ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମାଗଣାରେ ଖାଦ୍ୟ ଡେଲିଭେରୀ କରିବ ସ୍କୁପି; ଗ୍ରାହକଙ୍କୁ ମିଳିବ କ୍ୟାସ ବ୍ୟାକ

ମାଗଣାରେ ଖାଦ୍ୟ ଡେଲିଭେରୀ କରିବ ସ୍କୁପି; ଗ୍ରାହକଙ୍କୁ ମିଳିବ କ୍ୟାସ ବ୍ୟାକ

ଭୁବନେଶ୍ୱର ବଜାରକୁ ପ୍ରବେଶ କଲା ନୂଆ ଫୁଡ଼ ଡ଼େଲିଭରି ଆପ୍ ‘ସ୍କୁପି’(scoopy)। ରାଜଧାନୀର ଯେକୌଣସି ଜାଗାରେ ଗ୍ରାହକଙ୍କୁ ହୋମ ଡ଼େଲିଭରି କରିବ ଏହି ଆପ । ଏଥି ପାଇଁ ଗ୍ରାହକଙ୍କୁ କିଛି ବି ଡ଼େଲିଭରି ଚାର୍ଜ ଦେବାକୁ ପଡ଼ିବ ନାହିଁ ।

ମାଗଣାରେ ଖାଦ୍ୟ ଡେଲିଭେରୀ କରିବ ସ୍କୁପି; ଗ୍ରାହକଙ୍କୁ ମିଳିବ କ୍ୟାସ ବ୍ୟାକ
ସହଜ ଓ ସୁବିଧାରେ ଖାଦ୍ୟ ପରସିବ ସ୍କୁପି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 18, 2021, 6:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱର ବଜାରକୁ ପ୍ରବେଶ କଲା ନୂଆ ଫୁଡ଼ ଡ଼େଲିଭରି ଆପ୍ ‘ସ୍କୁପି’(scoopy)। ରାଜଧାନୀର ଯେକୌଣସି ଜାଗାରେ ଗ୍ରାହକଙ୍କୁ ହୋମ ଡ଼େଲିଭରି କରିବ ଏହି ଆପ । ଏଥି ପାଇଁ କିଛି ବି ଡ଼େଲିଭରି ଚାର୍ଜ ଦେବାକୁ ପଡ଼ିବ ନାହିଁ ଗ୍ରାହକଙ୍କୁ।

ଭୁବନେଶ୍ବରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ନୁହେଁ, ଏହି ଆପ୍ଲିକେସନ ବ୍ୟବହାର କରି ଭୁବନେଶ୍ୱରର ଯେ କୌଣସି ଅଞ୍ଚଳରୁ ଗ୍ରାହକ ନିଜ ପ୍ରିୟ ଖାଦ୍ୟ ମଗାଇ ପାରିବେ।

ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ପ୍ରାୟ ୩ ଶହରୁ ଅଧିକ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା ସହିତ ଅନୁବନ୍ଧିତ ହୋଇଛି ସ୍କୁପି। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍କୁପିର ବିଜିନେସ୍ ହେଡ଼ ଦିଲୀପ ଭୂୟାଁ ସୂଚନା କହିଛନ୍ତି," ଭୁବନେଶ୍ୱରରେ ଏକାଧିକ ନାମୀଦାମି ଫୁଡ଼ ଡ଼େଲିଭରି ବ୍ରାଣ୍ଡ ଥିଲେ ବି ସ୍କୁପି ପ୍ରତି ଲୋକଙ୍କର ଆଦର ବଢିବ । ଏହାର କାରଣ ହେଲା ଯେତେ କମ ହେଉ କି ବେଶୀ କୌଣସି ଅର୍ଡ଼ରରେ ଗ୍ରାହକଙ୍କୁ ଡ଼େଲିଭରି ଚାର୍ଜ ମୁକ୍ତ କରାଯାଇଛି । ଯେତେବେଳେ ଅନ୍ୟ ବ୍ରାଣ୍ଡଗୁଡ଼ିକ ମାତ୍ର ୫ରୁ ୬ କିଲୋମିଟର ଭିତରେ ଖାଦ୍ୟ ହୋମ ଡ଼େଲିଭରି କରୁଛନ୍ତି ସେଭଳି ସମୟରେ ଭୁବନେଶ୍ୱରର କୌଣସି ଅଞ୍ଚଳରେ ବି ମାଗଣାରେ ଖାଦ୍ୟ ଡ଼େଲିଭରି କରିବ ସ୍କୁପି"।

ସେ ଆହୁରୀ କହିଛନ୍ତି," ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷିତ ଡ଼େଲିଭରି ଟିମ୍‌କୁ ସ୍କୁପି ନିୟୋଜିତ କରିଛି । କୌଣସି ଖାଦ୍ୟର ଅର୍ଡ଼ର ଦେବା ପାଇଁ କ୍ୟାସ ଅନ୍ ଡ଼େଲଭରି, ପ୍ରିପେଡ଼ ଓ ପୋଷ୍ଟପେଡ଼ ବ୍ୟବସ୍ଥାରେ ଗ୍ରାହକ ଖାଦ୍ୟ ମଗାଇ ପାରିବେ। ସ୍କୁପିର ଆଉ ଏକ ବିଶେଷତ୍ୱ ହେଲା କୌଣସି ସ୍ଥାନରେ ଯଦି ଆପ କାମ ନ କରେ କିମ୍ବା ଆପ୍ ଡ଼ାଉନଲୋଡ଼ ହେବାରେ ଅସୁବିଧା ହୁଏ ତେବେ www.scoopy.in ୱେବସାଇଟ୍ ଜରିଆରେ ମଧ୍ୟ ଗ୍ରାହକ ଖାଦ୍ୟ ମଗାଇ ପାରିବେ"।

ସ୍କୁପି ଟିମ୍‌ର ଅନ୍ୟତମ ସହଯୋଗୀ ଅବନୀ ପ୍ରସାଦ ପାଢୀ କହିଛନ୍ତି," ଆମ ପାଇଁ ଗ୍ରାହକ ହେଉଛନ୍ତି ରାଜା । ଗ୍ରାହକଙ୍କ ସନ୍ତୁଷ୍ଟି ଆମର ପ୍ରାଥମିକତା । ଯଦି କୌଣସି କାରଣରୁ ଖାଦ୍ୟ ଅର୍ଡ଼ର ଶେଷ ମୁହୂର୍ତ୍ତରେ ବାତିଲ କରିବାକୁ ପଡ଼େ, ତେବେ ଏଥିପାଇଁ ବି ଗ୍ରାହକଙ୍କୁ କୌଣସି ଅତ୍ୟଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ଅର୍ଡ଼ର ଉପରେ ଗ୍ରାହକଙ୍କୁ ମିଳିବ କ୍ୟାସ ବ୍ୟାକ୍ ସୁବିଧା"।

ଏହି ଆପ୍ଲିକେସନର ନାଁ 'ସ୍କୁପି' ରଖିବା ପଛରେ କାରଣ ନେଇ ଟିମ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। "ସ୍କୁପ୍ ହେଉଛିି ଖାଦ୍ୟ ପରସିବାରେ ଏକ ବ୍ୟବହାରିକ ଶବ୍ଦ।  ତାକୁ ନେଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଆମେ ଏଭଳି ନାମକରଣ କରିଛୁ ।  ଗ୍ରାହକଙ୍କୁ ମଧ୍ୟ ଏଭଳି ନାଁ ପସନ୍ଦ ହୋଇଛି। ବିଶେଷ କରି  ଯୁବପୀଢ଼ିଙ୍କୁ ଏଭଳି ନାଁ ପସନ୍ଦ ଆସିବ ବୋଲି ଆମେ ମନେ କରୁଛୁ,"କହିଛନ୍ତି ସ୍କୁପିର ଜଣେ ଅଧିକାରୀ।

ସ୍କୁପ ଟିମ ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ କେଵଳ ଭୁବନେଶ୍ବର ଭିତରେ ଏହି ବ୍ୟବସାୟ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ପରେ କଟକରେ ଏହା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ଛୋଟବଡ଼ ସହରର ବ୍ୟବସାୟିକ ପରିଧିକୁ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ସ୍କୁପ୍ ଟିମ।
Published by: Soumya Das
First published: November 18, 2021, 6:34 PM IST