ମୁଁ କହିଥିଲି.. ଜଗନ୍ନାଥଙ୍କ ରଥ ଅଟକିଲେ ମୋ ସିନେମା ଚାଲିବ... ସେଇଆ ହିଁ ହେଲା

ଭାବବିହ୍ୟୁଳ ହୋଇ ପ୍ରଶାନ୍ତ ନନ୍ଦ କହିଥିଲେ ଯେ, ସିଏ ନଥିଲେ ମୁଁ ବି ନଥାନ୍ତି । ରାତିରେ ଚଢିକି ରଥ ଉପରକୁ ଗଲି, ବହେ କୁଣ୍ଢେଇଲି, ବହେ କାନ୍ଦିଲି, ଆଉ ମହାପ୍ରଭୁଙ୍କୁ କହିଲି ଯେ, ବର୍ତ୍ତମାନ ଶେଷ ଶ୍ରାବଣ ତମକୁ ଲାଗିଲା ।

ମୁଁ କହିଥିଲି.. ଜଗନ୍ନାଥଙ୍କ ରଥ ଅଟକିଲେ ମୋ ସିନେମା ଚାଲିବ... ସେଇଆ ହିଁ ହେଲା

ମୁଁ କହିଥିଲି.. ଜଗନ୍ନାଥଙ୍କ ରଥ ଅଟକିଲେ ମୋ ସିନେମା ଚାଲିବ... ସେଇଆ ହିଁ ହେଲା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ପୁରୀ; ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଖୁବ ବିଚିତ୍ର । ଯିଏ ଯେତେ ବଡ଼ ପଦ ପଦବୀରେ ଥାଆନ୍ତୁ ନା କାହିଁକି ଭଗବାନଙ୍କ ଦୃଷ୍ଟିରେ ସବୁ ଭକ୍ତ ସମାନ । ପବିତ୍ର ହୃଦୟରେ ମହାପ୍ରଭୁଙ୍କୁ ଯିଏ ଯାହା ମାଗିଛି ସିଏ ସବୁକିଛି ପାଇଛି । ମହାପ୍ରଭୁଙ୍କୁ ହୃଦୟରେ ରଖିଥିବା ସେମିତି ଜଣେ ଭକ୍ତ ହେଉଛନ୍ତି ଆପଣଙ୍କର ପ୍ରିୟ ଅଭିନେତା ପ୍ରଶାନ୍ତ ନନ୍ଦ ( Actor prasant nanda) ।  ଏପରି କିଛି କଥା ପ୍ରଶାନ୍ତ ନନ୍ଦ କହିଛନ୍ତି ଯାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ ।

ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଥିବା ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶାନ୍ତ ନନ୍ଦଙ୍କଠାରୁ କିଛି ପ୍ରତିକ୍ରିୟା ଚାହିଁଥିଲେ । ଭାବବିହ୍ୟୁଳ ହୋଇ ପ୍ରଶାନ୍ତ ନନ୍ଦ କହିଥିଲେ ଯେ, ସିଏ ନଥିଲେ ମୁଁ ବି ନଥାନ୍ତି । ମୋର ପ୍ରଥମ ଚଳଚ୍ଚିତ୍ର ଶେଷ ଶ୍ରାବଣ ତାଙ୍କରି ନାଁରେ, ଶ୍ରୀ ଜଗନ୍ନାଥ ଫିଲ୍ମସ୍ । ସିନେମା ପ୍ରସ୍ତୁତ କରିଦେଲି କିନ୍ତୁ ସିନେମା ଚାଲିବ କି ନାହିଁ ମତେ ଜଣାନଥିଲା । ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେଲା, ସେହି ସମୟରେ ଆମର ଅଫିସଟା ଥିଲା ହସ୍ପିଟାଲ ସାମ୍ନାରେ । ରାମନାଥ ଖୁଣ୍ଟିଆ ନାଲି କୋଟା ପାଖରେ । ସେଇଠି ଆମେ ଛିଡା ହୋଇଥିଲୁ , ରଥ ଚାଲୁଥିଲା । ମୁଁ କହିଲି, ଯଦି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମୋ ସାମ୍ନାରେ ଅଟକିଯିବ ତାହେଲେ ମୋ ସିନେମା ନିଶ୍ଚେ ଚାଲିବ । ସତକୁ ସତ ସେଇଆ ହିଁ ହେଲା ।  ଜଗନ୍ନାଥଙ୍କ ରଥ ସେଇଠି ଅଟକିଗଲା । ମୁଁ ରାତିରେ ଚଢିକି ରଥ ଉପରକୁ ଗଲି, ବହେ କୁଣ୍ଢେଇଲି, ବହେ କାନ୍ଦିଲି, ଆଉ ମହାପ୍ରଭୁଙ୍କୁ କହିଲି ଯେ, ବର୍ତ୍ତମାନ ଶେଷ ଶ୍ରାବଣ ତମକୁ ଲାଗିଲା । ନାଁ ଥିଲା ଶେଷ ଶ୍ରାବଣ, ସେ ଥିଲା ଜୀବନର ପ୍ରଥମ ଜୀବନ ।

