ସିନିୟର ବର୍ଗର ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟନସିପ; ନଭେମ୍ୱର ୧୩ରୁ ୧୫

ସିନିୟର ବର୍ଗର ଖୋ ଖୋ ଚମ୍ପିୟନସିପ ନଭେମ୍ବର ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍କୁଲ ପରିସରରେ ଅନୁଷ୍ଠିତ ହେବ।

ସିନିୟର ବର୍ଗର ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟନସିପ; ନଭେମ୍ୱର ୧୩ରୁ ୧୫

ସିନିୟର ବର୍ଗର ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟନସିପ; ନଭେମ୍ୱର ୧୩ରୁ ୧୫

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ସିନିୟର ବର୍ଗର ଖୋ ଖୋ ଚମ୍ପିୟନସିପ ନଭେମ୍ବର ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍କୁଲ ପରିସରରେ ଅନୁଷ୍ଠିତ ହେବ। ପୁରୀ ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାର ଆୟୋଜନ କରୁଥିବାରୁ ଏହାକୁ ଭବ୍ୟ, ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ପରାମର୍ଶ ଦେଇଛନ୍ତି । ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଖୋ ଖୋ ଆୟୋଜନ ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ପ୍ରତିଯୋଗୀମାନେ ବିଭିନ୍ନ ଜିଲ୍ଲାରୁ ଆସୁଥିବାରୁ ସେମାନଙ୍କୁ ସମସ୍ତ ସୁବିଧା ପ୍ରଦାନର ବ୍ୟବସ୍ଥା ସହ ବିନା କୌଣସି ସମସ୍ୟାରେ ସମସ୍ତ ମ୍ୟାଚ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଖୋ ଖୋ ଖେଳ ଆୟୋଜନର ରୂପରେଖ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହି ପ୍ରତିଯୋଗିତା ନଭେମ୍ବର ୧୩ ତାରିଖ ଉଦଘାଟିତ ହେବ ଓ ୧୫ ତାରିଖ ସଂଧ୍ୟାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।  ୨୫ ଗୋଟି ପୁରୁଷ ଓ ୨୫ ଗୋଟି ମହିଳା ଦଳ ଏଥିରେ ପ୍ରତିନିଧିତ୍ଵ କରିବେ । ଖେଳାଳି ଓ କୋଚମାନଙ୍କୁ ବୃନ୍ଦାବତୀ ନିବାସରେ ରଖାଯିବ ବୋଲି ସେ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗକୁ ଦିଆଯାଇଥିବା ଦାୟିତ୍ୱକୁ ନିଷ୍ଠାର ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସପି ମିହିର ପ୍ରସାଦ ପଣ୍ଡା, ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଓଡ଼ିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
Published by:Soubhagya Mishra
First published: