ନାସିକରେ ଇଣ୍ଟରନ୍ୟାସନାଲ ଆଇଡ଼ଲ ଆଓ୍ବାର୍ଡ଼ ୨୦୨୨ ପାଇଲେ ବ୍ରହ୍ମପୁରର ଶିଳ୍ପୀ ମନୀଷା କୁମାରୀ ପଣ୍ଡା

ନାସିକରେ ଇଣ୍ଟରନ୍ୟାସନାଲ ଆଇଡ଼ଲ ଆଓ୍ବାର୍ଡ଼ ୨୦୨୨ ପାଇଲେ ବ୍ରହ୍ମପୁରର ଶିଳ୍ପୀ ମନୀଷା କୁମାରୀ ପଣ୍ଡା । ପଟ୍ଟଚିତ୍ରକୁ ବଞ୍ଚାଇ ରଖିବା ସହ ବିଭିନ୍ନ ଅଦରକାରୀ ସାମଗ୍ରୀରେ ଜଗନ୍ନାଙ୍କ କଳାକୃଥି କରି ଚର୍ଚ୍ଚାକୁ ଆସିଥିଲେ ମନୀଷା ।

ବ୍ରହ୍ମପୁରର ଶିଳ୍ପୀ ମନୀଷା କୁମାରୀ ପଣ୍ଡା

ବ୍ରହ୍ମପୁରର ଶିଳ୍ପୀ ମନୀଷା କୁମାରୀ ପଣ୍ଡା

  • News18 Odia
  • Last Updated :
  • Share this:
News 18 Odia Digital

ବ୍ରହ୍ମପୁର: କଳା ଓ କଳାକାରର ସହର ହେଉଛି ବ୍ରହ୍ମପୁର । ସହରରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ସହରର ନାମକୁ ଆହୁରି ଆଗକୁ ବଢ଼ାଇବା ସହିତ ସହରର କଳା ଓ ଭାସ୍କର୍ଯ୍ୟକୁ ମଧ୍ୟ ଆଗକୁ ନେବାର ସହାୟକ କରୁଛନ୍ତି । ସେହିପରି ଜଣେ ଶିଳ୍ପୀ ତଥା କଳାକାର ହେଉଛନ୍ତି ବ୍ରହ୍ମପୁର ଆମ୍ବପୁଆ ମାରୁତୀ ନଗର ଦ୍ବିତୀୟ ଲାଇନର ମନୀଷା କୁମାରୀ ପଣ୍ଡା । ମନୀଷା ନିଜର କଳା ପାଇଁ ଏବେ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଗତ ୨୮ ତାରିଖରେ ନାସିକରେ ନିର୍ବାଣ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଥିବା ସମ୍ମାନ ସମାରୋହରେ ଇଣ୍ଟରନେସନାଲ ଆଇଡ଼ଲ ଆଓ୍ବାର୍ଡ଼ ୨୦୨୨ ମନୀଷା କୁମାରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା ।

ସେପଟେ ମନୀଷାଙ୍କ ଏଭଳି ସଫଳତାକୁ ନେଇ ତାଙ୍କ ପରିବାର ଲୋକେ ବେଶ ଗର୍ବିତ ରହିଥିବା ବେଳେ ସରକାରୀ ପ୍ରତ୍ସାହନ ମିଳିଲେ ଆହୁରି ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି ମନୀଷାଙ୍କ ବାପା ମା । ପେପର ପ୍ଲେଣ୍ଟରେ ଜଗନ୍ନାଥଙ୍କ ଦଶ ଅବତାର କଳାକୃତି ଅତି ସୁନ୍ଦର ଭାବେ କରିବା ସହ ନବଗୁଞ୍ଜର କଳାକୃତି ମଧ୍ୟ କରିଛନ୍ତି । ଏହାଛଡ଼ା ବିଭିନ୍ନ ଅଦରକାରୀ ସାମଗ୍ରୀରେ ଅନେକ କଳାକୃତି କରିଛନ୍ତି । ବିଶେଷ କରି ପ୍ଲାଷ୍ଟିକ ବୋତଲ, ମାଟି ପାତ୍ର, ଶୁଖିଲା ଖାଦ୍ୟ, ଓସ୍ତ ପତ୍ର, ଶାଳଗ୍ରାମ, ପଥର ଖଣ୍ଡ, ମେଡ଼ିସିନ୍‌ ଷ୍ଟ୍ରିପ୍‌ ଭଳି ଅଦରକାରୀ ସାମଗ୍ରୀ ଅତି ସୁନ୍ଦର ଭାବେ ଜଗନ୍ନାଥଙ୍କ କଳାକୃତି କରିଛନ୍ତି ।

ଏଭଳି କଳା ଓ ସଂସ୍କୃତିକୁ ଆଗକୁ ନେବା ସହିତ ଏହାର ଅଧିକ ପ୍ରଚାର ପ୍ରସାର କରିବା ଲାଗି ଏଭଳି କଳା ସେ କରିଥିଲେ । ଏଭଳି କଳା ଯୋଗୁଁ ତାଙ୍କୁ ଏତେବଡ଼ ସମ୍ମାନ ମିଳିଥିବା ଯୋଗୁଁ ସେ ବେଶ ଖୁସୀଥିବା ବେଳେ ଆଗାମୀ ଦିନରେ ଓ୍ବାଲର୍ଡ଼ ବୁକ ଅଫ ରେକର୍ଡ଼ରେ ସାମିଲ ହେବା ନେଇ ଆଶାବାଦୀ ଅଛନ୍ତି,‘‘ ଶିଳ୍ପୀ ମନୀଷା । ପୂର୍ବରୁ ମନୀଷା ଏହି କଳାକୃତି ଯୋଗୁଁ ସେ ନ୍ୟାସନେଲ ବୁକ ଅଫ ରେକର୍ଡ଼ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ସମ୍ମାନ ମଧ୍ୟ ପାଇସାରିଛନ୍ତି । ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଏଭଳି ଆନ୍ତର୍ଜାତୀୟ ସମ୍ମାନରେ ମନୀଷା ସମ୍ମାନିତ ହୋଇପାରିଛି । ଆଗାମୀ ଦିନରେ ସ୍ଥାନୀୟ ବିଧାୟକ, ସାଂସଦ ସହ ସରକାରଙ୍କ ପକ୍ଷରୁ ଯଦି କିଛି ପ୍ରତ୍ସାହନ ମିଳେ ତେବେ ମନୀଷା ଆହୁରି ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି,‘‘ ମନୀଷାଙ୍କ ବାପା ନୀଳମାଧବ ପଣ୍ଡା । ନିଜ କଳା ପାଇଁ ମନୀଷା ବର୍ତ୍ତମାନ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ କଳାକୃତି କରି ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ମନୀଷା ।
Published by:Soumyashree Mishra
First published: