• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସମର୍ଥ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନରେ ଚାଲିଛି ଅନୈତିକ କାର୍ଯ୍ୟକଳାପ; ସମ୍ପାଦକଙ୍କ ନାମରେ ମାଳ ମାଳ ଅଭିଯୋଗ

ସମର୍ଥ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନରେ ଚାଲିଛି ଅନୈତିକ କାର୍ଯ୍ୟକଳାପ; ସମ୍ପାଦକଙ୍କ ନାମରେ ମାଳ ମାଳ ଅଭିଯୋଗ

ଛତ୍ରପୁରର ସମର୍ଥ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନର ସମ୍ପାଦକଙ୍କ ବିରୁଦ୍ଧରେ ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରଥମେ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କୁ ସମ୍ପାଦକ ଶାରୀରିକ ନିର୍ଯ୍ୟାତନା ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା ।

ସମର୍ଥ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନର ସମ୍ପାଦକ

ସମର୍ଥ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନର ସମ୍ପାଦକ

  • Share this:
News 18 digital

ବ୍ରହ୍ମପୁର: ଛତ୍ରପୁରର ସମର୍ଥ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନର ସମ୍ପାଦକଙ୍କ ବିରୁଦ୍ଧରେ ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରଥମେ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କୁ ସମ୍ପାଦକ ଶାରୀରିକ ନିର୍ଯ୍ୟାତନା ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ କର୍ମଚାରୀ ମାନଙ୍କୁ ସେମାନଙ୍କର ଟଙ୍କା ଦିଆଯାଉନଥିବା ଅଭିଯୋଗ ହେଉଥିବା ବେଳେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ସମର୍ଥ ଶିକ୍ଷାନୁଷ୍ଠାନର ସମ୍ପାଦକଙ୍କ ବିରୁଦ୍ଧରେ ଏଭଳି ବାରମ୍ବାର ଅଭିଯୋଗ ଆସିବା ପରେ ଏବେ ରାଜ୍ୟ ମହିଳା ଆୟୋଗର ଏକ ଟିମ ଶିକ୍ଷାନୁଷ୍ଠାନର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

"ଶିକ୍ଷାନୁଷ୍ଠାନ ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବୁଲି ବୁଲି ଯାଇ କାମ କରୁଥିବା ବେଳେ କୌଣସି ପ୍ରକାରର ଟଙ୍କା ପ୍ରଦାନ କରାଯାଉ ନାହିଁ," କହିଛନ୍ତି ଶିକ୍ଷାନୁଷ୍ଠାନର କର୍ମଚାରୀ ମାଧବ ପାଢ଼ୀ ।

‘‘ଯେଉଁମାନେ ସମ୍ପାଦକଙ୍କ ଏଭଳି କାର୍ଯ୍ୟରେ ଅତିଷ୍ଠ ହେଉଛନ୍ତି ସେମାନଙ୍କୁ ଚାକିରୀରୁ ଛଟେଇ କରାଇଦେବା ନେଇ କହିଥାନ୍ତି । କେବଳ ଏତିକି ନୁହେଁ ବରଂ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଟଙ୍କା ଆସୁଥିବା ବେଳେ ତାହାକୁ ଆତ୍ମସାତ କରୁଥିବା ବେଳେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିମ୍ନ ମାନର ଖାଦ୍ୟ ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଖୋଦ କର୍ମଚାରୀ ଓ କିଛି ଅଭିଭାବକ ।

ନିର୍ଯ୍ଯାତନାର ଶିକାର ହୋଇଥିବା ଛାତ୍ରୀ


‘‘ଛତ୍ରପୁର ଥାନାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାକୁ ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ଶିକ୍ଷାନୁଷ୍ଠାନର ସମ୍ପାଦକ ଆନନ୍ଦ ରାଓଙ୍କୁ ଥାନାକୁ ଅଣାଯାଇ ପଚରା ଉଚୁରା କରିବା ସହିତ ଅଭିଯୋଗକାରୀଙ୍କ ସହ ମଧ୍ୟ ଆଲୋଚନା ଜାରି ରହିଛି । ଛତ୍ରପୁର ଥାନା ଅଧିକାରୀଙ୍କ ସମେତ ଏକ ସ୍ବତନ୍ତ୍ର ଟିମ ଘଟଣାକୁ ନେଇ ତଦନ୍ତ କରୁଥିବା ବେଳେ ତଦନ୍ତ ଶେଷ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,‘‘ କହିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ ।

ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ସମ୍ପାଦକ ନିଜେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ଏଭଳି ଶରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହେବା ନିହାତି ଭାବେ ଏକ ବଡ଼ ଘଟଣା । ତେଣୁ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସଠିକ ଭାବେ ତଦନ୍ତ କରି ଉପଯୁକ୍ତି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛି ।
Published by:Soumya Das
First published: