ଖରାପ ଭାବିଲେ ଭାବନ୍ତୁ କିନ୍ତୁ ମୁଁ ସତ କହିବି; କଂଗ୍ରେସ ବିଧାୟକ ସୁର ରାଉତରାୟ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଆମ ଦଳ ଲୋକ ଖଟୁନାହାନ୍ତି । ଖାଇ ପିଇ ବୁଲିକି ଚାଲି ଆସିଲେ । ଖରାପ ଭାବିଲେ ବି ଭାବନ୍ତୁ କିନ୍ତୁ ମୁଁ ସତ କହିବି । ଆମ ଦଳର ଲୋକେ ହିଁ ଦାୟୀ ନିର୍ବାଚନରେ ଖରାପ ପଦର୍ଶନ ପାଇଁ । ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ ଗଣତି ସମୟରେ ଏପରି କିଛି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଏହାସହ ସୁର ଏକଥା ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଡରସିପକୁ ମାନିବାକୁ ବି ପଡିବ । ଦଳର ନେତା ମନ୍ତ୍ରୀମାନଙ୍କୁ ମଇଦାନଙ୍କୁ ଛାଡିଲେ । ନିଜେ ବି ପ୍ରଚାର କରିବାକୁ ଗଲେ । ସଠିକ ଅଙ୍କ କଷି ଫଳ ଉପାର୍ଜନ କଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ । ସେ ଖୁବ୍ ଖଟିଛନ୍ତି । ବିଜେପି ଦଳକୁ ସେକେଣ୍ଡ୍ ପୋଜିସନକୁ ଆଣିପାରିଛନ୍ତି । ଟଙ୍କା ଖର୍ଚ୍ଚ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ସେଥିପାଇଁ ସେମାନଙ୍କର ପ୍ରଦର୍ଶନ ଭଲ ହେଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।