ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ ହେଲା; ଅଜଣା ଗାଡ଼ି ଧକ୍କା ଦେଲା

Odisha senior journalist Jimuta Mangaraj dies in road mishap | ଦୁର୍ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ଜୀମୂତ ମଙ୍ଗରାଜ ରକ୍ତାକ୍ତ ହୋଇ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ଓ ତାଙ୍କୁ ହସପିଟାଲ୍ ନେବା ବ୍ୟବସ୍ଥା କରିଥିଲେ ।

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପରଲୋକ ହେଲା; ଅଜଣା ଗାଡ଼ି ଧକ୍କା ଦେଲା
ଜୀମୂତ ମଙ୍ଗରାଜ
  • News18 Odia
  • Last Updated: June 27, 2021, 10:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସ୍ୱନାମଧନ୍ୟ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ରବିବାର ସନ୍ଧ୍ୟା ପାଖାପାଖି ୮ଟା ବେଳେ ଭୁବନେଶ୍ୱର ନିକଟସ୍ଥ ଜାଆଁଳାରେ ଜାତୀୟ ରାଜପଥ ୧୬ ଉପରେ ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କ ପ୍ରାଣ ଚାଲିଯାଇଥିବା ଜଣାପଡ଼ିଛି ।

ମଙ୍ଗରାଜ ନିଜ ବାଇକରେ ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିବା ବେଳେ ଏକ ଅଜଣା ଗାଡ଼ି ତୀବ୍ର ଗତିରେ ଆସି ତାଙ୍କ ବାଇକକୁ ଧକ୍କା ମାରି ଚାଲିଯାଇଥିଲା । ମଙ୍ଗରାଜ ବାଇକରୁ ଖସିପଡ଼ିଥିଲେ ଓ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଏମ୍‌ସକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ଜୀମୂତ ମଙ୍ଗରାଜଙ୍କ ଅକାଳ ମୃତ୍ୟୁରେ ଭୁବନେଶ୍ୱରର ସାମ୍ବାଦିକତା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି । ସେ ସାରା ଓଡ଼ିଶାରେ ନିଜ ବିଶ୍ଳେଷଣାତ୍ମକ ଲେଖା ଓ ସ୍ତମ୍ଭ ପାଇଁ ବେଶ୍ ଜଣାଶୁଣା ଥିଲେ । ସେ ବହୁ ବର୍ଷ ଧରି ‘ସମ୍ବାଦ’ ଖବରକାଗଜ ସହ ଜଡ଼ିତ ଥିଲେ ।

ଦୁର୍ଘଟଣା ସ୍ଥଳରେ ଜୀମୂତ ମଙ୍ଗରାଜଙ୍କ ବାଇକ୍


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ଜଣେ ପ୍ରଡ୍ୟୁସର୍ ମୋତେ ହିରୋଙ୍କ ସହ ଶୋଇବାକୁ କହିଥିଲେସବୁ ଇଣ୍ଡଷ୍ଟ୍ରୀରେ ଏମିତି ହୁଏ…’’

କେଉଁ ଗାଡ଼ି ମଙ୍ଗରାଜଙ୍କ ବାଇକକୁ ଧକ୍କା ମାରି ଚାଲିଯାଇଛି ତାହା ଜାଣିବା ପ୍ରୟାସ ପୋଲିସ ଆରମ୍ଭ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ଯଦି ଜଣା ପଡ଼ିଥାନ୍ତା ତେବେ ମଙ୍ଗରାଜଙ୍କ ପ୍ରାଣ ହୁଏତ ବଞ୍ଚିଯାଇଥାନ୍ତା । ଦୁର୍ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ସେ ରକ୍ତାକ୍ତ ହୋଇ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ଓ ତାଙ୍କୁ ହସପିଟାଲ୍‌ ନେବା ବ୍ୟବସ୍ଥା କରିଥିଲେ ।



ଏହା ଏକ ଦ୍ରୁତ ଗତି ଜନିତ ସାଧାରଣ ସଡ଼କ ଦୁର୍ଘଟଣା କି ଜାଣିଶୁଣି କରାଯାଇଥିବା କାଣ୍ଡ ତାକୁ ନେଇ ବି ଖୋଳତାଡ଼ ଆରମ୍ଭ ହୋଇଛି । ଜୀମୂତ ମଙ୍ଗରାଜ ନିଜ ସାମ୍ବାଦିକତା ଯୋଗୁଁ ଅନେକ ଶତ୍ରୁ ସୃଷ୍ଟି କରିଥିବା କହିଛନ୍ତି ତାଙ୍କୁ ଜାଣିଥିବା ଜଣେ ସହକର୍ମୀ ।
Published by: Anand ST Das
First published: June 27, 2021, 10:19 PM IST