News18 Odia Digital
ଝାରସୁଗୁଡ଼ା: ଗୋଟିଏ ଭାଇର ମୃତ୍ୟୁ ହେବା ପରେ ପରିବାରର ବାକି ପାଞ୍ଚ ଜଣ ଯାକ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଯୋଡ଼ିହୋଇଯାଇଛି ଆଉ ଏକ ଦୁଃଖଦ ଫର୍ଦ୍ଦ । ଆଜି ସକାଳୁ ଦ୍ୱିତୀୟ ଭାଇଟିର ମୃତ୍ୟୁ ହୋଇଛି, ଆଉ ଝାରସୁଗୁଡ଼ାର ଏହି ପରିବାର ଉପରେ ନଇଁ ଆସିଛି ପୀଡ଼ାର ପାହାଡ଼ । ମୃତକ ଜଣକ ଶ୍ରୀକାନ୍ତ ବିଶ୍ବାଳ ।
ଏକ ସଡ଼କ ଦୁର୍ଘଟଣା ପରେ ଦୀର୍ଘ ଦୁଇ ବର୍ଷ କୋମାରେ ରହିବା ପରେ ଗତ ସୋମବାର ବିଳମ୍ବିତ ରାତିରେ ସାନ ଭାଇ ଦୀପକ ବିଶ୍ବାଳର ମୃତ୍ୟୁ ହୋଇଥିଲା । ଏହାକୁ ଗ୍ରହଣ କରି ନ ପାରି ତାଙ୍କ ମାଆ, ତିନି ଭଉଣୀ ଓ ବଡ଼ ଭାଇ ଶ୍ରୀକାନ୍ତ ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସମସ୍ତ ଅସୁସ୍ଥଙ୍କୁ ପୋଲିସ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଭଉଣୀ ଲିଲିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବୁର୍ଲା ପଠାଇ ଦିଆଯାଇଥିଲା । ହେଲେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଥିଲା ।
ଗତ କାଲି ରାତିରେ ହଠାତ ବଡ଼ ଭାଇ ଶ୍ରୀକାନ୍ତଙ୍କ ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କୁ ବି ବୁର୍ଲା ପଠାଇ ଦିଆଯାଇଥିଲା । ଆଜି ସକାଳୁ ଶ୍ରୀକାନ୍ତଙ୍କର ବୁର୍ଲାରେ ମୃତ୍ୟୁ ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କ ମାଆ ଓ ଦୁଇ ଭଉଣୀ ଝାରସୁଗୁଡ଼ା ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ଜଣେ ଭଉଣୀ ଏବେ ବୁର୍ଲା ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ବିଷ ପିଇବା ପରେ ମଙ୍ଗଳବାର ଦିନ ହସପିଟାଲରେ ଚିକିତ୍ସା ହେଉଥିବା ବେଳେ ଶ୍ରୀକାନ୍ତ ବିଶ୍ୱାଳ । ଏବେ ସେ ଆଉ ନାହାନ୍ତି ।
ଗତ କାଲି ଠାରୁ ଦୀପକର ଶବ ସତ୍କାର କରାଯାଇ ପାରି ନ ଥିବା ବେଳେ ଆଜି ଆଉ ଜଣେ ଭାଇର ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏବେ ଦୁଇ ଭାଇଙ୍କ ଶବ ଶତ୍କାର ଏକା ସାଥିରେ କରିବା ପାଇଁ ପରିଜନ ଓ ସମ୍ପର୍କୀୟମାନେ ଆୟୋଜନ କରିଥିବା ଜଣାପଡ଼ିଛି ।
‘‘ଜଣେ ପରିବାର ସଦସ୍ୟଙ୍କର ସଡ଼କ ଦୁର୍ଘଟଣା ପରେ ଚିକିତ୍ସା ସମୟରେ ମୃତ୍ୟୁ ହେବା ପରେ ସେହି ପରିବାରର ବାକି ପାଞ୍ଚ ଜଣ ସଦସ୍ୟ ସାମୁହିକ ଭାବେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୌଣସି ବିଷାକ୍ତ ତରଳ ପଦାର୍ଥ ପିଇଦେଇଛନ୍ତି ମୃତ ବ୍ୟକ୍ତିଙ୍କ ତିନି ଭଉଣୀ, ଜଣେ ଭାଇ ଓ ମାଆ,’’ ଗତ କାଲି ବିଟିଏମ୍ ଫାଣ୍ଡିର ଭାରପ୍ରାପ୍ତ ପୋଲିସ୍ ଅଧିକାରୀ ସୁଚିସ୍ମିତା ମହାନ୍ତି କହିଥିଲେ । ତିନି ଭଉଣୀଙ୍କ ମଧ୍ୟରୁ ଜଣେ ବିଷ ପିଇବା ପୂର୍ବରୁ ଗଳାରେ ଦଉଡ଼ି ଲଗେଇ ଫାଶୀ ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଥିଲା ।

ସାନ ଭାଇ ଦୀପକ ବିଶ୍ୱାଳ ବାଇକ୍ ଦୁର୍ଘଟଣାରେ ଆହତ ହୋଇ ଦୁଇ ବର୍ଷ ଚିକିତ୍ସା ହେବା ପରେ ସୋମବାର ମୃତ୍ୟୁବରଣ କରିଥିଲେ ।
ପୋଲିସର କହିବା ଅନୁସାରେ ଡିସେମ୍ବର ୨୦୧୮ରେ ଦୀପକ ବିଶ୍ବାଳ ଝାରସୁଗୁଡ଼ାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆମରି ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରୁ ଜୁନ୍ ୨୦୧୯ରେ ଘରକୁ ଆସି ଘରେ ଔଷଧ ଖାଉଥିଲେ ଓ ଚିକିତ୍ସାରେ ଥିଲେ । ଗତ କାଲି ରାତିରେ ତାଙ୍କ ଦେହ ହଠାତ୍ ଖରାପ ହେବାରୁ ତାଙ୍କୁ ସମଲେଶ୍ୱରୀ ହସପିଟାଲକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପରିବାର ସଦସ୍ୟମାନେ ତାଙ୍କ ମୃତ ଦେହ ଘରକୁ ଆଣିଥିଲେ । ସେମାନେ ଏହି ଦୁଃଖରେ ଭାଙ୍ଗି ପଡ଼ି ସାମୁହିକ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ ଓ ବିଷ ପାଇଦେଇଥିଲେ ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।ଏହା ବି ପଢ଼ନ୍ତୁ: ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।