ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଦେହାନ୍ତ; ଖବର ସଂଗ୍ରହ ପାଇଁ ଆସୁଥିଲେ ପୁରୀ

ହୋଇ ପାରିଲାନି କାଳିଆ ଦର୍ଶନ। ଅଧା ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି।

ଅଶୋକ ପଣ୍ଡା (ପ୍ରତୀକାତ୍ମକ ଛବି)

ଅଶୋକ ପଣ୍ଡା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ହୋଇ ପାରିଲାନି କାଳିଆ ଦର୍ଶନ। ଅଧା ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି। ରଥଯାତ୍ରାର ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ଏହି  ଦୁର୍ଘଟଣା ଘଟିଛି।

ଅଶୋକ ଦୈନିକ ଖବରକାଗଜ ‘ସମୟ’ ସହ ଦୀର୍ଘ ଦିନ ଧରି ଜଡ଼ିତ ଥିଲେ। ବାଇକରେ ପୁରୀ ଯାଉଥିବା ବେଳେ ଅଜଣା ଗାଡ଼ି ସହ ଅଶୋକଙ୍କ ଗାଡ଼ି ଧକ୍କା ହୋଇଥିଲା। ସାତଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Published by:Soumya Das
First published: