ବରିଷ୍ଠ ଆଇଏଏସ୍ ମନୋଜ ମିଶ୍ର ଓ ସଂଜୟ ସିଂଙ୍କୁ ଭଲ ଲାଗେ ଭିକାରୀ ବଳଙ୍କ ଭଜନ

‘କୋଠ ଭୋଗ ଭଗ ଖିଆ’ ଭଜନକୁ ରିଟ୍ୟୁଟ କରି ମନୋଜ ଲେଖିଛନ୍ତି, ‘‘ଏହା ହେଉଛି ଏକ ଚିରନ୍ତନ ଭଜନ। ବାଲ୍ୟକାଳରେ ଏ ଭଜନ ଶୁଣି ମୁଁ ଆକର୍ଷିତ ହୋଇପଡୁଥିଲି।’’ ମନୋଜ ମିଶ୍ରଙ୍କ ଟ୍ୟୁଟରର ରିପ୍ଲାଇ ଦେଇ ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ ଲେଖିଛନ୍ତି, ‘‘ମୋତେ ମଧ୍ୟ ଏହି ଭଜନଟି ବହୁତ ଭଲ ଲାଗେ।’’

ବରିଷ୍ଠ ଆଇଏଏସ୍ ମନୋଜ ମିଶ୍ରଙ୍କ ପସନ୍ଦ ଭିକାରୀ ବଳଙ୍କ ଭଜନ

ବରିଷ୍ଠ ଆଇଏଏସ୍ ମନୋଜ ମିଶ୍ରଙ୍କ ପସନ୍ଦ ଭିକାରୀ ବଳଙ୍କ ଭଜନ

  • Share this:
News18 Odia Digital

ଭୁବନେଶ୍ବର: ବରିଷ୍ଠ ଆଇଏଏସଙ୍କ ଭଜନ ପ୍ରିତି। ଆଇଟି ସଚିବ ମନୋଜ ମିଶ୍ରଙ୍କୁ ଭିକାରୀ ବଳଙ୍କ ‘କୋଠ ଭୋଗ ଖିଆ’ ଭଜନଟି ବହୁତ ଭଲ ଲାଗେ। ଭାକାରୀ ବଳଙ୍କ ଜନ୍ମ ବାର୍ଷିକୀରେ ଟ୍ବିଟ କରି ସେ ଏଭଳି ନିଜର ଭାବ ପ୍ରକାଶ କରିଛନ୍ତି।

‘କୋଠ ଭୋଗ ଭଗ ଖିଆ’ ଭଜନକୁ ରିଟ୍ୟୁଟ କରି ମନୋଜ ଲେଖିଛନ୍ତି, ‘‘ଏହା ହେଉଛି ଏକ ଚିରନ୍ତନ ଭଜନ। ବାଲ୍ୟକାଳରେ ଏ ଭଜନ ଶୁଣି ମୁଁ ଆକର୍ଷିତ ହୋଇପଡୁଥିଲି।’’ ମନୋଜ ମିଶ୍ରଙ୍କ ଟ୍ୟୁଟରର ରିପ୍ଲାଇ ଦେଇ ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ ସିଂ ଲେଖିଛନ୍ତି, ‘‘ମୋତେ ମଧ୍ୟ ଏହି ଭଜନଟି ବହୁତ ଭଲ ଲାଗେ।’’



ଜଣାଣ କୋଠ ଭୋଗ ଖିଆଟିକୁ ରଚନା କରିଥିଲେ କ୍ଷୀରୋଦ ଚନ୍ଦ୍ର ପୋଥାଳ। ସ୍ୱର-ବାଳକୃଷ୍ଣ ଦାସ ଦେଇଥିବା ବେଳେ କଣ୍ଠ ଦାନ କରିଥିଲେ ଭିକାରୀ ବଳ। ୧୯୭୯ ମସିହାରେ ଗୀତ ରେକଡିଂ ହୋଇଥିଲା।

‘ମାନ ଉଦ୍ଧାରଣ କର ହେ କାରଣ’, ‘ଆହେ ନୀଳଗିରି’, ‘ଚାଲ ସଖି ଆମ୍ଭେ ଦର୍ଶନ କରିବା’, ପୀତବାସ, ‘ନିଃଶ୍ଵାସକ ନାହିଁରେ ବିଶ୍ଵାସ’, ‘ମନରେ ହରିଭଜନ’, ‘ପରି ଅଜସ୍ର ଭଜନ ଗାଇ ଲୋକମୁଖରେ ପ୍ରସିଦ୍ଧ ହାସଲ କରିଥିଲେ ଓଡ଼ିଶାର ଭଜନ ସମ୍ରାଟ ଭିକାରୀ ବଳ। ତେବେ ଏହି ମହାନ ସାଧକ ୧୯୨୯ ମସିହାରେ ମେ ମାସ ୨୫ ତାରିଖ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି, କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ସୋବଳା ଗ୍ରାମରେ ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାମଣିଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ। ତରୁଣ ବୟସରୁ ଥିଲେ ସଙ୍ଗୀତ ରସଗ୍ରାହୀ, ସେଥିପାଇଁ ନିଜ ଗାଁ ଯାତ୍ରା ଦଳରୁ ନେବା ପରେ ୧୯୫୧ ମସିହାରେ ସେ ସଙ୍ଗୀତ ଶିକ୍ଷା କରିଥିଲେ। ସୋବଳାର ବିଶିଷ୍ଟ କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ବାରା ପ୍ରତିଷ୍ଠିତ ଗୋଟିପୁଅ ଦଳରେ ଭିକାରୀ ବଳ ନାଚ ଓ ସ୍ଵର ସଙ୍ଗୀତର ଅଧିକାରୀ ହୋଇଥିଲେ।

୧୯୬୦ ମସିହାରେ କଟକର ଆକାଶବାଣୀର ଅଡିଶନରେ ଉତ୍ତୀର୍ଣ୍ଣ ହୋଇ ସାମୟିକ କଳାକାର ରୂପେ ଯୋଗ ଦିଅନ୍ତି। ଗୁରୁ କ୍ଷିତୀଜ ମିତ୍ରଙ୍କ ସହାୟତାରେ ସେ କଟକ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ସଙ୍ଗୀତରେ ଶିକ୍ଷାଲାଭ କରିଥିଲେ। ୧୯୬୩ ମସିହାରୁ ଏ-ଶ୍ରେଣୀର କଳାକାର ରୂପେ ସେ ଆକାଶ ବାଣୀରେ ଯୋଗ ଦେଇଥିଲେ। ଭଜନଗାନ ପୂର୍ବରୁ ଆଧୁନିକ ଓ ପଲ୍ଲିଗୀତର ଗାୟନରେ ସେ ସଫଳ ହୋଇ ସାରିଥିଲେ।

୧୯୭୮ ମସିହାରେ HMV Companyର “ଭକ୍ତି ପୁଷ୍ପାଞ୍ଜଳି” ଓ “ଶରଧାବାଲି” ଗ୍ରାମୋଫୋନ୍ ରେକର୍ଡ ବାହାରିଲା ପରେ ତାଙ୍କ ଖ୍ୟାତି ଆହୁରି ହସ ବ୍ୟାପ୍ତି ଆହୁରି ବଢିଥିଲା। ଆଉ ସେହି ମଧ୍ୟରୁ ଗୋଟିଏ ଥିଲା – ‘ଜଗନ୍ନାଥ କଲେ ଯା’, ‘ଅନାଥରେ, ଆଉ କେ ହରିବ ଦୁଃଖ’।

‘ମଥୁରା ବିଜୟ’ ଓ ‘ଟିକେ ହସ ଟିକେ ଲୁହ’ ଚଳଚ୍ଚିତ୍ରର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ରୂପେ ସେ ରାଜ୍ୟ ସରକାରଙ୍କ ତରଫରୁ ସନନ୍ଦ ପ୍ରଦତ୍ତ ହୋଇଥିଲେ। ୧୯୮୩ ମସିହାରେ ରାଉରକେଲାର କେନ୍ଦ୍ରୀୟ ପୂଜା କମିଟିର ବିଶାଳ ଜନସମାବେଶରେ ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ଵାରା ‘ଭଜନ ସମ୍ରାଟ୍’ ଉପାଧିରେ ଭୂଷିତ ହୋଇଥିଲେ। ୧୯୮୨ ମସିହାରେ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ସେ ଇଂଲଣ୍ଡ୍, ହଲାଣ୍ଡ୍, ଇଟାଲି, ରୋମ୍, ପର୍ତ୍ତୁଗାଲ୍, ସ୍ପେନ୍, ମିଲାନେ, ଆମେରିକା ପ୍ରଭୃତି ଅନେକ ରାଷ୍ଟ୍ର ଗସ୍ତ କରି ସେଠାରେ ଭକ୍ତି ସଙ୍ଗୀତ ପରିବେଷଣ କରି ସେଠାରେ ମଧ୍ୟ ନିଜ ପ୍ରତିଭାର ପରିଚିତି ଦେଇଥିଲେ। ତେବେ ୨ ନଭେମ୍ବର ୨୦୧୦ରେ ଏହି ମହାନ ସାଧକ ଧରାପୃଷ୍ଠକୁ ସବୁଦିନ ପାଇଁ ଅପେରା ରାଇଜକୁ ବାହୁଡ଼ି ଯାଇଥିଲେ।
Published by:Lipina Das
First published: