ଶାଶୁ ଚିରି ଦେଇଥିଲେ.. ବର୍ଷା ଶୀତରେ ବସିଥିଲି.. ମୋ କଷ୍ଟ ଦେଖି ସାହିଲୋକେ ବାନ୍ଧିଦେଲେ ପାଲ; ଦୀପିକା

ଗତ ଗୁରୁବାର ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କ ଟେଣ୍ଟ ଭାଙ୍ଗି ଦେବା ପରେ ଏବେ ସେ ଖୋଲା ଆକାଶ ତଳେ ଧାରଣାରେ ବସି ରହିଥିଲେ । ଦିପିକାଙ୍କ କଷ୍ଟ ଦେଖି ସାହି ଲୋକେ ପାଲ ବାନ୍ଧି ଦେଇଛନ୍ତି । ଏଥିପାଇଁ ଦୀପିକା ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମୋ କଷ୍ଟ ଦେଖି ସାହିଲୋକେ ବାନ୍ଧିଦେଲେ ପାଲ; ଦୀପିକା

ମୋ କଷ୍ଟ ଦେଖି ସାହିଲୋକେ ବାନ୍ଧିଦେଲେ ପାଲ; ଦୀପିକା

  • Share this:
News 18 Odia Digital

ବ୍ରହ୍ମପୁର; ସ୍ତ୍ରୀ ଓ ପୁଅର ହକ୍ ଦାବିରେ ଦୀର୍ଘଦିନ ହେବ ଧାରଣା ଦେଇଛନ୍ତି ଦୀପିକା । ପ୍ରେମିକ ଦିନେଶ ପ୍ରତାରଣା କରି ଗର୍ଭବତୀ କରିବା ପରେ ଦିପିକାଙ୍କୁ ଛାଡ଼ି ଚାଲିଯାଇଥିଲା । ଦୀର୍ଘଦିନ ନ୍ୟାୟ ପାଇଁ ଲଢେଇ ପରେ ଦେଢ଼ ବର୍ଷର ଛୁଆକୁ ଧରି ଧାରଣା ଦେଇଛନ୍ତି ଦୀପିକା। ତାଙ୍କର ଅଭିଯୋଗ ଥିଲା କୋର୍ଟରେ କେସ ଚାଲିଥିବା ବେଳେ ଦିନେଶକୁ ତାର ବାପା ମାଆ ଅନ୍ୟତ୍ର ବିବାହ ସ୍ଥିର କରି ଦେଇଛନ୍ତି । ତାଙ୍କ ଜୀବନକୁ ନଷ୍ଟ କରିଥିବା ଦିନେଶ କେମିତି ଆଉ କାହାର ଜୀବନକୁ ନଷ୍ଟ ନକରିବ ଏବଂ ତାଙ୍କୁ ତାଙ୍କ ଅଧିକାର ମିଳିବ ସେଥିପାଇଁ ସେ ଧାରଣା ଦେଇଛନ୍ତି ।

ଲଗାଣ ବର୍ଷାରେ ଦେଶିବେହେରା ସାହି ସ୍ଥିତ ପ୍ରେମିକ ଦିନେଶର ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା ଦୀପିକା। ଆଜିକୁ ୧୩ ଦିନ ହେଲାଣି ବର୍ଷାକୁ ଖାତିର ନକରି ଘର ବାହାରେ ବସି ରହିଛନ୍ତି । ଗତ ଗୁରୁବାର ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କ ଟେଣ୍ଟ ଭାଙ୍ଗି ଦେବା ପରେ ଏବେ ସେ ଖୋଲା ଆକାଶ ତଳେ ଧାରଣାରେ ବସି ରହିଥିଲେ । ଦିପିକାଙ୍କ କଷ୍ଟ ଦେଖି ସାହି ଲୋକେ ପାଲ ବାନ୍ଧି ଦେଇଛନ୍ତି । ଏଥିପାଇଁ ଦୀପିକା ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ତେବେ ଏହାରି ମଧ୍ୟରେ ଦୀପିକା ପ୍ରେମିକ ଦିନେଶର ମୁଖା ଖୋଲିବାକୁ ଏକ ଭିଡିଓ ଗଣମାଧ୍ୟମକୁ ଦେଇଛନ୍ତି । କେଉଁଥିରେ ଦିନେଶ ଗୋଟେ ଝିଅକୁ ରାସ୍ତା କଡ଼ରେ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରୁଛି । ତେବେ ଏହା ପୂର୍ବରୁ ଦୀପିକାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଦିନେଶ ଅଭିଯୋଗ କରିଥିଲା କି ଦୀପିକାର ଅନେକ ପୁଅ ସହ ସମ୍ପର୍କ ଅଛି । ଯାହାକୁ ଖଣ୍ଡନ କରିଛନ୍ତି ଦୀପିକା । ସେ କହିଛନ୍ତି ମୁଁ ଜଣେ ଏଜୁକେଟେଡ୍ ଝିଅ, ମୋର ଅନେକ ସାଙ୍ଗ ଅଛନ୍ତି । ମୋ ଛୁଆ ଦିନେଶର ବୋଲି ପ୍ରମାଣିତ ହୋଇଛି । ମୋର ଯଦି ଆଉ କାହା ସହ ସମ୍ପର୍କ ରହିଥାନ୍ତା ତେବେ ମୁଁ କାହିଁକି ଏତେ କଷ୍ଟରେ ବସିଥାନ୍ତି ।
Published by:Soubhagya Mishra
First published: