ସୌମ୍ୟଙ୍କ ମୃତ୍ୟୁ: ମିଳିଲା ଆଉ ଏକ ଚିଠି; ବିଦ୍ୟା ଲେଖିଛନ୍ତି ‘ହେ ଭଗବାନ… କିଛି ବି କରିକି ଡିଭର୍ସ କରେଇ ଦିଅ’

ଘୃଣାରେ ଭରା ଏହି ଚିଠିରେ ଡିଭର୍ସ ଉପରେ ଏତେ ଜୋର୍ ଦିଆଯାଇଛି ଯେ ଜୁଲାଇ ୯ ତାରିଖ ପଡ଼ିଥିବା ଯେଉଁ ଚୁକ୍ତିନାମା ଜବତ ହୋଇଛି ତାହା ସତରେ କରାଯାଇଥିଲା ବୋଲି ଅନୁମାନ କରାଯାଉଛି । ଚୁକ୍ତିରେ ଅରାଜି ହେବାରୁ ହୁଏତ ସୌମ୍ୟ ନିଜ ଜୀବନ ହରାଇ ବସିଥିଲେ ।

ସୌମ୍ୟଙ୍କ ମୃତ୍ୟୁ: ମିଳିଲା ଆଉ ଏକ ଚିଠି; ବିଦ୍ୟା ଲେଖିଛନ୍ତି ‘ହେ ଭଗବାନ… କିଛି ବି କରିକି ଡିଭର୍ସ କରେଇ ଦିଅ’
ଡିସେମ୍ବର ୨୦୨୦ରେ ଦୁହିଙ୍କ ବିବାହ ପରର ଏକ ଦୃଶ୍ୟ; (ଡାହାଣ) ନିଜ ବାପଘରେ ବିଧବା ବିଦ୍ୟାଭାରତୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାରଳାଖେମୁଣ୍ଡି: ଯୁବ ବନ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଛି ଆଉ ଏକ ଚିଠି । ଏଇ ଚିଠିଟି ବି ସନ୍ଦେହ ଘେରରେ ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଲେଖିଥିବା କୁହାଯାଉଛି । ଦୁଇ ଦିନ ତଳେ ମିଳିଥିବା ପୂର୍ବ ଚିଠିର ହସ୍ତାକ୍ଷର ସହ ଏହି ଚିଠିର ହସ୍ତାକ୍ଷର ମେଳ ଖାଉଛି ।

ପ୍ରଥମ ଚିଠି ଭଳି ଏହି ଚିଠିରେ ମଧ୍ୟ ବିଦ୍ୟାଭାରତୀଙ୍କ କ୍ଷୋଭ ଓ ରାଗ ଏହି ଚିଠିରେ ସ୍ପଷ୍ଟ ଦିଶୁଛି । ଚିଠିରେ ମାତ୍ର ଛଅ ମାସ ତଳେ ସ୍ବାମୀ ଭାବେ ବରଣ କରିଥିବା ସୌମ୍ୟରଞ୍ଜନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରାଯାଇଛି । ଖୁବ୍ ଶୀଘ୍ର ବିବାହ ବିଚ୍ଛେଦ କରିବାକୁ ଭଗବାନଙ୍କ ପାଖରେ ପ୍ରାର୍ଥନା ବି କରାଯାଇଛି । ଇଂରାଜୀରେ ସ୍ବାମୀଙ୍କୁ ଅତି ଅଶ୍ରାବ୍ୟ ଭାଷାରେ ଭର୍ତ୍ସନା ମଧ୍ୟ କରାଯାଇଛି । ଏହି ଚିଠି ବିଦ୍ୟାଭାରତୀ ନିଜ ସ୍ବାମୀ ସୌମ୍ୟଙ୍କ ଉଦ୍ଦେଶ୍ୟରେ ଲେଖିଥିବା ସନ୍ଦେହ କରାଯାଉଛି ।

ଏହା ବି ପଢ଼ନ୍ତୁ | Horror Story: ଖାଇ ପିଇ ୧୦ ଦିନ ନବଦମ୍ପତି ଗଛରେ ବିତାଇଲେ; ତଳେ ଭୋକିଲା ଭାଲୁ ଅନେଇଥିଲା

