ପଦ୍ମପୁରରେ କିଏ ମାରିବ ବାଜି... ଭବିଷ୍ୟବାଣୀ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର

ପଦ୍ମପୁର ପରୀକ୍ଷା ପରେ କାହାର କେତେ ମାର୍କ ରହିବ ସେନେଇ ତିନିଦଳଙ୍କ ମଧ୍ୟରେ ଅଙ୍କକଷା ଚାଲିଛି । ତେବେ ଜାଣନ୍ତୁ କିଏ କଣ କହୁଛନ୍ତି । କାହାର ହେବ ପଦ୍ମପୁର ?

ପଦ୍ମପୁରରେ କିଏ ମାରିବ ବାଜି... ଭବିଷ୍ୟବାଣୀ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର

ପଦ୍ମପୁରରେ କିଏ ମାରିବ ବାଜି... ଭବିଷ୍ୟବାଣୀ କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପଦ୍ମପୁର ଉପନିର୍ବାଚନ ଶେଷ ହୋଇଛି । ୧୦ ପାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ସମୁଦାୟ  ୮୧.୨୯% ମତଦାନ ହୋଇଛି । ୨୦୧୯ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୭୯.୦୫% ମତଦାନ ହୋଇଥିଲା ।  ଚଳିତ ଉପନିର୍ବାଚନରେ ୨.୨୪% ଅଧିକ ପୋଲିଂ ହୋଇଛି । ପଦ୍ମପୁରରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୪୭୪ । ସେଥିମଧ୍ୟରୁ ୨ଲକ୍ଷ ୯ ହଜାର ୩୦୯ ଜଣ ମତଦାନ କରିଛନ୍ତି

ଆସନ୍ତା ୮ ତାରିଖରେ ଫଳାଫଳ ଆସିବ । କାହା ସପକ୍ଷରେ ଫଳାଫଳ ଯିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି ।ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି "ପଦ୍ମପୁର ଉପ ନିର୍ବାଚନରେ ବିଜେଡିର ବିଜୟ ହେବ । ୨୦୧୯ ରେ ବିଜେଡିର ବିଜୟ ବ୍ୟବଧାନ ସାଢେ଼ ୫ ହଜାର ଥିବା ବେଳେ ଏଥର ବହୁଗୁଣିତ ହେବ । ନବୀନଙ୍କ ନେତୃତ୍ୱରେ ଲଢୁଥିଲା ପୁରା ଟିମ । ସବୁ ବର୍ଗର ନେତା ମଇଦାନରେ ସକ୍ରିୟ ଥିଲେ। ନବୀନ ପ୍ରଚାରକୁ ଯିବା ପରେ ଯେତିକି ଆଶା କରାଯାଉଥିଲା ତାହାଠୁ ଅଧିକ ବ୍ୟବଧାନ ବଢିବ ବୋଲି ଆଶା । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେଡିର ବିଜୟ ସୁନିଶ୍ଚିତ ହେବା ସହ  ଭୋଟ ହାର ବଢିଲା । ଅଧିକ ଭୋଟ୍ ପ୍ରତିଶତ ବଢିବା ବିଜେଡି ସପକ୍ଷରେ ଯିବ ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି" ପଦ୍ମପୁର ଉପନିର୍ବାଚନରେ ୧୦  ହଜାର ଭୋଟରେ ଜିତିବ  ବିଜେପି। ଯେଉଁଠି ସରକାର ବିରୋଧୀ ଭୋଟ ଅଧିକ ଥାଏ ସେଠାରେ ଭୋଟିଂ ପରିମାଣ ଅଧିକ ହୁଏ । ନିର୍ବାଚନ ହେଉ ବା ଉପନିର୍ବାଚନ ତା ପୂର୍ବବର୍ତ୍ତୀ ନିର୍ବାଚନରୁ ଅଧିକ ଆସିଲେ ସରକାର ବିରୋଧରେ ଯାଏ । ପଦ୍ମପୁରରେ ଦିବଙ୍ଗତ ବିଧାୟକ ଏବଂ ବିଜେଡ଼ି ବିରୋଧରେ ବ୍ୟାପକ ପ୍ରତିକ୍ରିୟା ଥିଲା । ତେଣୁ ସ୍ପଷ୍ଟ ଭାବରେ ଅନୁମାନ କରି ହେଉଥିଲା, ଯେ ଭୋଟ କେଉଁ ଦିଗରେ ଯାଉଛି । ବିଜେଡ଼ିର ପ୍ରାର୍ଥିନୀଙ୍କୁ ନେଇ ଲୋକଙ୍କ ଭିତରେ ସନ୍ଦେହ ଥିଲା ଯେ, ଲୋକଙ୍କ ସହ ଯୋଡ଼ି ହୋଇ ରହିବା ସମ୍ଭାବନା କମ୍ । ଏହାସହ ମାଟିର ପୁଅ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବେ ବୋଲି ଲୋକଙ୍କ ଭିତରେ ପ୍ରତିକ୍ରିୟା ଜଣାପଡୁଥିଲା । ସେଠାରେ ଦୀର୍ଘ ଦିନ ଧରି ବିକାଶ ଅବହେଳିତ ହୋଇଥିଲା । ତେଣୁ ପ୍ରଦୀପ ପୁରୋହିତ ବିକାଶର ଧାରାକୁ ଆଗକୁ ନେବେ ବୋଲି ଲୋକଙ୍କ ଭିତରେ ସ୍ପଷ୍ଟ ଧାରଣା ଥିଲା । ଗ୍ରାମାଞ୍ଚଳରେ ବି ଚର୍ଚ୍ଚା ଥିଲା ଯେ, ଯିଏ ଯାହା ପଇସା ଦେଉଛି ଖାଇ ଦିଅ ହେଲେ ବିଜେପିକୁ ଭୋଟ ଦିଅ । ଏଭଳି ଏକ ସ୍ଥିର ସ୍ଥିତି ଥିଲା । ତେଣୁ ବିଜେପି ସପକ୍ଷରେ ଭୋଟ ଯାଇଛି ବୋଲି ଦଳ ଆଶାବାଦୀ ଅଛି ।

କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି" ପଦ୍ମପୁରରେ କଂଗ୍ରେସ ତିନି ନମ୍ବରରେ ରହିବ । ପଦ୍ମପୁରରେ ବିଜେଡ଼ି ଓ ବିଜେପି ପ୍ରଚୁର ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିପାଇଁ ବିଜେଡି ଏକ ନଂ ବିଜେପି ଦୁଇ ନମ୍ବର ଆଉ କଂଗ୍ରେସ  ତିନି ନମ୍ବରରେ ରହିବ । କଂଗ୍ରେସ ପ୍ରାର୍ଥୀ ବହୁତ କମ ଟଙ୍କା ଖର୍ଚ୍ଚ କରିଛି । କଂଗ୍ରେସ ବହୁତ୍ କମ୍ ଭୋଟ ପାଇବ । ବିଜେଡି ଓ ବିଜେପି ଭାଗ ଭାଗ କରି କଂଗ୍ରେସ ଭୋଟ ବାଣ୍ଟି ନେବେ। ତେବେ ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ବୟାନ ଚର୍ଚ୍ଚା ସୃଷ୍ଟି କରିଛି। ସେ କହିଛନ୍ତି ପଦମପୁରରେ ବିଜେଡି ତିନିରୁ ପାଞ୍ଚ ହଜାର ଭୋଟରେ ଜିତିବ । ଶାସନରେ ଥିବା ଦଳ ଉପନିର୍ବାଚନରେ ଜିତିଥାଏ । ବିଜେଡି ଟଙ୍କା ବାଣ୍ଟୁଛି, ପ୍ରଶାସନ ଏବଂ ପୋଲିସ ତାକୁ ସାହାଯ୍ୟ କରୁଛି । ବିଶେଷ ଖବର ପକ୍ଷରୁ ଯେଉଁ ସର୍ଭେ କରିଛୁ ସେଥିରୁ ଆମେ ଜାଣିପାରୁଛୁ । ବିଜେଡି ମିଳିତ ଭାବରେ କାମ କରୁଛି ମୁଖ୍ୟମନ୍ତ୍ରୀଙ୍କୁ ନେଇ ମିଟିଙ୍ଗ କରାଇପାରିଲେ କିନ୍ତୁ ବିଜେପି ତାର ସବୁ ଶକ୍ତି ପ୍ରୟୋଗ କରିପାରୁ ନାହିଁ । ଯଦି ଭାରତୀୟ ଜନତା ପାର୍ଟି ତାର ସବୁ ଶକ୍ତିକୁ ପ୍ରୟୋଗ କରିପାରନ୍ତା ତେବେ ଆଉ ଭଲ କରିପାରନ୍ତା । ରାଜନୈତିକ ସମୀକ୍ଷକ ବିରୁପାକ୍ଷ ତ୍ରିପାଠୀ କହିଛନ୍ତି "ଧାମନଗର ଉପନିର୍ବାଚନ ଶେଷ ହୋଇଥିବା ବେଳେ ଆଗକୁ ସାଧାରଣ ନିର୍ବାଚନ ଅଛି। ଏଭଳି ସ୍ଥିତିରେ ପଦ୍ମପୁର ଉପନିର୍ବାଚନ ହେଉଥିବାରୁ ଏହା ଗୁରୁତ୍ୱ ରଖୁଛି । ଧାମନଗରରେ ବିଜେଡି ବିଜୟ ଧାରାରେ ବ୍ରେକ ଲାଗିଲା । ଧାମନଗର ଫଳାଫଳ ପରେ ବିଜେଡି ଅଧିକ ସକ୍ରିୟ ହୋଇଥିବା ବେଳେ ବିଜେପି ବି ବଳ ଲଗାଇଛି। ୨୦୨୪ ନିର୍ବାଚନକୁ ଆଖିରେ ରଖି ନିର୍ବାଚନ ଲଢ଼ିଲେ ୨ ଦଳ। ପଦ୍ମପୁରରେ ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ହୋଇଥିବାରୁ ଦୁଇ ସରକାର ବି ମୁଣ୍ଡ ନୁଆଇଁଲେ। ସାଧାରଣ ନିର୍ବାଚନ ତୁଳନାରେ ମତଦାନ ପ୍ରତିଶତ ବଢିବା ଲୋକଙ୍କ ସଚେତନତାର ପରିଚୟ। ଶାସକ ଦଳ ବିପକ୍ଷରେ ଯିବା କହିବା ଭୁଲ। ସରକାରଙ୍କ ଦୃଷ୍ଟି ନିଜ ଆଡ଼କୁ ଟାଣିବାକୁ ଭୋଟର ସଚେତନ ଥିବା ମତଦାନ ପ୍ରତିଶତ ବଢିବା ସ୍ପଷ୍ଟ ସଂକେତ ।
Published by:Soubhagya Mishra
First published: