ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍

Human Beings Can Live for 1,000 Years by Immortality Injection, Says Scientist | ହାର୍ଭାର୍ଡ଼ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ପ୍ରଫେସର୍ ଡେଭିଡ ସିଙ୍କଲେୟାର୍ ନିଜ ଗବେଷଣା ଉପରେ ଏତେ ନିଶ୍ଚିତ ଯେ ସେ କହିଛନ୍ତି ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏମିତି ଇଞ୍ଜେକ୍ସନ୍ ତିଆରି ହେବ ଯାହା ମଣିଷକୁ ଅମର କରିଦେବ ।

ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍
ଏବେ ବାର୍ଦ୍ଧକ୍ୟରେ ମଣିଷ ନିଜର ଶକ୍ତି ହରାଇବସୁଛି ।
  • News18 Odia
  • Last Updated: June 10, 2021, 12:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଯୁଗ ଯୁଗ ଧରି ମନୁଷ୍ୟର ସବୁଠୁ ବଡ଼ ଇଚ୍ଛା ଏହା ଯେ ସେ ଅମରତ୍ୱ ପାଉ । ହେଲେ ଏ ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ । କିନ୍ତୁ ବୈଜ୍ଞାନିକମାନେ କହିଛନ୍ତି ଯେ ଶୀଘ୍ର ତାହା ସମ୍ଭବ ହେବ । ବୈଜ୍ଞାନିକମାନେ ଏମିତି ଏକ ଔଷଧ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା ଯେକୌଣସି ବ୍ୟକ୍ତିଙ୍କୁ ଅମର କରିଦେବ । ଅର୍ଥାତ ତାଙ୍କର ମୃତ୍ୟୁ ହେବ ନାହିଁ ।

ସେହି ଔଷଧ ଆସିଗଲେ ମଣିଷମାନେ ଶହ ଶହ ନୁହେଁ, ବରଂ ହଜାରେ ବର୍ଷ ବଞ୍ଚିବେ ଓ ସେମାନଙ୍କର ଶହ ଶହ ପୀଢ଼ିକୁ ଦେଖି ପାରିବେ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ସ୍ୱପ୍ନ ମାତ୍ର ଦୁଇ ବର୍ଷ ମଧ୍ୟରେ ପୂରଣ ହେବାକୁ ଯାଉଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଲକଡାଉନ୍‌ ଉଠିବା ପ୍ରକ୍ରିୟା ଜଲ୍ଦି ଆରମ୍ଭ ହେବ; ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି

ମଣିଷର ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଓଲଟାଇବା ପାଇଁ (reversal of ageing process) ଆମେରିକାର ହାର୍ଭାର୍ଡ଼ ବିଶ୍ୱବିଦ୍ୟାଳୟର ଜେନେଟିକ୍ସ ବିଭାଗର ପ୍ରଫେସର୍‌ ଡେଭିଡ ସିଙ୍କଲେୟାର୍‌ (Harvard professor of genetics David Sinclair) ଏକ ପରୀକ୍ଷଣ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା

ଏହି ପରୀକ୍ଷଣଟି (experiment) ମୂଷାମାନଙ୍କ ଉପରେ କରାଯାଇଥିଲା ଓ ଏଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଥିଲା । ଏହି ପରୀକ୍ଷଣ ଅନୁସାରେ ଏକ ପ୍ରାଣୀର ବୃଦ୍ଧାବସ୍ଥା ଓ ସେହି ଅବସ୍ଥାରେ ତା’ ମସ୍ତିଷ୍କ ତଥା ଶରୀରର ଅନ୍ୟ ଅଙ୍ଗରେ ଆସୁଥିବା ପ୍ରଭାବକୁ ଓଲଟପାଲଟ କରିବା ସମ୍ଭବ । ଏହି ପରୀକ୍ଷଣର ସଫଳତା ପରେ ପ୍ରଫେସର୍‌ ସିଙ୍କଲେୟାର୍‌ ଏକ ପୋଡକାଷ୍ଟରେ କହିଛନ୍ତି, ‘‘ଏହି ପରୀକ୍ଷଣରୁ ଜଣାପଡି଼ଛି ଯେ ଏକ ଭୃଣ ଜିନ୍‌ ଅଛି, ଯାହାକୁ ବୟସ୍କ ପ୍ରାଣୀମାନଙ୍କ ଶରୀରରେ ଇଞ୍ଜେକ୍ସନ୍‌ ଦ୍ୱାରା ଦେଲେ ତାହା ବୟସ ସହିତ ଜଡି଼ତ କୋଷଗୁଡ଼ିକର ପୁନଃନିର୍ମାଣ କରିବା ଆରମ୍ଭ କରିଦିଏ । ଏହି ଇଞ୍ଜେକ୍ସନକୁ ଠିକ୍ ଭାବରେ କାମ କରିବାକୁ ଚାରିରୁ ଆଠ ସପ୍ତାହ ଲାଗେ ।’’

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

ଏଥି ପାଇଁ ପ୍ରଫେସର୍‌ ସିଙ୍କଲେୟାର୍‌ ଗୋଟିଏ ଅନ୍ଧ ମୂଷାର ଉଦାହରଣ ଦେଇଛନ୍ତି । ମୂଷାଟିର ବୃଦ୍ଧାବସ୍ଥା ଯୋଗୁଁ ସେ ଆଉ ନିଜ ଆଖିରେ ଠିକ୍‌ ଭାବରେ ଦେଖିପାରୁ ନ ଥିଲା । ସେ କହିଛନ୍ତି ଯେ ମସ୍ତିଷ୍କ ଓ ନ୍ୟୁରନର ମିଶ୍ରଣ ଠିକ୍ ଭାବେ ନ ହେବାରୁ ଏମିତି ଘଟେ । ଯଦି ମୂଷାର ନ୍ୟୁରନ୍ ମରାମତି କରାଯାଏ ତାହେଲେ ସେ ପୁଣି ଥରେ ଯୁବା ପାଲଟିଯିବ ଓ ପୁଣି ସବୁ କିଛି ଦେଖିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନି

ହାର୍ଭାର୍ଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଡେଭିଡ ସିଙ୍କଲେୟାର୍‌ (Professor David Sinclair) କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ପ୍ରକାଶିତ ତାଙ୍କ ଗବେଷଣାରେ ଏହା ସମ୍ଭବ ବୋଲି ପ୍ରମାଣିତ ହୋଇସାରିଛି । ସେ ଦାବି କରିଛନ୍ତି ଯେ ମାନବ ଶରୀରର କୋଷଗୁଡ଼ିକୁ ଯୌବନାବସ୍ଥା ଆଡ଼କୁ ଅଣାଯାଇପାରିବ । ଭୃଣୀୟ ଜିନ୍ ବା ଏମ୍ବ୍ରୋନିକ୍ ଜିନ୍ (embryonic gene) ବିଷୟରେ ସେ କହିଛନ୍ତି ଯେ ସେ ବର୍ତ୍ତମାନ ମୂଷାମାନଙ୍କ ମସ୍ତିଷ୍କର ବୟସ ଉପରେ ସେ ଏକ ପରୀକ୍ଷଣ କରୁଛନ୍ତି ଯାହା ଦ୍ୱାରା ମୂଷାମାନେ ପୁଣି ନିଜର ଯୌବନର କ୍ଷମତା ଫେରି ପାଇପାରିବେ ।



ପ୍ରଫେସର୍‌ ଡେଭିଡ ସିଙ୍କଲେୟାର୍‌ ନିଜ ଗବେଷଣା ଓ ଦାବି ଉପରେ ଏତେ ଆଶାବାଦୀ ଯେ ସେ କହିଛନ୍ତି ଆସନ୍ତା ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ସେ ମଣିଷ ଉପରେ ଏହି ଅଧ୍ୟୟନ ଆରମ୍ଭ କରିବେ । ସେ କହିଛନ୍ତି ଯେ ଆଜିର ଦିନରେ ପିଲାମାନଙ୍କୁ ନିଜ ସର୍ବାଧିକ ବୟସ ପର୍ଯ୍ୟନ୍ତ ବଞ୍ଚିରହିବାକୁ ଲକ୍ଷ୍ୟ ରଖିବା ଉଚିତ । ‘‘ମଣିଷର ଜୀବନର କୌଣସି ସୀମା ନାହିଁ, ତେଣୁ ଏବେ ସମସ୍ତେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିରହିବାକୁ ଲକ୍ଷ୍ୟ ରଖିବା ଉଚିତ୍,’’ ସେ କହିଛନ୍ତି ।
Published by: Anand ST Das
First published: June 10, 2021, 12:06 AM IST