News18 Odia Digital
ଭୁବନେଶ୍ୱର: ବୁଲା କୁକୁର ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଥାନାରେ ଅଟକ ଅଛନ୍ତି ଭୁବନେଶ୍ଵର ନନ୍ଦନ ବିହାରର ଏକ ଆପାର୍ଟମେଣ୍ଟର ଜଣେ ସିକ୍ୟୁରିଟି ଗାର୍ଡ଼ l କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ l ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି l
ସାରା ଦେଶ ଲକଡାଉନରେ ଥିବା ବେଳେ ଏକ ଗୃହପାଳିତ ପଶୁ ସହ ଜଣେ ସିକ୍ୟୁରିଟି ଗାର୍ଡ଼ର ଏଭଳି ହୀନ କାର୍ଯ୍ୟକୁ ରାଜ୍ୟର ପଶୁ ପ୍ରେମୀମାନେ ନିନ୍ଦା କରିଛନ୍ତି l
ଭୁବନେଶ୍ଵରର ନନ୍ଦନ ବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଘୃଣ୍ଯ କାର୍ଯ୍ୟ l ଶନିବାର ରାତିରେ ଏକ ଆପାର୍ଟମେଣ୍ଟର ବେସମେଣ୍ଟରେ ସିକ୍ୟୁରିଟି ଗାର୍ଡ ଜୟଦେବ ପରିଡା ଏକ ବୁଲା କୁକୁର ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଉଦ୍ୟମ କରୁଥିଲେ l ଏତିକି ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦେଖି ପାଟି କରିଥିଲେ l ଏହା ଦେଖି ସିକ୍ୟୁରିଟି ଗାର୍ଡ ଜଣକ କୁକୁରଟିକୁ ଛାଡି ଦେଇଥିଲେ l
ଏହି ଖବର ପହଞ୍ଚିଥିଲା ଆନିମଲ ୱ୍ୱେଲଫେୟାର ଟ୍ରଷ୍ଟ, ଏକାମ୍ରର ଫାଉଣ୍ଡର ପୁରବୀ ପାତ୍ରଙ୍କ ପାଖରେ l ତୁରନ୍ତ ପୁରବୀ ଏକ ଗୃହପାଳିତ ପଶୁ ସହ ଏ ଭଳି ନାରକିୟ କାଣ୍ଡ ଘଟିଥିବା ଜାଣି ଇନଫୋସିଟି ଥାନାରେ ରିପୋର୍ଟ ଦେଇଥିଲେ l

ମଣିଷ ଦ୍ୱାରା ଅପ୍ରାକୃତିକ ଘଟଣାର ଶିକାର ହୋଇଥିବା କୁକୁରଟି
ରାଜଧାନୀରେ ଘଟିଥିବା ଏହି କାଣ୍ଡକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୋଲିସ l ରବିବାର ଶହିଦ ନଗର ଭେଟନାରିରେ କୁକୁରର ଡାକ୍ତରୀ ପରୀକ୍ଷା କରାଯାଇଛି l
ଘଟଣାରେ ୩ ଜଣ ସାକ୍ଷୀ ଅଛନ୍ତି l ଯେଉଁମାନେ ପୋଲିସ ପାଖରେ ବୟାନ ଦେଇଛନ୍ତି l କୋର୍ଟରେ ମଧ୍ଯ ସାକ୍ଷ୍ୟ ପ୍ରଦାନ କରିବେ ଏହି ୩ ଜଣ ସାକ୍ଷୀ l ସିକ୍ୟୁରିଟି ଗାର୍ଡ଼ ଜୟଦେବଙ୍କ ବିରୋଧରେ ‘‘ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ’’ କରିବାକୁ ଦାବି କରିଛନ୍ତି ଆନିମଲ ଫାଉଣ୍ଡେସନ ଟ୍ରଷ୍ଟ ଏକାମ୍ରର ଫାଉଣ୍ଡର ପୁରବୀ ପାତ୍ର l
‘‘ଯଦି ଜଣେ ବ୍ୟକ୍ତି ଏକ ଗୃହପାଳିତ ପଶୁ ସହ ଏ ଭଳି ଘୃଣ୍ଯ କାମ କରିପାରୁଛି, ତେବେ ସେହି ଆପାର୍ଟମେଣ୍ଟରେ ରହୁଥିବା ଛୋଟ ଛୁଆ ଏବଂ ମହିଳା ଆଦୌ ସୁରକ୍ଷିତ ନୁହଁନ୍ତି,’’ କହିଛନ୍ତି ପାତ୍ର l
ଇନଫୋସିଟ ଥାନା ଇନ୍ସପେକ୍ଟର ବିଶ୍ଵଜିତ ମହାନ୍ତି କହିଛନ୍ତି: ‘‘ସିକ୍ୟୁରିଟି ଗାର୍ଡକୁ ଅଟକ ରଖାଯାଇଛି l ଡାକ୍ତରୀ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l’’
ଏହା ବି ପଢ଼ନ୍ତୁ: ୨୦୦୬ ମସିହାରୁ ସଠିକ୍ ପୂର୍ବାନୁମାନ ଦେଇଆସୁଛନ୍ତି ଭାରତର 'ସାଇକ୍ଲୋନ୍ ମ୍ୟାନ୍' ମୃତ୍ୟୁଞ୍ଜୟ ମହାପାତ୍ରଏହା ବି ପଢ଼ନ୍ତୁ: ଆସୁଛି ଅମ୍ଫନ ବାତ୍ୟା: ଆଜି ବାଲେଶ୍ୱରରେ ସମୁଦ୍ର କୂଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ପଜିଟିଭ ଚିହ୍ନଟ; ମୋଟ ସଂଖ୍ୟା ୮୭୬ ହେଲା; ଗଞ୍ଜାମରେ ୩୦୭ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛିଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳିPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।