News18 Odia Digital
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହାସହ ଧନୁଯାତ୍ରା ଅବସରରେ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ସେ। ଯୁଗେ ଯୁଗେ ହିଂସା ଓ ଆତଙ୍କରାଜର ସ୍ଥାନନାହିଁ। ଏହାକୁ ବିନାଶ କରି ଶାନ୍ତି ସ୍ଥାପନ ଧନୁଯାତ୍ରା ବାର୍ତ୍ତା ଦେଇଛନ୍ତି।
ଧନୁଯାତ୍ର କମିଟିର ସଭାପତି ସତ୍ୟଞ୍ଜିବ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ବ୍ଲକ ଉପାଧ୍ୟକ୍ଷ ତଥା ଧନୁଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ନାରାୟଣ ଲୁହା ପ୍ରମୁଖ ସମ୍ମାନୀତ ଆତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ।

ଧନୁଯାତ୍ରା ଅବସରରେ ସାଂସ୍କୃତିକ ବାର୍ତ୍ତା
ଏହି ଅବସରରେ ପାରାୟଣ ଗାୟକ ଅସିତ ଷଡ଼ଙ୍ଗୀ, ପରିବେଶବିତ ଋଷିନାଥ ମହାକୁଡ, ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଦ୍ବିତୀକୃଷ୍ଣ ପଣ୍ଡା ଓ ବାନ୍ଧକଳା ଶିଳ୍ପି ତ୍ରୀପୁରାରୀ ମେହେରଙ୍କୁ ମୁଖ୍ୟ ଅତିଥି ପ୍ରଫେସର ଗଣେଶି ଲାଲ ସମ୍ବର୍ଦ୍ଧିତ କରିଥିଲେ।
ସେହିପରି ଯୁଗଳ କିଶୋର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସାଂସ୍କୃତିକ ସଭାପରେ ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ କ୍ରମରେ କୃଷ୍ଣ ବଳରମଙ୍କ ଜନ୍ମ, କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଗମନ ଆଦି ପରିବେଷଣ କରାଯାଇଥିଲା। ଗୋପାଳ ସାହୁ କଂସ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କର ସଂଳାପ ଓ ଅଭିନୟ ଦର୍ଶଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାନ୍ଧି ରଖୁଛି। ରଙ୍ଗସଭାରେ ସମ୍ବଲପୁରୀ ନୃତ୍ୟ ସହିତ ଆଧୁନିକ ନୃତ୍ୟ ପରୁବେଷଣ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।