‘‘ଛିଃ ଭଗବାନ, ମୋ’ ଦୁଶମନକୁ ଏମିତି ଲୋକ ଗୁଟେ ନ ଦିଅନ୍ତୁ । ଛିଃ ଏ ଏତେ *** ମଣିଷ, ମୁଁ ମୋ’ ଜୀବନରେ ଦେଖିନି । ଏତେ ଦୁଃଖରେ କହିଲି । ଆଖି ଲୁହଗୁଡ଼ା ବି *** ଦେଖାଗଲାନି । Hate Hate Hate,’’ ସେହି ଚିଠିରେ ଲେଖିଛନ୍ତି ବିଦ୍ୟାଭାରତୀ । ଅନେକ ସ୍ଥାନରେ ସେ ଅପଶବ୍ଦ ବ୍ୟବହାର କରିଛନ୍ତି । ଏହି ଚିଠି ଓ ଏହା ପୂର୍ବରୁ ମିଳିଥିବା ଅନ୍ୟ ଚିଠିଟି ଏକ ଡାଏରୀର ଅଂଶ ବିଶେଷ । ବିଦ୍ୟାଭାରତୀଙ୍କ ଯେଉଁ ଡାଏରୀକୁ ପୋଲିସ ଜବତ କରିଛି ସେଥିରେ ହିଁ ଏ ସବୁ ଅଛି ବୋଲି କୁହାଯାଉଛି ।

ବାଲେଶ୍ୱରର ଖଇରାରେ କାନ୍ଦିକାନ୍ଦି ଅଧୀର ହେଉଛନ୍ତି ସୌମ୍ୟଙ୍କ ମା’ ତୁଳସୀ ମହାପାତ୍ର ।


ଏହି ଦ୍ୱିତୀୟ ଚିଠିରେ ଆଉ ଏକ ସ୍ଥାନରେ ବିଦ୍ୟାଭାରତଚୀ ଲେଖିଛନ୍ତି, ‘‘ହେ ଭଗବାନ । କିଛି ବି କରିକି ଡିଭର୍ସ ସରେଇ ଦିଅ । ପ୍ରଭୁ, ଜୀବନ ସାରା ତ ପାଖରେ ଋଣୀ ରହିଯିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ସେବା କରିବି ସାରା ଜୀବନ । କିନ୍ତୁ ପ୍ଲିଜ୍‌, କିଛି ବି କରିକି ଡିଭର୍ସ କରେଇଦିଅ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପ୍ରିୟଙ୍କା ଚୋପ୍ରା ୩୯ ବର୍ଷର ହେଲେ; ଜନ୍ମ ଦିନରେ କେକ୍ କାଟିଲେ, ହେଲେ ପାଖରେ ନ ଥିଲେ ପତି ନିକ୍ ଜୋନାସ୍

ଜବତ ହୋଇଥିବା ଦ୍ୱିତୀୟ ଚିଠି


ଡିଭର୍ସ ଉପରେ ଏହି ଚିଠିରେ ଏତେ ଜୋର୍‌ ଦିଆଯାଇଥିବା ଲକ୍ଷ୍ୟ କରି ଜୁଲାଇ ୯ ତାରିଖ ପଡ଼ିଥିବା ଯେଉଁ ଚୁକ୍ତିନାମା ଜବତ ହୋଇଛି ତାହା ସତରେ କରାଯାଇଥିଲା ବୋଲି ତଦନ୍ତକାରୀ ଅଧିକାରୀମାନେ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି । କାହାରି ସ୍ୱାକ୍ଷର ନ ଥିବା ସେହି ଚୁକ୍ତିନାମାରେ ସୌମ୍ୟଙ୍କ ପୂରା ଦରମା ଓ ତାଙ୍କର ସମସ୍ତ ସମ୍ପତ୍ତି ବିଦ୍ୟାଭାରତୀଙ୍କର ହେବ ବୋଲି ଲେଖାଯାଇଥିଲା । ହୁଏତ ସେହି ଚୁକ୍ତିନାମାରେ ସୌମ୍ୟ ଦସ୍ତଖତ କରିବାକୁ ମନାକରିବାରୁ ବା ସେଥିରେ ଅରାଜି ହୋଇଥିବାରୁ ତାଙ୍କୁ ତିନି ଦିନ ପରେ ନିଜ ଜୀବନ ହରେଇବାକୁ ପଡ଼ିଥିଲା ବୋଲି ଏବେ ସନ୍ଦେହ ବଢି଼ଛି ।



ଫରେନସିକ ଲ୍ୟାବରେ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞ ଏହି ହାତଲେଖା ଚିଠିଗୁଡ଼ିକର ଯାଞ୍ଚ କରିବେ । ଏଥି ପାଇଁ ବିଦ୍ୟାଭାରତୀଙ୍କଠାରୁ ତାଙ୍କ ସଦ୍ୟ ହାତଲେଖା ନମୁନା ବି ସଂଗ୍ରହ କରାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ମାମଲାରେ ବିଦ୍ୟାଭାରତୀ ସିଧାସଳଖ ସଂପୃକ୍ତ ଥିବା ଓ ତାଙ୍କୁ ଗିରଫ କରାଗଲେ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହେବ ବୋଲି କହିଛନ୍ତି ସୌମ୍ୟଙ୍କ ଓକିଲ ।
Published by: Anand ST Das
First published: July 22, 2021, 5:31 PM IST