍ରୀବାହୀ ବସ୍ ତପ୍ତପାଣି ଘାଟି ତଳକୁ ଖସପଡ଼ିବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ରାତିରେ ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରି ବସ୍ ତଳେ ଚାପି ହୋଇଯାଇଥିବା ଆହତ ଏବଂ ମୃତକଙ୍କୁ ବାହାର କରୁଛନ୍ତି । ଆହତମାନଙ୍କୁ ଦିଗପହଣ୍ଡି ଏବଂ ଗୁରୁତରମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ବସ୍‌ ତଳେ ଆଉ କିଛି ଯାତ୍ରୀ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଉଦ୍ଧାର କାମରେ ୪ଟି ଦମକଳ ବାହିନୀ ଲାଗିଛନ୍ତି ।

‘ମାରୁତି‘ ନାମକ ଏକ ଯାତ୍ରୀବାହୀ ବସ୍‌ଟି ରାୟଗଡ଼ାର ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭୋର୍‌ ପ୍ରାୟ ସାଢ଼େ ତିନିଟାରୁ ଚାରିଟା ମଧ୍ୟରେ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବସର ବ୍ରେକ ଫେଲ୍ ହୋଇଯିବାରୁ ଘାଟିରେ ଭାରସାମ୍ୟ ହରାଇବା ଯୋଗୁ ବସ୍‌ଟି ଓଲଟି ପଡ଼ିଥିଲା। ସମସ୍ତ ମୃତଦେହକୁ ଦିଗପହଣ୍ଡି ମେଡିକାଲକୁ ଅଣାଯାଇଛି । ଦୁଇ ଜଣ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ରାୟଗଡ଼ାର ଝୁନୁ ବେହେରା, ବିଦ୍ୟୁତ ନାୟକ । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୁର୍ଘଟଣା ଘଟିଥିବା ବସ୍ ରେ ଥିଲେ ରାୟଗଡା ରାଣିଗୁଡାର ମାଆ ଝିଅ ସଂଘମିତ୍ରା ମହାପାତ୍ର ଏବଂ ଅନ୍ବେଶା ମହାପାତ୍ର । ହେଲେ ଏବେ ସେମାନଙ୍କର କଣ ହୋଇଛି ସେନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି । ରାତିରେ ବସରେ ଦୁଇ ଜଣଙ୍କୁ ବସାଇ ଆସିଥିଲେ ପରିବାର ଲୋକେ  । ଏବେସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିନାହିଁ ।

ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପଚାରିବାରେ ‘‘ ଭୋର ୩ଟା ୨୦ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘନ କୁହୁଡ଼ି ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଗାଡ଼ିର ବେଗ ଅଧିକ ଥିବା ଯାତ୍ରୀମାନେ କହୁଥିବାବେଳେ ଏନେଇ ତଦନ୍ତ କରାଯିବା ପରେ ସମସ୍ତ ବିଷୟ ସ୍ପଷ୍ଟ ହେବ । ଆହତମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇଦିଆଯାଉଥିବାବେଳେ ଅଧିକ ଚିକିତ୍ସା ଆବଶ୍ୟକହେଲେ ତାହା ମଧ୍ୟ ଦିଆଯିବ । ସେହିପରି ମୃତକଙ୍କ ପାଇଁ ଯଥାସମ୍ଭବ ସହାୟତା ରାଶି ଘୋଷଣା କରାଯିବ । ସମସ୍ତ ବିଷୟ ତଦନ୍ତ ପରେ ଜଣାପଡ଼ିବ । ବର୍ତ୍ତମାନ ସମସ୍ତେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି‘‘ ବୋଲି କହିଥିଲେ ।
First published: January 29, 2020, 10:42 AM IST
corona virus btn
corona virus btn
Loading