ବରିଷ୍ଠ ବିଜେଡି ନେତା ସୁବାସ ଚୌହାନଙ୍କ ଶେଷ କୃତ୍ୟ ଜନ୍ମମାଟି ବରଗଡ଼ରେ ସମ୍ପନ୍ନ ହେଲା

ଛାତ୍ରାବସ୍ଥାରେ RSSରେ ଯୋଗ ଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ ସୁବାସ । ସେ ବଜରଙ୍ଗ ଦଳ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ଆବାହକ ସହ ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ମାର୍ଚ୍ଚରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।

ବରିଷ୍ଠ ବିଜେଡି ନେତା ସୁବାସ ଚୌହାନଙ୍କ ଶେଷ କୃତ୍ୟ ଜନ୍ମମାଟି ବରଗଡ଼ରେ ସମ୍ପନ୍ନ ହେଲା
ସୁବାସ ଚୌହାନ (ବାମ); ଆମ୍ବବାହାଲ ଗାଆଁରେ ତାଙ୍କ ଶେଷ କୃତ୍ୟ ସମୟର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବରଗଡ଼: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୁବାସ ଚୌହ୍ବାନଙ୍କ ଶେଷକୃତ୍ୟ ତାଙ୍କ ଜନ୍ମମାଟି ବରଗଡ଼ର ଆମ୍ବବାହାଲରେ ସମ୍ପନ୍ନ ହୋଇଛି। ମୁଖାଗ୍ନି ଦେଇଛନ୍ତି ପୁତୁରା ବିକାଶ । ଦୀର୍ଘଦିନ ଧରି ଲିଭର୍‌ କ୍ୟାନସରରେ ପୀଡିତ ଥିଲେ ସୁବାସ । ମାତ୍ର ୫୪ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସପିଟାଲରେ ଇହଲୀଳା ତ୍ୟାଗ କରିଥିଲେ ସୁବାସ ।

୧୯୬୬ରେ ଆମ୍ବବାହଲ ଗାଁରେ ସୁବାସଙ୍କ ଜନ୍ମ ହୋଇଥିଲା । ସେ ଛାତ୍ରାବସ୍ଥାରେ ଆରଏସଏସରେ ଯୋଗ ଦେଇ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଥିଲେ । ଏହା ପରେ ସେ ବଜରଙ୍ଗ ଦଳ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଆବାହକ ଓ ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ ।

୨୦୧୯ ମାର୍ଚ୍ଚ ୨୬ରେ ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏହା ପରେ ତାଙ୍କୁ କଳାହାଣ୍ଡି, ବରଗଡ଼ ଓ ବଳାଙ୍ଗିର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ ସେପ୍ଟେମ୍ବର ୧୮ରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୁବାସ ଚୌହାନ


ଏହା ବି ପଢ଼ନ୍ତୁ: ରାଜ୍ୟରେ ବଢ଼ିଲା କରୋନାର ଦୌଡ଼: ଆଜି ସକାଳେ ୫୮, ଅପରାହ୍ଣରେ ୧୦ ଓ ସନ୍ଧ୍ୟାରେ ୧୫ ଚିହ୍ନଟ

୨୦୧୯ ନିର୍ବାଚନରେ ବିଜେପିରୁ ଟିକେଟ ନ ମିଳିବା ପରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରଚାରକ ଓ ବଜରଙ୍ଗ ଦଳର ରାଷ୍ଟ୍ରୀୟ ଆବାହକ ଥିଲେ ସୁବାସ । ୨୦୧୪ ନିର୍ବାଚନରେ ବିଜେପି ପକ୍ଷରୁ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ି ସେ ପରାସ୍ତ ହୋଇଥିଲେ । ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

ସୁବାସ ଚୌହାନଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ‘‘ବରିଷ୍ଠ ରାଜନେତା ତଥା ପଶ୍ଚିମ ଓଡ଼ିଶା ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ’’ ବୋଲି ଟୁଇଟ୍‌ କରି କହିଛନ୍ତି ମୁଖ୍ୟ ମନ୍ତ୍ରୀ । ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ  ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ନବୀନ ।

ପରିବାର ଓ ଦଳୀୟ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପଞ୍ଚ ତତ୍ତ୍ୱରେ ବିଲୀନ ହେଲେ ସୁବାସ ଚୌହ୍ବାନ ।


ଏହା ବି ପଢ଼ନ୍ତୁ: ଅମିତ ଶାହା କହିଲେ ସେ ପୂରା ସୁସ୍ଥ ଅଛନ୍ତି; ଗୁଜବ ପ୍ରଚାର ପାଇଁ ୪ ଜଣଙ୍କୁ ଅଟକ ରଖାଗଲା

ସୁବାସ ଚୌହ୍ବାନଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ୍ କରି ସେ ଲେଖିଛନ୍ତି ଯେ ସୁବାସ ଚୌହ୍ବାନଙ୍କ ସହ ଦୀର୍ଘ ବର୍ଷ କାମ କରିବାର ଅନେକ ସ୍ମୃତି ତାଙ୍କ ପାଖରେ ଅଛି । ସୁବାସଙ୍କ ଅକାଳ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ: ବିଶାଖାପାଟଣାରେ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହେବା ପରେ ଆସିଥିବା ହୃଦୟବିଦାରକ ଛବି
First published: May 10, 2020, 9:26 PM IST
corona virus btn
corona virus btn
Loading