ଝରାଫୁଲ ମୃତ୍ୟୁ: ମିଳିଲା ଶବ ବୁହାହୋଇଥିବା ସ୍କୁଟି; ରାକେଶର ମିଛଧରା ପରୀକ୍ଷା ହୋଇପାରେ
ମୁଖ୍ୟ ଅଭିଯୁକ୍ତ ରାକେଶ ସହ ମିଶି ସେହି ନାଲି ସ୍କୁଟିରେ ଝରାଫୁଲଙ୍କ ଶବକୁ ନେଇ ଯାଜପୁର କୁଆଖିଆରେ ଫିଙ୍ଗିଥିବା ତା’ ସହଯୋଗୀ ଏବେ ବି ଫେରାର୍ ଥିବାରୁ ପୋଲିସର ତଦନ୍ତରେ ଥିବା ନିଷ୍ଠା ଉପରେ ପ୍ରଶ୍ନ ଉଠିଛି ।

ଝରାଫୁଲ; ଉଦ୍ଧାର ହୋଇଥିବା ସ୍କୁଟି; CCTVରେ ଝରାଫୁଲଙ୍କ ଶବକୁ ସ୍କୁଟିରେ ନିଆଯାଉଥିବାର ଦୃଶ୍ୟ
- News18 Odia
- Last Updated: February 4, 2021, 7:14 PM IST
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବି.ଏ. ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ଏ ପର୍ଯ୍ୟନ୍ତ ଯାଜପୁର ପୋଲିସର ତଦନ୍ତ ନୈରାଶ୍ୟଜନକ ରହିଥିବା ବେଳେ ଗୁରୁବାର ଦିନ ସେମାନଙ୍କ ପ୍ରୟାସକୁ ପାଦେ ସଫଳତା ମିଳିଛି । ଝରାଫୁଲଙ୍କ ଶବକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆ ନେବାରେ ବ୍ୟବହୃତ ହୋଇଥିବା ନାଲି ରଙ୍ଗର ସ୍କୁଟି ଉଦ୍ଧାର ହୋଇଛି ।
ସେହି ସ୍କୁଟିଟିକୁ ଭୁବନେଶ୍ବରର ସୁନ୍ଦରପଦାରୁ ଜବତ କରିଛି ଯାଜପୁର ପୋଲିସ (Jharaphula death) । ଜାନୁଆରୀ ୨୬ ଓ ୨୭ ତାରିଖରେ ଝରାଫୁଲଙ୍କୁ ନେବା ଆଣିବାର ଅନେକ ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଥିଲା ଓ ପୋଲିସର ହସ୍ତଗତ ହୋଇଥିଲା । ସବୁଥିରେ ଦିଶୁଥିଲା ଏହି ନାଲି ରଙ୍ଗର ହୀରୋ ଡେଷ୍ଟିନି ସ୍କୁଟି (ରେଜିଷ୍ଟ୍ରେଶନ୍ ନମ୍ବର୍ OD 02B P7885) । ଏଥିରେ ଝରାଫୁଲଙ୍କ ଶବକୁ ଜାନୁଆରୀ ୨୭ ତାରିଖ ସକାଳେ ଯାଜପୁର କୁଆଖିଆ ନେଇ ସେଠାରେ ଏକ ରାସ୍ତା କଡ଼ରେ ଫିଙ୍ଗିଥିଲେ ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଓ ତାଙ୍କର ଜଣେ ସହଯୋଗୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୋକିଲା ବାଘ ପର୍ଯ୍ୟଟକମାନଙ୍କ କାର୍କୁ ପଛରୁ ଟାଣିଲା; ଲୋକେ ଭୟରେ ଥରିଲେ; ଦେଖନ୍ତୁ VIDEO

ସ୍କୁଟିଟିକୁ ସୁନ୍ଦରପଦାରୁ ଜବତ କରିଛି ଯାଜପୁର ପୋଲିସ ।
ଯାଜପୁର ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କ କଥାକୁ କାଟିବା ପାଇଁ ତଦନ୍ତକାରୀ ପୋଲିସ୍ ଟିମ୍ ପାଖରେ କୌଣସି ପ୍ରମାଣ ବା ବଳିଷ୍ଠ ଯୁକ୍ତି ନାହିଁ । ପୋଲିସ ସହ ପଚରା ଉଚରାରେ ରାକେଶ କହିଛି ଯେ ଝରାଫୁଲଙ୍କ ଦେହ ଭଲ ନ ଥିଲା ଓ ତାଙ୍କ ପେଟ ଖରାପ ଥିବାରୁ ବାନ୍ତି ହେଉଥିଲା । ସେ ଓ ଝରାଫୁଲ ଜାନୁଆରୀ ୨୬ ତାରିଖ ରାତିରେ ଧର୍ମବିହାରରେ ଥିବା ଏକ ଗେଷ୍ଟ ହାଉସର ଏକ କୋଠରୀରେ ସାଙ୍ଗରେ ରାତ୍ରିଯାପନ କରିବା ବେଳେ କେତେବେଳଏ ରାତିରେ ଝରାଫୁଲଙ୍କ ମୃତ୍ୟୁ ହୋଇଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସୋସିଆଲ୍ ମିଡ଼ିଆର ବନ୍ଧୁ ଯୁବତୀଙ୍କୁ ତାଙ୍କ କୁନି ଝିଅ ସାମନାରେ ହତ୍ୟା କଲା; ସାମନାକୁ ଆସିଲା CCTV VIDEO
ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାହା ରାକେଶ ଜାଣି ନ ଥିବା ପୋଲିସକୁ କହିଛି । ତେଣୁ ଏ ପର୍ଯ୍ୟନ୍ତ ଝରାଫୁଲକୁ ସେ ବା ଅନ୍ୟ କେହି ହତ୍ୟା କରିଥିବାର କୌଣସି ପ୍ରମାଣ ପୋଲିସ ପାଖରେ ନାହିଁ ବୋଲି କହିଛନ୍ତି ତଦନ୍ତକାରୀ ଦଳର ଜଣେ ଅଧିକାରୀ । ହେଲେ ଝରାଫୁଲଙ୍କ ପୋଷ୍ଟ ମର୍ଟମ୍ ରିପୋର୍ଟ ଓ ତାଙ୍କ ଭିସେରା ପରୀକ୍ଷାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଥିବା ବେଳେ ରାକେଶ ସ୍ୱାଇଁଙ୍କ ଲାଇ-ଡିଟେକ୍ସନ୍ ଟେଷ୍ଟ୍ (ମିଛ ଧରା ପରୀକ୍ଷା) ଉପରେ ପୋଲିସର ତଦନ୍ତ ବହୁ ମାତ୍ରାରେ ନିର୍ଭର କରୁଛି ।

ବି.ଏ. ଦ୍ୱିତାୟ ବର୍ଷ ଫିଲୋସଫି ଅନର୍ସର ଛାତ୍ରୀ ଥିଲେ ଝରାଫୁଲ ନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ପାଦରେ କଳା ସୂତା ପିନ୍ଧୁଛନ୍ତି କି? ନିଜ ଅଜାଣତରେ ନିଜ ପାଇଁ ବିପଦ ଡାକି ଆଣୁନାହାନ୍ତି ତ?
‘‘ଖୁବ୍ ଶୀଘ୍ର ରାକେଶର ଲାଇ-ଡିଟେକ୍ସନ୍ ଟେଷ୍ଟ୍ କରାଯିବ । ସେ ଯାହା ଯାହା କହୁଛି ସେଥିରେ କେତେକ କଥା ମେଳଖାଉ ନାହିଁ । ତଦନ୍ତ ଆଗେଇ ଚାଲିଛି । ଜଲଦି ଝରାଫୁଲଙ୍କ ମୃତ୍ୟୁର ପ୍ରକୃତ କାରଣ ସାମନାକୁ ଆସିବ,’’ କହିଛନ୍ତି ଜଣେ ପୋଲିସ ଅଧିକାରୀ ।
ଏହି ବହୁଚର୍ଚ୍ଚିତ ରହସ୍ୟମୟ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁର ରିମାଣ୍ଡର ଶେଷ ଦିନ ଥିଲା ଗୁରୁବାର । କୁଆଖିଆ ଥାନାରେ ଅଧିକ ସୂଚନା ପାଇଁ ତା’ ସହ ପଚରାଉଚରା ଜାରି ରଖିଥିଲା ପୋଲିସ, ହେଲେ କୌଣସି ନୂଆ ତଥ୍ୟ ବା ନୂଆ ଦିଗ ସାମନାକୁ ଆସି ନ ଥିଲା ।