ଦେଶରେ ଆସନ୍ତା ୨୧ ତାରିଖରୁ ଖୋଲିବ ସ୍କୁଲ; ରାଜ୍ୟରେ ଖୋଲିବାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସ୍କୁଲ ଖୋଲିବା ପାଇଁ ସ୍ୱତନ୍ତ୍ର ଏସଓପି ଜାହିର କରିଛି । ଏସଓପି ଅନୁସାରେ ସ୍କୁଲ ଖୋଲିବା ପୂର୍ବରୁ ସମ୍ପୂର୍ଣ ସ୍କୁଲକୁ ସାନିଟାଇଜ କରାଯିବ । ଟେବୁଲ ଚେୟାର ସହ ସମସ୍ତ ପଢ଼ା ଉପକରଣ ସାନିଟାଇଜ କରାଯିବ । ମାସ୍କ ସଭିଙ୍କ ପାଇଁ ବାଧ୍ୟତାମୂଳକ ଓ ହାତ ଧୋଇବା ସହ ସବୁଶ୍ରେଣୀରେ ସାନିଟାଇଜର ରହିବ ।

ଦେଶରେ ଆସନ୍ତା ୨୧ ତାରିଖରୁ ଖୋଲିବ ସ୍କୁଲ; ରାଜ୍ୟରେ ଖୋଲିବାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 9, 2020, 9:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କୋରୋନା ମହାମାରି ଭିତରେ ଦେଶରେ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ୨୧ ତାରିଖରୁ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଗାଇଡ଼ଲାଇନ ଜାରି କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଥିପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି । କିନ୍ତୁ ରାଜ୍ୟରେ ବର୍ତ୍ତମାନ ବିଦ୍ୟାଳୟ ଖୋଲିବା ନେଇ ସ୍କୁଲ କର୍ତ୍ତୃପକ୍ଷ ପ୍ରସ୍ତୁତ ନାହାନ୍ତି । ବର୍ତ୍ତମାନ ସ୍ଥିତିରେ ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ର ସବୁ ପିଲାଙ୍କୁ ନେଇ ସ୍କୁଲ ଆରମ୍ଭ କରିବା ସମ୍ଭବ ନୁହେ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ରାଜ୍ୟ ସରକାର ଦଶହରା ପୂଜା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଇ ଆଧାରରେ ସ୍କୁଲ ବନ୍ଦ ରହିବ ବୋଲି କହିଛନ୍ତି ।

"ବର୍ତ୍ତମାନ ସ୍ଥିତିରେ କୋଭିଡ ନିୟମ ମାନି ପିଲାଙ୍କୁ ନେଇ ସ୍କୁଲ ଖୋଲିବା କାଠିକର ପାଠ । ଦଶହରା ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ଦରକାର ପଡିଲେ ସ୍ଥିତି ନ ସୁଧୁରିଲେ ଦଶହରା ପରେ ସ୍କୁଲ ଖୋଲିବା ମୁସ୍କିଲ,'' କହିଛନ୍ତି ଡିଏଭି ଇଷ୍ଟର୍ନ ରିଜିନର ସଭାପତି କେଶବ ଚନ୍ଦ୍ର ଶତପଥି ।

ଅଭିବାହକ ସଙ୍ଘ କହିଛି ଯେ ''ବର୍ତ୍ତମାନ ରାଜ୍ୟରେ କୋରୋନାର ଯେଉଁ ପରିସ୍ଥିତି ଅଛି ସେଥିରେ ପିଲାଙ୍କୁ ସ୍କୁଲ ଛାଡିବା ତାଙ୍କ ଜୀବନ ସହ ଖେଳିବା ସହ ସମାନ । ଭାକ୍ସିନ ଆସିବା ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଛାଡ଼ିହେବ ନାହିଁ ।

ଶିକ୍ଷାବିତଙ୍କ କହିବା ଅନୁସାରେ ''ଯେଉଁଠି ପରୀକ୍ଷା ବାଧ୍ୟତାମୂଳକ ହେଉଛି ପାଠପଢା ବି ହେବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ପୁରା ଶିକ୍ଷାବର୍ଷ ଓ କରିୟର ନଷ୍ଟ ନ କରିବାକୁ ହେଲେ ରାଜ୍ୟ ସରକାର ବର୍ତ୍ତମାନ ସ୍କୁଲ ଖୋଲିବା ସହ ଶିକ୍ଷାଦାନ କରିବା ଦରକାର । ନଚେତ ୭୦% ସିଲାବସ ଶେଷ ହୋଇପାରିବ ନାହିଁ କି ପିଲା ପରୀକ୍ଷା ଦେଇପାରିବେ ନାହିଁ । ପୁରା ବର୍ଷ ପିଲାଙ୍କର ନଷ୍ଟ ହୋଇଯିବ।''

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

"ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଚି, ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ପିଲାଙ୍କୁ ଛାଡିବାକୁ ଡ଼ର ଲାଗୁଛି । ଭାକ୍ସିନ ନ ଆସିବା ପର୍ଯ୍ୟନ୍ତ ପିଲାଙ୍କୁ ଛାଡିବା ଅସମ୍ଭବ,'' କହିଛନ୍ତି ବୋଲି ଅଭିଭାବକ ସଙ୍ଘ ସଭାପତି ବାସୁଦେବ ଭଟ୍ଟ ।



କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସ୍କୁଲ ଖୋଲିବା ପାଇଁ ସ୍ୱତନ୍ତ୍ର ଏସଓପି ଜାହିର କରିଛି । ଏସଓପି ଅନୁସାରେ ସ୍କୁଲ ଖୋଲିବା ପୂର୍ବରୁ ସମ୍ପୂର୍ଣ ସ୍କୁଲକୁ ସାନିଟାଇଜ କରାଯିବ । ଟେବୁଲ ଚେୟାର ସହ ସମସ୍ତ ପଢ଼ା ଉପକରଣ ସାନିଟାଇଜ କରାଯିବ । ମାସ୍କ ସଭିଙ୍କ ପାଇଁ ବାଧ୍ୟତାମୂଳକ ଓ ହାତ ଧୋଇବା ସହ ସବୁଶ୍ରେଣୀରେ ସାନିଟାଇଜର ରହିବ । ପ୍ରତି ୬ ମିଟର ବ୍ୟବଧାନରେ ଛାତ୍ରଛାତ୍ରୀ ବସିବେ । ତେବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସ୍କୁଲ ଖୋଲିବା ପ୍ରସଙ୍ଗରେ ତର୍ଜମା କରିବାକୁ କହିଥିବା ବେଳେ ସ୍କୁଲ ପୂଜା ଛୁଟି ପାଇଁ ବନ୍ଦ ରହିବ ନା ନବମ ରୁ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲାଯିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତି ହେବ ।
Published by: Jagdish Barik
First published: September 9, 2020, 9:57 PM IST
corona virus btn
corona virus btn
Loading