ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ୧ କୋଟି ୩୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
- News18 Odia
- Last Updated :
News 18 Odia Digital
ବାଲେଶ୍ଵର: ସହଦେବଖୁଣ୍ଟା ଥାନା ଅରଡ଼ା ବଜାର ରେଲୱେ କ୍ରସିଂ ନିକଟରୁ ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ସୂଚନା ଅନୁଯାୟୀ ଜବତ ବ୍ରାଉନସୁଗାର ପରିମାଣ ୧କିଲୋ ୩୮୦ଗ୍ରାମ ଥିବାବେଳେ ଏହି ଅଭିଯୋଗ ରେ ଅଭିଯୁକ୍ତ ଏସ.କେ ରଫିକକୁ ଗିରଫ କରିଛି ଏସଟିଏଫ। ଏସ.କେ ରଫିକ ର ଘର ପଶ୍ଚିମବଙ୍ଗ ପଞ୍ଚକୁଲ । ସେ ବାଲେଶ୍ଵର ଅରଡ଼ାବଜାର ଅଞ୍ଚଳରେ ରହୁଥିଲା। ଏସଟିଏଫ ଏସପି କହିଛନ୍ତି, ଅଭିଯୁକ୍ତ ନାମ ରେ ପୂର୍ବରୁ ୩ଟି ମାମଲା ଥିଲା। ବ୍ରାଉନସୁଗର କାରାବର କରିବା ଅଭିଯୋଗ ରେ ଗିରଫ ହୋଇ ହେଲା ମଧ୍ୟ ଯାଇଥିଲା। ଏବେ ସେ ଜାମିନ ରେ ଅଛି । ଗିରଫ ଅଭିଯୁକ୍ତ ମୁର୍ସିଦାବାଦ ରୁ ବ୍ରାଉନସୁଗାର ଆଣି ବେପାର କରେ। ଏହି ଲିଙ୍କ ରେ କେଉଁମାନେ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି।
ସୂଚନା ଅନୁସାରେ, ୨୦୨୦ ରୁ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲା ଏସଟିଏଫ। ଏବେ ପର୍ଯ୍ୟନ୍ତ ଏସଟିଏଫ ୫୭ କିଲୋ ବ୍ରାଉନସୁଗର, ୨୦୨ଗ୍ରାମକୋକେନ, ୧୧୧କୁଇଣ୍ଟାଲ ଗଂଜେଇ ଜବତ କରିଥିବା ବେଳେ ୧୫୮ ଜଣ ନିଶା ମାଫିଆକୁ ଗିରଫ କରିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।