ଦମନ ଚଳଚ୍ଚିତ୍ର ( Daman Film ) ବିଷୟରେ ପ୍ରତିକ୍ରିୟା ଦେଇ ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, ଯେତେବେଳେ ଓଡ଼ିଆ ଚଳଚ୍ଚିତ୍ର ଅନ୍ଧକାର ଭିତରକୁ ଚାଲିଯାଉଥିଲା । ସେହି ସମୟରେ ବିରାଟ ପରିବର୍ତ୍ତନ ନେଇ ଦମନ ଆସିଲା । ସମସ୍ତଙ୍କର ଆଶା ଆକାଂଖ୍ୟା ରହିଲା ଯେ, ଓଡ଼ିଆ ଚଳଚ୍ଚିତ୍ର ଦବିଯିବ ନାହିଁ । ନଷ୍ଟ ହେବ ନାହିଁ । ଇଏ ପୁଣି ଚାଲିବ । ମୁଁ ଆଗରୁ କହିଥିଲି ଯେ, ଆମ ପିଲାମାନେ ଆମଠୁ ବେଶି ବୁଦ୍ଧିଆ । ବ୍ୟସ୍ତ ହୁଅନାହିଁ , ମୁଁ ଫିଲ୍ମ କରୁନାହିଁ ବୋଲି ଭଲ ଫିଲ୍ମ ହେବ ନାହିଁ । ଆମ ପିଲାମାନେ ମଧ୍ୟ ଭଲ ଫିଲ୍ମ କରୁଛନ୍ତି ।

ଓଡ଼ିଶା ମାଟିର କାହାଣୀ, ଜଗନ୍ନାଥଙ୍କ କାହାଣୀକୁ ପରଦାରେ ସ୍ଥାନ ଦେଲେ ଲୋକେ ନିଶ୍ଚିତ ଦେଖିବେ । ହଲ ସଂଖ୍ୟା ବୃଦ୍ଧି ପ୍ରଶ୍ନର ଉତ୍ତର ଦେଇ ପ୍ରଶାନ୍ତ ନନ୍ଦ କହିଲେ ଯେ, ମୁଁ ଯେତେବେଳେ ସିନେମା କରୁଥିଲି, ସେତେବେଳେ ବି ହଲ୍ ନଥିଲା, କାଁ ଭାଁ ହଲ୍ ଥିଲା । ତଥାପି ଲୋକେ ସିନେମା ଦେଖୁଥିଲେ । ସବୁ ଅସୁବିଧାର ସମାଧାନ ସରକାର କରନ୍ତି ନାହିଁ, ମହାପ୍ରଭୁ ଜଗନ୍ନାଥ କରନ୍ତି।

https://odia.news18.com/news/odisha/the-ex-gratia-announced-in-t-bridge-death-case-3ssd-15012023-ssd-148219.html
Published by:Soubhagya Mishra
First published: