ଆରପାରିରେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ; ଶେଷକୃତ୍ୟ ସଂପନ୍ନ

ଆରପାରିରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ରାଜଗୁରୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ସହରର ସାମ୍ବାଦିକ, ଆଇନଜୀବୀ, ରାଜନେତା, ସ୍ୱେଚ୍ଛାସେବୀ ।

ଆରପାରିରେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ; ଶେଷକୃତ୍ୟ ସଂପନ୍ନ

ଆରପାରିରେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ; ଶେଷକୃତ୍ୟ ସଂପନ୍ନ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ଆରପାରିରେ ବ୍ରହ୍ମପୁର ସହରର ବରିଷ୍ଠ ସାମ୍ବାଦିକ ( Senior journalist ) ଚିରଞ୍ଜିତ ରାଜଗୁରୁ । ସକାଳ ଖବରକାଗଜର ବ୍ରହ୍ମପୁର ସହରର କ୍ରାଇମ ରିପୋର୍ଟର (Crime Reporter) ଭାବରେ ସୁପରିଚିତ ଥିଲେ ଚିରଞ୍ଜିତ । ଗତକାଲି ଛାତିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ (MKCG Medical) ଭର୍ତ୍ତି କରାଯାଇଥିଲା। ପରେ ଭେଣ୍ଟିଲେଟେର ରଖି ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର । ହେଲେ ଆଜି ଭୋର ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପ୍ରଚାରିତ ହେବାପରେ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବାକୁ ଭିଡ଼ ଜମିଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡିଙ୍କ ସମେତ ସହରର ବହୁ ସାମ୍ବାଦିକ, ଆଇନଜୀବୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଦଳମତ ନିର୍ବିଶେଷରେ ସମସ୍ତେ ଶେଷଯାତ୍ରାରେ ସାମିଲ ହୋଇଥିଲେ । ମରଶରୀରକୁ ତାଙ୍କ ବାସଭବନରୁ ଅଫିସ କାର୍ଯ୍ୟାଳୟ ପରେ ସହରର ପରିକ୍ରମା କରାଯାଇ ଗଞ୍ଜାମ ଓକିଲ ସଂଘ କାର୍ଯ୍ୟାଳୟ ନିକଟକୁ ନିଆଯାଇଥିଲା । ସମସ୍ତେ ଶେଷ ଦର୍ଶନ କରିଥିଲେ। ପରେ ଖୋଡାସିଙ୍ଗି ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ସ୍ୱର୍ଗତ ରାଜଗୁରୁ ପୂର୍ବରୁ ଧରିତ୍ରୀ ଓ ନିତିଦିନରେ କାର୍ଯ୍ୟ କରିଥିଲେ। ଜଣେ ନିର୍ଭିକ ସାମ୍ବାଦିକ ଭାବରେ ସେ ବେଶ ପରିଚିତ ହୋଇପାରିଥିଲେ। ଚିରଞ୍ଜିତଙ୍କ ପରିବାରରେ ଗୋଟିଏ କନ୍ୟା ଓ ପୁତ୍ର ସନ୍ତାନ ସମେତ ଧର୍ମପତ୍ନୀ, ବାପା, ମାଆ, ବଡଭାଇ ଓ ଭାଉଜ ରହିଛନ୍ତି । ସ୍ୱର୍ଗତ ଚିରଞ୍ଜିତ ସମସ୍ତଙ୍କର ପାଇଁ ରହିଥିଲେ ଅତି ଆପଣାର ଥିଲେ । ସବୁବେଳେ ହସ ହସ ମୁହଁ । କେବଳ ଗଣମାଧ୍ୟମ ମଧ୍ୟରେ ସେ ପରିଚିତ ନଥିଲେ ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ସେ ରହିଥିଲେ ଅତି ଆପଣାର ଚିଣ୍ଟୁ ଭାଇନା । ସେପଟେ ବରିଷ୍ଠ ସାମ୍ବାଦିକଙ୍କ ବିୟୋଗକୁ ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଟୁଇଟ୍ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏପରି ଏକ ବ୍ୟକ୍ତିତ୍ୱକୁ ହରାଇ ସମସ୍ତେ ତାଙ୍କୁ ଝୁରୁଛନ୍ତି ।

ଅଧିକ ପଢ଼ନ୍ତୁ -http://ଓଡ଼ିଆ ଭାଷା ସବୁଠୁ ମିଠା ଭାଷା; ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ
Published by:Soubhagya Mishra
First published: