- News18 Odia
- Last Updated :
- New Delhi, India
News 18 Odia Digital
ପୁରୀ ; ଓଡ଼ିଶା ୨୦୨୩ର ବିଶ୍ୱକପ ହକି ଆୟୋଜନ କରୁଛି।ଏହା ଭୁବନେଶ୍ୱର ଓ ରାଉରକେଲା ରେ ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ହକି ର ପ୍ରଚାର ପ୍ରସାର ଓ ଲୋକପ୍ରିୟତା ପାଇଁ ଏହି ବିଶ୍ୱକପ ଟ୍ରଫି କୁ ବିଭିନ୍ନ ରାଜ୍ୟ,କେନ୍ଦ୍ର ଶାସିତ ଅଞ୍ଚଳ ଓ ଆମ ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। "ପୁରୀ ଜିଲ୍ଲାରେ ଚଳିତ ମାସ ୨୬ ରେ ଏହି ଟ୍ରଫି ପହଞ୍ଚିବ। ୨୭ ତାରିଖ ସକାଳ ୭ ଘଟିକାରେ ଭିକ୍ଟୋରିଆ ହୋଟେଲ ସି ବିଚ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫି କୁ ସ୍ୱାଗତ କରାଯିବ।
ପରେ ଦିବା ୯ ଘଟିକା ସୁଦ୍ଧା ଟ୍ରଫି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରୁ ସାଂସ୍କୃତିକ ଦଳ ମାଧ୍ୟମରେ ସ୍ୱାଗତ କରାଯାଇ ଅରୁଣ ସ୍ତମ୍ଭ ପାଖକୁ ନିଆଯାଇ ବେଦମନ୍ତ୍ର ସହ ପୂଜାର୍ଚ୍ଚନା ଓ ଖଣ୍ଡୁଆ ପାଟ ଅର୍ପଣ କରାଯିବ ବୋଲି ସ୍ଥିର ହୋଇଛି।ଏ ସମ୍ପର୍କରେ ଏକ ବୈଠକ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ଭବତାରଣ ସାହୁ ଅଧ୍ୟକ୍ଷତା କରିବା ସହ ଚଳିତ ବର୍ଷ ଓଡିଶା ବିଶ୍ୱକପ ହକିର ଆୟୋଜନ କରୁଥିବାରୁ ଆମ ଜିଲ୍ଲା ଓ ଶ୍ରୀମନ୍ଦିର ଛତିଶା ନିଯୋଗ ପକ୍ଷରୁ ଏହାକୁ ଭବ୍ୟ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ନିକଟରେ ପ୍ରଦର୍ଶନ କରାଯିବ ବୋଲି କହିଥିଲେ। "
"ଏହି ବୈଠକରେ ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ଗରାବଡୁ ନିଯୋଗ ସମ୍ପାଦକ ରଜତ ପ୍ରତିହାରୀ, ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର, ଖୁଣ୍ଟିଆ ନିଯୋଗ ସଭାପତି କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ଘଣ୍ଟୁଆ ନିଯୋଗର ସଭାପତି ଗୌରହରି ପ୍ରଧାନ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର, ଅନନ୍ତ ତିଆଡି, ଦୂର୍ଗା ଦାସମହାପାତ୍ର, ସିଂହାରୀ ଜଗନ୍ନାଥ କର, ମାଧବ ପୂଜାପଣ୍ଡା,ବରିଷ୍ଠ ସଦସ୍ୟ ଦାମୋଦର ମହାସୁଆର, ସୁଆର ମହାସୁଆର ନିଯୋଗ ର ସମ୍ପାଦକ ନାରାୟଣ ମହାସୁଆର, ମହାସୁଆର ନିଯୋଗ ସମ୍ପାଦକ ଗଣେଶ ମହାସୁଆର, ପ୍ରତିହାରୀ ନିଯୋଗ ସମ୍ପାଦକ ରାମ ନାରାୟଣ ଗୋଛିକାର, ମଧୁସୂଦନ ଖୁଣ୍ଟିଆ, ହରି ନାରାୟଭଣ ଖୁଣ୍ଟିଆ, ଶ୍ୟାମ ସୁନ୍ଦର ମହାପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, କ୍ରିଡା ସଂସଦର ସମ୍ପାଦକ ରବିଶଙ୍କର ପ୍ରତିହାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।