Cyclonic Storm Asani: ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି; ଆନ୍ଧ୍ର ପ୍ରଦେଶ ଆଡକୁ ମୁହାଁଉଛି

ଆଜି ସ୍ଥଳଭାଗ ଛୁଇଁବ ଅସାନି । ଆନ୍ଧ୍ରପ୍ରଦେଶ କାକିନାଡା- ବିଶାଖାପାଟଣା ଦେଇ ଗତି କରିବ ବାତ୍ୟା । ଗତକାଲି ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଆଜି ଭୀଷଣ ବାତ୍ୟାରୁ ଏହା ଦୁର୍ବଳ ହୋଇଛି।

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି

  • Share this:
News18 Odia Digital

ଭୁବନେଶ୍ବର: ବାତ୍ୟାର ରୂପ ନେଇ ଆନ୍ଧ୍ର ପ୍ରଦେଶ ଆଡକୁ ମୁହାଁଉଛି ଅସାନି। ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ୫୫୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଅସାନି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ସ୍ଥଳଭାଗ ଛୁଇଁବ ଅସାନି । ଆନ୍ଧ୍ରପ୍ରଦେଶ କାକିନାଡା- ବିଶାଖାପାଟଣା ଦେଇ ଗତି କରିବ ବାତ୍ୟା । ଗତକାଲି ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଆଜି ଭୀଷଣ ବାତ୍ୟାରୁ ଏହା ଦୁର୍ବଳ ହୋଇଛି।

ପାଣିପାଗ ବିଭାଗ କହିଛି ଯେ ଏହି ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସନ୍ଧ୍ୟା ସୁଦ୍ଧା ବାହାରିବ। ତା’ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ବଙ୍ଗୋପସାଗର ଆଡକୁ ଗତି କରିବାର ସମ୍ଭାବନା ଅଛି। ସେହିପରି ୧୨ ତାରିଖ ସକାଳ ସୁଦ୍ଧା ଏହା ଧୀରେ ଧୀରେ ଏକ ଅବସାଦରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ରିପୋର୍ଟ ମୁତାବକ, ମାସିଲିପାଟନମ୍ (ଆନ୍ଧ୍ର ପ୍ରଦେଶ) ରେ ଡୋପଲର୍ ପାଣିପାଗ ରାଡାର (DWR) ର ନିରନ୍ତର ତତ୍ତ୍ୱାବଧାନରେ ଏହି ଘୂର୍ଣ୍ଣିବଳୟ ଝଡ଼।

ଦିଗ ବଦଳାଇ କିଛି ବାଟ ଆନ୍ଧ୍ର ମୁହାଁ ହେବା ସହିତ ଏହି ଭୀଷଣ ବାତ୍ୟା କାକିନାଡା ପାଖରେ ସାମାନ୍ୟ ସ୍ଥଳଭାଗ ପାଖକୁ ଯାଇ ପୁଣି ଦିଗ ପରିବର୍ତ୍ତନ କରିବ । ଫଳରେ ଓଡ଼ିଶା ପ୍ରତି ବିପଦ ଆପାତତଃ ଟଳିଯାଇଛି ଓ ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ନୁହେଁ, ବରଂ ବହୁ ଦୂରରେ ଅତି ଦୁର୍ବଳ ଚେହେରା ନେଇ ବାତ୍ୟା ଆଗକୁ ବଢ଼ିବ ।

ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କୋରାପୁଟ, ରାୟଗଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ଆଇଏମ୍‌ଡି ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଅପରପକ୍ଷେ ଗଜପତି, ଗଞ୍ଜାମ, ପୁରୀରେ ଆସନ୍ତାକାଲି ୭୦ ରୁ ୨୦୦ ମିମି ବର୍ଷା ହେବ ବୋଲି ଆକଳନ କରାଯାଇଛି। ୧୨ ତାରିଖ ଦିନ ମଧ୍ୟ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଆସନ୍ତା ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଇଏମ୍‌ଡି ପକ୍ଷରୁ ସତର୍କ କରାଯାଇଛି।
Published by:Lipina Das
First published: