Satya Nayak Resigned: କଂଗ୍ରେସର ହାତ ଛାଡିଲେ ବରିଷ୍ଠ ସାମ୍ବାଦିକ ସତ୍ଯପ୍ରକାଶ ନାୟକ

Satyaprakash Nayak Resigned: ଦୁର୍ବଳ ହେଉଛି କଂଗ୍ରେସ! ହାତ ଛାଡିଲେ ବରିଷ୍ଠ ସାମ୍ବାଦିକ ସତ୍ଯପ୍ରକାଶ ନାୟକ।

ବରିଷ୍ଠ ସାମ୍ବାଦିକ ସତ୍ଯପ୍ରକାଶ ନାୟକ

ବରିଷ୍ଠ ସାମ୍ବାଦିକ ସତ୍ଯପ୍ରକାଶ ନାୟକ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Satyaprakash Nayak Resigned: କଂଗ୍ରେସର ହାତ ଛାଡିଲେ ବରିଷ୍ଠ ସାମ୍ବାଦିକ ସତ୍ଯପ୍ରକାଶ ନାୟକ(Satya Prakash Nayak)। କଂଗ୍ରେସ ସଭାପତି (President Of Congress)ଙ୍କୁ ଚିଠି ଲେଖି ନିଜ ଇସ୍ତଫା ଦେଇଛନ୍ତି।

ପରିବର୍ତ୍ତନ କଠିନ, କିନ୍ତୁ ସେହିପରି ତୁମେ କେଉଁଠାରେ ରହିଛ ଓ ତୁମର ମୂଲ୍ୟବୋଧ ପ୍ରଶଂସିତ ନୁହେଁ…ଭାରି ହୃଦୟ ସହିତ ମୁଁ ଆଜି INC ରୁ ଇସ୍ତଫା ଦେଇଛି ବୋଲି ଲେଖି ନିଜେ ଗଣମାଧ୍ୟମରେ ସୂଚନା ଦେଇଛି ସତ୍ୟ ପ୍ରକାଶ ନାୟକ।

ବରିଷ୍ଠ ସାମ୍ୱାଦିକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆଶା କରୁଛି ଆପଣ ଭଲ ଥିବେ। ମୁଁ ମୋ କ୍ୟାରିଅରରେ ଏତେ ବଡ଼ ନିଷ୍ପତ୍ତି ନେବା ପଛର କାରଣ ବାବଦରେ ଆପଣଙ୍କୁ ଜଣାଇବା ପାଇଁ ଏହି ଚିଠି ଲେଖୁଛି। ଏହା ମୋର ସୌଭଗ୍ୟ ଯେ ଓଡିଶା ଓ କଂଗ୍ରେସ ଦଳ ପାଇଁ ମୁଁ କାମ କରିଛି....

ଓଡ଼ିଶାରେ ଲଞ୍ଚ ହେଲା ଗ୍ରୀଡ ସବ୍‌ଷ୍ଟେସନ; ଉପକୃତ ହେବେ ୪ଟି ଜିଲ୍ଲାର ୨ ଲକ୍ଷ ଲୋକ


ପୂର୍ବରୁ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଓ ମିଡିଆ ସେଲର ଆବାହକ ସତ୍ୟ ପ୍ରକାଶ ନାୟକ ଦଳର ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ରକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସର ଓଡିଶା ପ୍ରଭାରୀ ଚେଲା କୁମାରଙ୍କୁ ପଠାଇ ଦେଇଥିଲେ । ତେବେ ସେ ପୂର୍ବଭଳି କଂଗ୍ରେସରେ ରହିଥିବା ନେଇ ସେତେବେଳେ ସୂଚନା ଦେଇଥିଲେ ବି ଆଜି ବିଧିବଦ୍ଧ ଭାବେ ଦଳରୁ ବିଦାୟ ନେଇଛନ୍ତି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ କମ୍ପନ ଦେଖିବାକୁ ମିଳିଛି। ସେ ନିଜର ଇସ୍ତଫା ପତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଗତକିଛି ମାସ ତଳେ ପଦବୀ ଛାଡି଼ବା ସଂକ୍ରାନ୍ତରେ ଗଣମାଧ୍ୟମକୁ ସତ୍ଯ ପ୍ରକାଶ କହିଥିଲେ ଯେ,  ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହିତ ସେ ପୁରୀ ଲୋକସଭା ଆସନ ଦାୟିତ୍ୱରେ ରହିଥିଲେ । ଗତ ନିର୍ବାଚନରେ ସେ ପୁରୀ ସଂସଦୀୟ ଆସନରୁ କଂଗ୍ରେସ(Odisha Congress)  ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା ମଧ୍ୟ କରିଥିଲେ । ହେଲେ କଂଗ୍ରେସର ସଭାପତି ନିର୍ବାଚନରେ (Congress President Election) ସେ ଭୋଟ ଦେଇପାରିନଥିଲେ । ତାଙ୍କ କଥାରୁ ଏଇଟା ସ୍ପଷ୍ଟ ହୋଇଥିଲା ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଇଛି।
Published by:Soumya Das
First published: