ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର; ସୋମବାରରୁ ଖୋଲିବ ସ୍କୁଲ

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର; ସୋମବାରରୁ ଖୋଲିବ ସ୍କୁଲ

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର; ସୋମବାରରୁ ଖୋଲିବ ସ୍କୁଲ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଓଡ଼ିଶା : ରାଜ୍ୟରେ ୧୭ରୁ ଖୋଲିବ ସ୍କୁଲ । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏ ହେବ ପାଠପଢ଼ା । ପୂର୍ବାହ୍ନ ୬ଟା ୩୦ରୁ ୧୧ଟା ଯାଏ ଖୋଲିବ ସ୍କୁଲ କୁହାଯାଇଛି । ସ୍କୁଲରେ ପିଇବା ପାଣି ମଧ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଛୁଟି ଘୋଷଣା ହୋଇଥିଲା ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ(Naveen Patnaik) ଏହି ଛୁଟି ଘୋଷଣା କରିଥିଲେ । କେବଳ ସ୍କୁଲ ନୁହେଁ ଏପ୍ରିଲ ୧୬ ଯାଏଁ ରାଜ୍ଯର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା । ରାଜ୍ଯରେ ପ୍ରବଳ ଖରା ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଜାପାନରୁ ଫେରି ଗ୍ରୀଷ୍ମ ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ଯରେ ଖରା ଗରମ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।...

ରାଜ୍ୟରେ ଅଗ୍ନିବର୍ଷା ଜାରି । ସକାଳ ହେଉ ହେଉ ମାଡ଼ି ଆସୁଛି ଖରା। ଆକାଶରୁ ନିଆଁ ବର୍ଷୁଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୭ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ୩୯.୨ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।  ଝାରସୁଗୁଡ଼ା ପଛକୁ ରହିଛି ବାଲେଶ୍ବର । ଏଠାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଚାନ୍ଦବାଲିରେ ୩୯ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨  ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ  ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଓ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗକୁ ଆହୁରି  ବଢ଼ିବ ପାରଦ। ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ଖରା ନେଇ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।

ଲଗାତର ତିନି ଦିନ ହେଲାଣି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୪୦ ଡିଗ୍ରୀ ଉପରେ ରହୁଛି ଅଧିକାଂଶ ସହରର ତାପମାତ୍ରା । ସକାଳ ୮ଟାରୁ ଟାଇଁ ଟାଇଁ ଖରା । ୯ଟାରୁ ଦିନ ୩ଟା ଯାଏଁ ବହୁଛି ଗ୍ରୀଷ୍ମ ଲହରୀ । ପାଣିପାଗ ବିଭାଗ କହିଛି, ଆଗାମୀ ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ଘଟିପାରେ ।  ସେହିପରି ଆଜି ୮ ଜିଲ୍ଲା ଓ ୧୫ ତାରିଖରେ ୭ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ । ୧୬ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନର ସମ୍ଭାବନା ଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ସଂଜୀବ ଦ୍ବିବେଦୀ ।

ପଢନ୍ତୁ ଏହି ଖବର :  Flipkart Summer Sale :୧୭୫୦ ଟଙ୍କାରେ ମିଳୁଛି ଗୁଗୁଲ୍‌ର ସ୍ମାର୍ଟଫୋନ୍‌; ଜଲଦି କରନ୍ତୁ ଅର୍ଡର...

ଗ୍ରୀଷ୍ମ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର କରିଛନ୍ତି ପ୍ରସ୍ତୁତି । ସବୁ ବିଭାଗର ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମୀଳା ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ କରିପାରିବେ ନାହିଁ । ଏହି ନିୟମ ସଠିକ୍ ଭାବେ ଲାଗୁ କରାଯାଉଛି କି ନାହିଁ, ତାର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ବସ୍‌ରେ ଓଭରଲୋଡିଂ ହେବନାହିଁ । ଯାତ୍ରୀବାହୀ ବସ୍‌ରେ ଆବଶ୍ୟକ ପାଣି, ଓଆରଏସ୍ ଏବଂ ବରଫ ମହଜୁଦ ରଖାଯିବ । ବ୍ଲକ ଓ ସଦର ମହକୁମାରେ ଜଳଛତ୍ର ଖୋଲାଯିବ । ଗ୍ରୀଷ୍ମ ସ୍ଥିତି ଉପରେ ନଜର ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।
Published by:Sujit Swain
First published: