ଦିଲ୍ଲୀର ଶହୀନବାଗରେ ଧାରା ୧୪୪ ଜାରି ହେଲା; ବହୁ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛି

ହିନ୍ଦୁ ସେନା କହିଛି ଯେ ସେମାନେ ଆହ୍ୱାନ କରିଥିବା ଶାନ୍ତିପୂର୍ଣ୍ଣ ବିରୋଧକୁ ବନ୍ଦ କରିବାକୁ ପୋଲିସ ସେମାନଙ୍କ ଉପରେ ଚ଼ାପ ପକାଇଛି ଓ ସଙ୍ଗଠନର ସଭାପତି ବିଷ୍ଣୁ ଗୁପ୍ତାଙ୍କୁ ବେଆଇନ ଭାବେ ଅଟକ ରଖିଛି । ପୋଲିସ ସ୍ପଷ୍ଟ କରିଛି ଯେ କାହାକୁ ଅଟକ ରଖାଯାଇନାହିଁ ।

ଦିଲ୍ଲୀର ଶହୀନବାଗରେ ଧାରା ୧୪୪ ଜାରି ହେଲା; ବହୁ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛି
ଶହୀନବାଗରେ ବହୁ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସି.ଏ.ଏ.) ବିରୋଧରେ ଚ଼ାଲିଥିବା ପ୍ରଦର୍ଶନର ପ୍ରମୁଖ ସ୍ଥାନ ପାଲଟିଥିବା ଶହୀନବାଗ୍ ଅଞ୍ଚଳରେ ପୋଲିସ ଧାରା ୧୪୪ ଜାରୀ କରିବା ସହ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରିଛି । ସେଠାରେ ଅନେକ ମହିଳା ବିରୋଧ ପଦର୍ଶନ କରିଆସୁଛନ୍ତି ।

ଶହୀନବାଗରେ ପଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ପୂର୍ବରୁ ହିନ୍ଦୁ ସେନା ଆହ୍ବାନ ଦେଇଥିଲା । ଏହି ସଙ୍ଗଠନ କହିଥିଲା ଯେ ସିଏଏ ଖିଲାଫରେ ବିକ୍ଷୋଭ କରୁଥିବା ଲୋକଙ୍କୁ ସେଠାରୁ ହଟାଇବାରେ ଦିଲ୍ଲୀ ପୋଲିସ ବିଫଳ ହୋଇଛି । ପ୍ରଦର୍ଶନକାରୀମାନେ ଗତ ଡିସେମ୍ବର ୧୫ ତାରିଖରୁ ସେଠାରେ ଏକ ରାସ୍ତା ଅବରୋଧ କରି ରଖିଛନ୍ତି ।

ଯଦିଓ ଏହି କ୍ଷୁଦ୍ର ଦକ୍ଷିଣପନ୍ଥୀ ସଙ୍ଗଠନ ସିଏଏ ଖିଲାଫରେ ବିକ୍ଷୋଭ କରୁଥିବା ଲୋକଙ୍କୁ ଘଉଡାଇବାରେ ପୋଲିସର ବିଫଳତାକୁ ନେଇ ଦେଇଥିବା ଏକ ଆନ୍ଦୋଳନର ଆହ୍ବାନକୁ ପ୍ରତ୍ୟାହାର କରିନେଇଥିଲା, ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୁପ ଧାରା ୧୪୪ ଲଗାଯାଇଛି ବୋଲି ପୋଲିସ ଅଧିକାରୀମାନେ କହିଛନ୍ତି ।

ହିନ୍ଦୁସେନା ଏକ ବିବୃତିରେ କହିଛି ଯେ ରବିବାର ଦିନ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ବିରୋଧକୁ ବନ୍ଦ କରିବାକୁ ପୋଲିସ ସେମାନଙ୍କ ଉପରେ ଚ଼ାପ ପକାଇଥିଲା । ସଙ୍ଗଠନ ଆହୁରି କହିଛି ଯେ ଏହାର ଜାତୀୟ ସଭାପତି ବିଷ୍ଣୁ ଗୁପ୍ତାଙ୍କୁ ପୋଲିସ ବେଆଇନ ଭାବେ ଅଟକ ରଖିଛି ।

ତେବେ ପୋଲିସ ସ୍ପଷ୍ଟ କରିଛି ଯେ କାହାକୁ ଅଟକ ରଖାଯାଇନାହିଁ । ସଙ୍ଗଠନର ପ୍ରତିନିଧିମାନେ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚ଼ନା କରିବା ପରେ ବିରୋଧ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଥିଲେ ବୋଲି ପୋଲିସ କହିଛି ।

‘‘ଠିକ୍ ସମୟରେ ହସ୍ତକ୍ଷେପ କରିବା ଯୋଗୁଁ ପ୍ରସ୍ତାବିତ ବନ୍ଦ ଡକରାକୁ ବାତିଲ କରାଯାଇଛି । ହେଲେ ସତର୍କତାମୂଳକ ପଦକ୍ଷେପ ସ୍ବରୁପ ଆମେ ଭାରି ମାତ୍ରରେ ସୁରକ୍ଷା କର୍ମୀ ମୁତୟନ କରିଛୁ,’’ କହିଛନ୍ତି ଡିସିପି (ଦକ୍ଷିଣ-ପୂର୍ବ) ଆର୍‌.ପି. ମୀଣା ।

ଶହୀନବାଗରେ ଦୁଇ ପ୍ଲାଟୁନ୍‌ ମହିଳା ଫୋର୍ସ ସହ ମୋଟ ୧୨ ପ୍ଳାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଚ଼ାରିଟି ପୋଲିସ ଜିଲ୍ଲାରୁ ୧୦୦ ଜଣ ପୁରଷ ପୋଲିସଙ୍କୁ ସ୍ଥାନୀୟ ପୋଲିସ ସହିତ ନିୟୋଜିତ କରାଯାଇଛି ବୋଲି ଅଧକାରୀମାନେ କହିଛନ୍ତି ।

ହିନ୍ଦୁ ସେନା ଏକ ବିବୃତିରେ କହିଛି ଯେ ଶହୀନବାଗରେ ସେମାନେ ଆହ୍ୱାନ କରିଥିବା ବିରୋଧକୁ ବନ୍ଦ କରିବା ପାଇଁ ପୋଲିସ ସେମାନଙ୍କ ଉପରେ ଚ଼ାପ ପକାଇଥିଲା ।

ଜାମଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ପାଖରେ ଥିବା ଶହୀନବାଗରେ ଗତ ଡିସେମ୍ବର ୧୫ ତାରିଖ ଠାରୁ ସିଏଏ ଓ ଏନଆରସି ବିରୋଧରେ ଲଗାତର ବିକ୍ଷୋଭ ପଦର୍ଶନ କରାଯାଉଛି ।
First published: March 1, 2020, 5:47 PM IST
corona virus btn
corona virus btn
Loading