News18 Odia Digital
ନୂଆ ଦିଲ୍ଲୀ: ଦେଶର ୨୫୬ଟି ସହରରେ ଏବେ ବିନା ହଲମାର୍କ (Hallmarking) ସୁନା ଅଳଙ୍କାର (Gold Jewellery) ବିକ୍ରୟ କରୁଥିବା ଦୋକାନୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବି.ଆଇ.ଏସ୍.) ହଲମାର୍କ ନ ଥିବା ସୁନା ଅଳଙ୍କାର ରଖୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । ନୂଆ ଗ୍ରାହକ ସୁରକ୍ଷା ଆଇନ ୨୦୧୯ (New Consumer Protection Act 2019) ଦେଶର ସୁନା ଅଳଙ୍କାର ଉପରେ ବି ଲାଗୁ କରାଯାଇଛି ।
ଏହି ଆଇନ ଅନୁସାରେ ଦେଶର ବଡ଼ ସହରମାନଙ୍କରେ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରୟ କରୁଥିବା ବ୍ୟବସାୟୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମର୍ଥ ହେବେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS) ଅଧିକାରୀମାନେ । ଚଳିତ ବର୍ଷ ଜୁନ୍ ୧୬ ତାରିଖରୁ ଏହି ୨୫୬ଟି ସହରରେ ହଲମାର୍କଡ୍ ଅଳଙ୍କାର ବିକ୍ରୟ କରିବା କେନ୍ଦ୍ର ଗ୍ରାହକ ମନ୍ତ୍ରଣାଳୟ ବାଧ୍ୟତାମୂଳକ କରିଥିଲା । ଏହା ସହିତ ୩୦ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଅଳଙ୍କାରର ପୁରୁଣା ଷ୍ଟକ୍ ଚିହ୍ନଟ କରି ସେଗୁଡ଼ିକୁ ହଲମାର୍କ କରାଇବା ପାଇଁ ବି ବ୍ୟବସାୟୀମାନଙ୍କୁ ସୁଯୋଗ ଦିଆଯାଇଥିଲା । ଏବେ ସେହି କୋହଳ ଅବଧି ସମାପ୍ତ ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନଲାଇନରେ ହେଲା ବାହାଘର; କନ୍ୟା ଘର ବଲାଙ୍ଗିରରେ, ବର ଘର ମୁମ୍ବାଇରେ, ବିବାହ ଆମେରିକାରେଯଦି କୈଣସି ଳଙ୍କାର ବ୍ୟବସାୟୀ ୨୨ କ୍ୟାରେଟ୍ ସୁନା ବୋଲି ଦର୍ଶାଇ ୧୮ କ୍ୟାରେଟ୍ ସୁନା ବିକ୍ରି କରନ୍ତି ତାଙ୍କୁ ଜରିମାନା ଓ ଜେଲ୍ ଦଣ୍ଡ ମିଳିପାରେ । ଗ୍ରାହକମାନଙ୍କ ସହ ହେଉଥିବା ପ୍ରତାରଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେବଳ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଏହି ନୂଆ ଆଇନ ଆଣିଛନ୍ତି । ଦେଶରେ ସୁନା ଅଳଙ୍କାର ଓ କଳାକୃତି ପାଇଁ ହଲମାର୍କ୍ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ନୂଆ ଗ୍ରାହକ ନିୟମ ଲାଗୁ ହେବା ପରେ ବର୍ତ୍ତମାନ ହଲମାର୍କିଂର ନିୟମ ପାଳନ କରିବା ଅଧିକ କଠୋର ହୋଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ୩ ଜଣଙ୍କ ପ୍ରାଣ ଗଲାବଢୁଥିବା କ୍ୟାରେଟ୍ ସହିତ ସୁନା ଅଳଙ୍କାରର ଗୁଣବତ୍ତା ଓ ଦାମରେ ପାର୍ଥକ୍ୟ ଆସେ । ଅର୍ଥାତ ଯେତେ ଅଧିକ କ୍ୟାରେଟର ସୁନା, ସେତେ ମହଙ୍ଗା ହେବ । ସୁନା କିଣିବାବେଳେ ଗ୍ରାହକମାନେ ତା’ର ଗୁଣବତ୍ତା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତି । କେନ୍ଦ୍ର ଉପଭୋକ୍ତା ଓ ଖାଦ୍ୟ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଯେତେବେଳେ ଗ୍ରାହକ ସୁନା କିଣିବାକୁ ଯାଆନ୍ତି, ହଲମାର୍କ ଚିହ୍ନ ଦେଖିବା ପରେ ହିଁ ସୁନା କିଣନ୍ତୁ । ହଲମାର୍କ ହେଉଛି ଏକ ପ୍ରକାର ସରକାରୀ ଗ୍ୟାରେଣ୍ଟି । ଏହା ଦେଶର ଏକ ମାତ୍ର ଏଜେନ୍ସି ଅର୍ଥାତ୍ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ଼ ସ୍ଥିର କରିଥାଏ । ହଲମାର୍କ ଦେଖି କିଣିବାର ସୁବିଧା ଏହା ଯେ ଯେତେବେଳେ ଆପଣ ନିକଟ ଭବିଷ୍ୟତରେ ନିଜ ସୁନା ଅଳଙ୍କାରକୁ ବିକିବାକୁ ଯିବେ ସେତେବେଳେ ଆପଣଙ୍କୁ କମ୍ ଦାମ୍ ମିଳିବ ନାହିଁ ଓ ଆପଣ ସୁନାର ପ୍ରକୃତ ମୂଲ୍ୟ ପାଇବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମା’ ସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅପୁରୁଣା ଅଳଙ୍କାରର ବାହାନା ଆଉ କାମ କରିବ ନାହିଁଗତ ବର୍ଷ ଜାନୁଆରୀ ୧୫ରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ । ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଅଳଙ୍କାର ବ୍ୟବସାୟୀମାନଙ୍କୁ ପୂରା ବର୍ଷକୁ ସମୟ ଦେଇଥିଲେ । ପରେ ଏହି ଅବଧି ଆହୁରି ବୃଦ୍ଧି କରାଯାଇଥିଲା । ଜୁଏଲର୍ସମାନଙ୍କ ପାଇଁ ଏକ ବର୍ଷ ମଧ୍ୟରେ ସେମାନଙ୍କର ପୁରୁଣା ଷ୍ଟକ୍ କ୍ଲିୟର୍ କରିବାକୁ ସମୟ ବଢ଼ାଯାଇଥିଲା |
ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀଗ୍ରାହକ ସୁରକ୍ଷା ଆଇନ ୨୦୧୯ ଅନୁଯାୟୀ ବର୍ତ୍ତମାନ ନିୟମ ମାନୁ ନ ଥିବା ଜୁଏଲର୍ସମାନଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ଓ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଦିଆଯାଇପାରେ । ଏହା ସହିତ ସୁନା ମୂଲ୍ୟର ପାଞ୍ଚ ଗୁଣ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ମଧ୍ୟ ଏକ ବ୍ୟବସ୍ଥା କରାଯାଇଛି । ଯଦି ସୁନା ଅଳଙ୍କାରର ଶୁଦ୍ଧତା ଉପରେ ସନ୍ଦେହ ଅଛି, ତେବେ ଏହାକୁ ଯେକୌଣସି ହଲମାର୍କିଂ କେନ୍ଦ୍ରକୁ ଯାଇ ଗ୍ରାହକମାନେ ଯାଞ୍ଚ କରିପାରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅଦେଶରେ ପ୍ରାୟ ୯୦୦ ହଲମାର୍କିଂ କେନ୍ଦ୍ର ଅଛି । ଆପଣ ସେଗୁ଼ଡ଼ିକର ତାଲିକା bis.org.in ରେ ଦେଖିପାରିବେ । ନୂତନ ନିୟମ ଅନୁଯାୟୀ ସୁନା ଅଳଙ୍କାରର ହଲମାର୍କିଂ ଚିହ୍ନ କରିବା ବର୍ତ୍ତମାନ ବାଧ୍ୟତାମୂଳକ ହୋଇଛି । ଏଥି ପାଇଁ ଜୁଏଲର୍ସମାନଙ୍କୁ ଏକ ଲାଇସେନ୍ସ ନେବାକୁ ପଡି଼ବ । କେନ୍ଦ୍ର ସରକାର ୧୪ କ୍ୟାରେଟ୍, ୧୬ କ୍ୟାରେଟ୍, ୧୮ କ୍ୟାରେଟ୍, ୨୦ କ୍ୟାରେଟ୍ ଓ 22 କ୍ୟାରେଟ୍ ସୁନା ଅଳଙ୍କାରର ହଲମାର୍କିଂ ବାଧ୍ୟତାମୂଳକ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।