ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା

ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି, ‘‘ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି | ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି? ’’

ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା

ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟସଭା ପାଇଁ ବିଜେଡି ତା'ର ଚାରି ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଆଶାୟୀ ବରିଷ୍ଠ ନେତାଙ୍କୁ ନିରାଶ ହେଵାକୁ ପଡ଼ିଛି। ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ ସେ କେବେ ରାଜ୍ୟସଭା ଯିବା କଥା କହି ନଥିଲେ କିମ୍ବା ଲବି କରିନଥିଲେ ବରଂ ସୁପ୍ରିମୋ ତାଙ୍କୁ ପଠେଇବା କଥା କହିଥେଲେ।

ଏବେ ସୁପ୍ରିମୋ ଯାହା ଠିକ ଭାବିଲେ ତାହା କଲେ। ସେପଟେ ବିଜେଡି କହିଛି ଉପଯୁକ୍ତ ପ୍ରାର୍ଥୀଙ୍କୁ ନବୀନ ରାଜ୍ୟସଭା ପଠାଇଛନ୍ତି। ନବୀନଙ୍କ ସପ୍ରାଇଜ ପ୍ରାର୍ଥୀ ନିରଞ୍ଜନ ବିଶିକୁ ରାଜ୍ୟ ସଭା ଟିକଟ ଦେଇ ଆଦିବାସୀ କାର୍ଡ ଖେଳିଥିବା ନେଇ ଚର୍ଚ୍ଚା ହେଉଛି। ବିରୋଧୀ କହିଛନ୍ତି ଆଦିବାସୀ ନେତାଙ୍କୁ ନିର୍ବାଚନ ଲଢ଼େଇରେ ଆଦିବାସୀଙ୍କ ବିକାଶ ହୁଏନି ରୋଜଗାର ଦେଲେ ବିକାଶ ହୋଇଥାଏ।

ରାଜ୍ୟ ସଭା ପଦ ପାଇଁ ଚାରି ଜଣ ନେତାଙ୍କ ନାମ ଘୋଷଣା ପରେ ଏବେ ବରିଷ୍ଠ ନେତା ଅଭିମାନ। ପ୍ରସନ୍ନ ପାଟ୍ଟଶାଣୀଙ୍କ ଅଭିମାନ। ପ୍ରସନ୍ନ କହିଛନ୍ତି, ‘‘ମୁଁ ତ କେବେ କହି ନାହିଁ ମୁଁ ରାଜ୍ୟସଭା ଯିବି ବୋଲି। ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି? ମୋତେ ପଠାଅ ପଠାଅ ବୋଲି କହିଛି କେବେ? ସେ ମୋର ସୁପ୍ରିମ ସେ କହିଥିଲେ। ଦଳର ଭଲ ପାଇଁ ଗୋଟେ ଯାଉ ଲଢ଼େଇ କରୁ। ସେ ନିଜେ କହିଥିଲେ। ସେ କଣ ଭାବିଲେ ସେ ଭିତରେ ବା ତାଙ୍କ ଭାବନା ଭିତରକୁ ମୁଁ କେମିତି ଯିବି। କାରଣ ଆମର ଏଠି ଯେଉଁମାନେ ଭଲ କାମ କରନ୍ତି କିଛି ନିନ୍ଦୁକ ଆଉ ଈର୍ଷୁକ ସମାଲୋଚନା ଆରମ୍ଭ କରି ଦିଅନ୍ତି। ମୁଁ ଦେଖିଛି। କେତେ ଦଳରେ ଥିଲି ପରା। ହାତରେ ଥିଲି, ଚକ୍ରରେ ଥିଲି, ଶଙ୍ଖରେ ଥିଲି, ଆଉ କେତେ ଦଳରେ ଥାନ୍ତି। ସବୁ ଦଳକୁ ଚିହ୍ନି ଦେଇଛି।’’

ଆପଣଙ୍କୁ ରାଜ୍ୟସଭା ନ ଦିଆଯିବା ପଛରେ କାରଣ କଣ ବୋଲି ପ୍ରଶ୍ନରେ ପ୍ରସନ୍ନଙ୍କ ଉତ୍ତର କହିଛନ୍ତି, ‘‘କହିବି କାହିଁକି। କାରଣ ଟା କାହିଁକି ଅକାରଣ ହେବ। ଦଳର ମୁଁ ସିନିୟର ଭାଇସ ପ୍ରେସିଡେନ୍ସ। ତେଣୁ ଏଇ ସମୟରେ ମୋ ସ୍ୱାର୍ଥ ପାଇଁ କାହା ବିରୁଦ୍ଧରେ କହିବାର ନାହିଁ, ମୁଁ ସେମିତି ଚାଲିଥିବି। ଯେ ପର୍ଯ୍ୟନ୍ତ ଦଳରେ ଥିବି। ଜଗନ୍ନାଥ ସବୁ ଦେଖୁଛି। ମୁଁ ଖାଲି ଏତିକି କହିବି ଯେଉଁ ଲୋକମାନେ ଯାଇଛନ୍ତି ଭଲ ଲୋକମାନଙ୍କୁ ପଠାଇଛନ୍ତି। ୟୁଥମାନଙ୍କୁ ପ୍ରୋତ୍ସାହନ ଦେବାର ଅର୍ଥ ଦଳ କ୍ଷମତାକୁ ଆସିବ। ମୁ ଆଦୌ ନିରାଶ ନୁହେଁ। ମସ୍ତିସ୍କରେ ପଜିଟିଭ ଚିନ୍ତାଧାରା ରହିବା ଆବଶ୍ୟକ। ମୁଁ ପଜିଟିଭ ଚିନ୍ତା ନେଇ ଯୋଗ କରୁଛି।’’

୨୦୧୯ ନିର୍ବାଚନ କଥା କହି ଦଳର ନିଷ୍ପତ୍ତିକୁ ତେରଛା ବାଣ ମାରିଲେ ପ୍ରସନ୍ନ। ଆଉ କହିଥିଲେ, ‘‘ଲୋକସଭା କଣ ହେଲା ମୋର ଭୁଲ। ଦଳ ଯାହାକୁ ଟିକେଟ ଦେଲେ ମୁଁ ସମ୍ମାନ ଜଣାଇଲି ଆଉ ସମର୍ଥନ କଲି। ସେ ହାରିଗଲେ ସେଇଟା କଣ ତାଙ୍କର ଭୁଲ ନା ଲୋକଙ୍କର ଭୁଲ। ତମେ କେମିତି ଡିଲ କରୁଛ କେମିତି ଅର୍ଗାନାଇଜ କରୁଛ ଆଉ ଲୋକଙ୍କ ବିପଦରେ କେମିତି ଠିଆ ହୋଇ ପାରୁଛ। ସେଇଟା ଲୋକଙ୍କ ଉପରେ ନିର୍ଭର କରୁଛି। ସମସ୍ତେ କଣ ଗୋପବନ୍ଧୁ ହୋଇଯିବେ? ମୁଁ ଆଉ ଆଶାୟୀ ନାହିଁ। କାହିଁକି ହେବି ଆଶାୟୀ ହେଉଛି ନିରାଶାର କାରଣ।’’

ସେପଟେ ପ୍ରଦୀପ ମାଝୀ ବି କହିଛନ୍ତି, ‘‘ଦଳରେ ରହିବେ ଓ ଲୋକଙ୍କ ପାଇଁ ସେବା କରିବେ।’’ ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ଯେ ଯୋଗ୍ୟ ଓ ଦକ୍ଷ ଲୋକଙ୍କୁ ପଠାଇଛନ୍ତି। ଚାରି ବର୍ଗକୁ ଧ୍ୟାନରେ ରଖି ନବୀନ ଏହି ନିଷ୍ପତ୍ତି ଗ୍ରହଣ କରିଥିବାର ସ୍ପଷ୍ଟ ହୋଇଛି।

ମହିଳା, ଓବିସି, ସଂଖ୍ୟାଲଘୁ ଓ ଆଦିବାସୀ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମ ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ସବୁ ବର୍ଗ ସହିତ ସେ ଅଛନ୍ତି।

ସୁଲତା ଦେଓ ବିଜେଡିର ଜଣେ ଆଗଧାଡି ନେତ୍ରୀ। ଦୀର୍ଘ ବର୍ଷ ଧରି ସେ ଏହି ଦଳରେ ଅଛନ୍ତି। ହେଲେ ତାଙ୍କୁ କୌଣସି ପଦପଦବୀ ଦିଆଯାଇ ନ ଥିଲା। ସମାଜ କଲ୍ୟାଣ ବୋର୍ଡ, ବିଜେଡି ପ୍ରବକ୍ତା ଓ ପରବର୍ତ୍ତୀ ସମୟରେ ତାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଠା କରାଯାଇଛି। ହେଲେ ତାହାର କୌଣସି ମାନେ ନ ଥିଲେ ମଧ୍ୟ ସୁଲତା ସୁଚାରୁ ରୂପେ ଏହି କାର୍ଯ୍ୟ କରିଛନ୍ତି। ଫଳରେ ନବୀନ ଶେଷରେ ତାଙ୍କୁ ରାଜ୍ୟସଭା ପଠାଇବାକୁ ଉଚିତ ମନେ କଲେ।

ସେହିପରି ମାନସ ମଙ୍ଗରାଜ ମଧ୍ୟ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୁପରିଚାଳନା କରିବା କାର୍ଯ୍ୟ ସେ ଦକ୍ଷତାର ସହ କରିଛନ୍ତି। ତାଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ଭାବେ ନିଯୁକ୍ତି ଦେଇଛନ୍ତି। ଏହା ଦ୍ବାରା ସେ ବିଜେଡିର ଭାବମୂର୍ତ୍ତିକୁ ଗଣମାଧ୍ୟମରେ ଠିକ ଭାବେ ରଖିବା କାର୍ଯ୍ୟ ମଧ୍ୟ କରି ଦେଖାଇଛନ୍ତି।

ଅନ୍ୟତମ ପ୍ରାର୍ଥୀ ସସ୍ମିତ ପାତ୍ର ରାଜ୍ୟସଭାରେ ଯେତିକି ଦିନ ଥିଲେ ସେଥିରେ ସେ କେବଳ ବିଜେଡି କାହିଁକି ରାଜ୍ୟର ଟେକ ରଖିବାରେ ସକ୍ଷମ ହୋଇପାରିଥିଲେ। ତାଙ୍କର ବିଚକ୍ଷଣ ବୁଦ୍ଧି ସହିତ ଜାତୀୟ ତଥା ଆନ୍ତର୍ଜାତୀୟ ରାଜନୀତିରେ ସେ ବେଶ ପାରଙ୍ଗମ। ପ୍ରଥମ ଥର ନିର୍ବାଚନ ହୋଇ ମଧ୍ୟ ସେ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ ପାଇଁ ମନୋନିତ ହେବା ନିଶ୍ଚିତ ଗର୍ବ ଓ ଗୌରବର କଥା। ସେ ପୁଣି ଥରେ ରାଜ୍ୟସଭାକୁ ଯିବାର ଆବଶ୍ୟକତା ଥିଲା ଯାହା ନବୀନ କରି ଦେଖାଇଛନ୍ତି।

ତେବେ ସବୁ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ବିଶି ହେଇଛନ୍ତି ଜଣେ ସପ୍ରାଇଜ ପ୍ରାର୍ଥୀ। କାରଣ ତାଙ୍କ ନାମ କେବେ ବି ଚର୍ଚ୍ଚାରେ ନ ଥିଲା। ନିରଞ୍ଜନ ବିଶି ହେଉଛନ୍ତି ବଲାଙ୍ଗୀରର ଜଣେ ତୁଙ୍ଗ ଆଦିବାସୀ ନେତା। ଯାହାଙ୍କର ସେଠାରେ ଏକ ବଡ଼ ସଙ୍ଗଠନ ରହିଛି। ସେ ମଧ୍ୟ ଓଡ଼ିଶା ଆଦିବାସୀ ସଙ୍ଗଠନର ମହାସଚିବ ଅଛନ୍ତି। ଦଳକୁ ପଶ୍ଚିମ ଓଡ଼ିଶାରେ ସୁଦୃଢ଼ କରିବା ପାଇଁ ତାଙ୍କୁ ନବୀନ ମନୋନିତ କରିଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ କହିଛନ୍ତି ନିର୍ବାଚନ ଲଢେଇରେ ବିକାଶ ହୋଇନଥାଏ। ବିକାଶ ପାଇଁ ଆଦିବାସୀଙ୍କ ଅଧିକାର କୁ ସରକାର ଗୁରୁତ୍ବ ଦେବା ଦରକାର।
Published by:Lipina Das
First published: