ଯାଜପୁରରେ ଦୁଇ ଦିନରେ ଚ଼ାରି ଜଣଙ୍କୁ ହତ୍ୟା କରିଥିବା ହାତୀ କେଉଁଠି ଲୁଚ଼ି ରହିଛି; ଖୋଜା ଚ଼ାଲିଛି

ଏଇ ଆକ୍ରାମକ ଓ ଚ଼ତୁର ହାତୀଟିକୁ ଠାବ କରିବା ବନ ବିଭାଗ ପାଇଁ ଏବେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି । ହାତୀ ମିଳିଲେ ସିନା ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବ । ନରହନ୍ତାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଶିମିଳିପାଳ ଓ ନନ୍ଦନକାନନରୁ ଆସିଛନ୍ତି ଦୁଇଟି ବିଶେଷଜ୍ଞ ଟ୍ରାଙ୍କୁଲାଇଜିଂ ଟିମ୍‌ । ଅନୁଗୁଳ ଓ କେନ୍ଦୁଝରରୁ ବି ଆସିଛନ୍ତି ଅନ୍ୟ ଦୁଇଟି ବିଶେଷଜ୍ଞ ଦଳ ।

ଯାଜପୁରରେ ଦୁଇ ଦିନରେ ଚ଼ାରି ଜଣଙ୍କୁ ହତ୍ୟା କରିଥିବା ହାତୀ କେଉଁଠି ଲୁଚ଼ି ରହିଛି; ଖୋଜା ଚ଼ାଲିଛି
ଲୋକଙ୍କୁ ଆକ୍ରମଣ କରି ଦଉଡ଼ି ପଳେଇ ଯାଉଥିଲା ହାତୀଟି ।
  • News18 Odia
  • Last Updated: January 27, 2020, 11:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯାଜପୁର: ଯାଜପୁରର ଦାନଗଦି ଅଞ୍ଚଳରେ ଚ଼ାରି ଚ଼ାରି ଜଣ ଲୋକଙ୍କ ଜୀବନ ନେଇ ଆତଙ୍କ ଖେଳାଇଥିବା ନରହନ୍ତା ହାତୀଟିର ଏବେ ପତ୍ତା ମିଳୁନାହିଁ। ଗତକାଲି ରାତି ୧୨ଟା ଠାରୁ ହାତୀଟିକୁ ଠାବ କରିପାରିନାହିଁ ବନ ବିଭାଗ । ତାକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଦୁଇଟି ବିଶେଷଜ୍ଞ ଦଳ ଆସି ପହଞ୍ଚିଛନ୍ତି, କିନ୍ତୁ ହାତୀଟି କେଉଁଠି ଲୁଚ଼ି ରହିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ୁନାହିଁ ।

ନରହନ୍ତା ହାତୀକୁ ରବିବାର ରାତିରେ ଶେଷ ଥର ପାଇଁ ଧପଙ୍ଖିରେ ଦେଖାଯାଇଥିଲା । ସେବେ ଠାରୁ ସେ କେଉଁଠି ଆତ୍ମଗୋପନ କରି ରହିଛି ବା ଆଉ କୁଆଡ଼େ ଚ଼ାଲିଯାଇଛି ତାହା ବନ ବିଭାଗର କର୍ମଚ଼ାରୀମାନେ ଜାଣିପାରୁ ନାହାନ୍ତି । କିନ୍ତୁ ଆଜି (ସୋମବାର) ସକାଳେ ଖବର ମିଳିଛି ଯେ ଦାନଗଦି ବ୍ଲକର ମାନପୁର ନିକଟ ମୁଣ୍ଡାସାହିରେ ଗତକାଲି ବିଳମ୍ବିତ ରାତିରେ ପୁଣି ଭଙ୍ଗାରୁଜା କରିଥିଲା ସେହି ହାତୀଟି । ଜୀବନ ମୁଣ୍ଡା, ସୁନାରାମ ମୁଣ୍ଡା ଓ ସାଲିଆ ମୁର୍ମୁଙ୍କ ଘର ସେ ଭାଙ୍ଗିଦେଇଛି।

ଏବେ ଏଇ ଆକ୍ରାମକ ଓ ଚ଼ତୁର ହାତୀଟିକୁ ଠାବ କରିବା ବନ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି । ହାତୀ ମିଳିଲେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବ ବୋଲି କହିଛି ବନ ବିଭାଗ । ନରହନ୍ତାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଶିମିଳିପାଳ ଓ ନନ୍ଦନକାନନରୁ ଆସିଛନ୍ତି ଦୁଇଟି ବିଶେଷଜ୍ଞ ଟ୍ରାଙ୍କୁଲାଇଜିଂ ଟିମ୍‌ । ସେହି ପରି ଅନୁଗୁଳ ଓ କେନ୍ଦୁଝରରୁ ଆସିଛନ୍ତି ଅନ୍ୟ ଦୁଇଟି ବିଶେଷଜ୍ଞ ଦଳ ।

ଲୋକେ ଆତଙ୍କିତ ହୋଇ ଘର ବାହାରେ ପହରା ଦେଉଛନ୍ତି ।


ଗତ ଦୁଇ ଦିନ ହେବ ଯାଜପୁରରେ ଆତଙ୍କ ଖେଳାଇଥିବା ଏହି ଦନ୍ତା ହାତୀର ଆକ୍ରମଣରେ ଚ଼ାରି ଜଣ ଲୋକଙ୍କ ଜୀବନ ଯାଇସାରିଛି । ଗୁରୁତରଭାବେ ଆହତ ହୋଇଛନ୍ତି ୧୦ରୁ ଅଧିକ ଲୋକ । ରସୁଲପୁର, କୋରେଇ ଏବଂ ଦାନଗଦି ବ୍ଲକରେ ଗତ କିଛି ଦିନ ହେବ ଆତଙ୍କ ଖେଳାଇଛି ଏଇ ହାତୀଟି ।

ବନ ବିଭାଗର କର୍ମଚ଼ାରୀମାନେ ହାତୀଟିକୁ ଠାବ କରିବାକୁ ଚ଼େଷ୍ଟା କରୁଛନ୍ତି ।


ଗତ ଚ଼ାରି ଦିନ ଧରି ହାତୀଟି ଦାନଗଦୀର ଧୂଳିଗଡ଼ ଜଙ୍ଗଲରେ ରହି ଆତଙ୍କ ଖେଳାଇଥିଲା । ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହି ବ୍ୟାପକ ଫସଲ ନଷ୍ଟ କରିଥିଲା । ପରେ କେନ୍ଦୁଝର ଏବଂ ଅନୁଗୁଳରୁ ଆସିଥିବା ଦୁଇଟି ବିଶେଷଜ୍ଞ ଟିମ୍‌ ହାତୀ ଘଉଡ଼ାଇବା ଲାଗି ଗତ ରାତିରେ ଉଦ୍ୟମ ଚ଼ଳାଇଥିଲେ । ବନ ବିଭାଗ ସହ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରୁଥିଲେ । ମାତ୍ର ଅନ୍ଧାର ଓ କୁହୁଡ଼ିରେ ହାତୀଟି ରବିବାର ମଧ୍ୟରାତ୍ରିରୁ କେଉଁଠି ଛପି ରହିଛି ବା କୁଆଡ଼େ ଚାଲିଯାଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ବୋଲି କହିଛନ୍ତି ବନ ବିଭାଗର ଅଧିକାରୀମାନେ ।
First published: January 27, 2020, 11:52 AM IST
corona virus btn
corona virus btn
Loading