OJEE Exam; ଆଜିଠାରୁ ଦ୍ଵିତୀୟ ପର୍ଯ୍ୟାୟ ଓଜେଇଇ ପରୀକ୍ଷା

ଆଜିଠାରୁ ଦ୍ଵିତୀୟ ପର୍ଯ୍ୟାୟ ଓଜେଇଇ ପରୀକ୍ଷା ଆରମ୍ଭ । ଏଥିପାଇଁ ୨୮ ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

ଆଜି ଠାରୁ ଦ୍ଵିତୀୟ ପର୍ଯ୍ୟାୟ ଓଜେଇଇ ପରୀକ୍ଷା 

ଆଜି ଠାରୁ ଦ୍ଵିତୀୟ ପର୍ଯ୍ୟାୟ ଓଜେଇଇ ପରୀକ୍ଷା 

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ଆଜି ଠାରୁ ଦ୍ଵିତୀୟ ପର୍ଯ୍ୟାୟ ଓଜେଇଇ ପରୀକ୍ଷା ଆରମ୍ଭ । ଏଥିପାଇଁ ୨୮ ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଓଜେଇଇ ପରୀକ୍ଷା ପାଇଁ ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ଏମବିଏ, ଲାଟେରାଲ୍ ଡିପ୍ଲୋମା, ବିଟେକ୍, ବି-ଫାର୍ମ ଓ ଏମସିଏ ପାଇଁ  ପରୀକ୍ଷା ଅନୁଷ୍ଠିତ ହେବା ।

କୋଭିଡି କଟକଣାକୁ ଦୃଷ୍ଟିରେ ରଖି ୪ଟି ସିଫ୍ଟରେ ୩,୪ ଓ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ପ୍ରଥମ ସିଫ୍ଟ ସକାଳ ୯ ଟାରୁ ଆରମ୍ଭ ହୋଇ ସକାଳ ୧୦ଟା ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ସିଫ୍ଟ ୧୧.୩୦ ରୁ ୧୨.୩୦ ପର୍ଯ୍ୟନ୍ତ ହେବ । ସେହିଭଳି ତୃତୀୟ ସିଫ୍ଟ ଅପରାହ୍ନ ୨ ଟାରୁ ୩ ଟା ଏବଂ ଚତୁର୍ଥ ସିଫ୍ଟ ଅପରାହ୍ନ ୪.୩୦ ରୁ ୫.୩୦ ମଧ୍ୟରେ ଅନୁଷ୍ଠିତ ହେବ । ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ www.ojee.nic.in ୱେବସାଇଟ ରେ ମିଳିପାରିବ ।

ଓଜେଇଇ ସ୍କୋର ଉପରେ ଆଧାର କରି ପରୀକ୍ଷାର୍ଥୀମାନେ ଓଜେଇଇ ଅଂଶଗ୍ରହଣକାରୀ କଲେଜ ମାନଙ୍କରେ ଆଡମିଶନ ପାଇଁ ଆବେଦନ କରିପାରିବେ ।
Published by:Sujit Swain
First published: