ରାଜ୍ୟରେ ୮ ତାରିଖରୁ ସ୍କୁଲ୍ ଖୋଲିବ; ମଇ ମାସରେ ମ୍ୟାଟ୍ରିକ୍ ଓ ପ୍ଲସ୍-୨ ପରୀକ୍ଷା ଆରମ୍ଭ ହେବ

କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ପାଠପଢ଼ା ଆରମ୍ଭ ହେବ। ଦଶମ ଶ୍ରେଣୀ ପିଲାମାନଙ୍କ ପ୍ରାକ୍ଟିକାଲ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ଆରମ୍ଭ ହେବ ।

ରାଜ୍ୟରେ ୮ ତାରିଖରୁ ସ୍କୁଲ୍ ଖୋଲିବ; ମଇ ମାସରେ ମ୍ୟାଟ୍ରିକ୍ ଓ ପ୍ଲସ୍-୨ ପରୀକ୍ଷା ଆରମ୍ଭ ହେବ
ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ରୁ ଅପ୍ରେଲ ୨୬ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ ।
  • News18 Odia
  • Last Updated: January 2, 2021, 8:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୧୦ ମାସ ଧରି ସ୍କୁଲ ବନ୍ଦ ରହିବା ପରେ ଆସନ୍ତା ୮ ତାରିଖ ସୋମବାର ଠାରୁ ଖୋଲିବ ସ୍କୁଲ୍‌ । ଏ ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୮ ତାରିଖରୁ ପାଠପଢ଼ା ଆରମ୍ଭ ହେବ।

କୋଭିଡ୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ଆସନ୍ତା ୮ ତାରଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଯିବେ । ମାଧ୍ୟମିକ ଶିକ୍ଷା ବୋର୍ଡ଼ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପ୍ରସ୍ତୁତ କରିବା ସହିତ ବିଭିନ୍ନ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ପ୍ରସ୍ତୁତ କରାଯିବ ।

ଦେଖନ୍ତୁ ଫଟୋ | ପୂରା ବଚ୍ଚନ ପରିବାର ଏମିତି ସ୍ୱାଗତ କଲେ ନୂଆ ବର୍ଷ ୨୦୨୧କୁ; ବାହାରକୁ ଆସିଲା ଫଟୋ ସବୁ

ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଶନିବାର ଓ ରବିବାରକୁ ମିଶାଇ ମୋ’ଟ ୧୦୦ ଦିନ ପାଠପଢ଼ା ହେବ । ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ  ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ ।

ଦଶମ ଶ୍ରେଣୀର ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ । ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍‌ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହା ବି ପଢ଼ନ୍ତୁ | ସିଟ୍ରେ ବସିବାକୁ ନେଇ ଝଗଡ଼ା ପରେ ହାଇ ସ୍କୁଲ୍ ଛାତ୍ର ନିଜ ସାଥିକୁ କ୍ଲାସ୍ରେ ଗୁଳି ମାରି ହତ୍ୟା କଲା

‘‘ସ୍କୁଲ୍‌ ଖୋଲିବା ଓ ବୋର୍ଡ଼ ପରୀକ୍ଷା କରାଇବା ନେଇ ରାଜ୍ୟ ସରକାରଙ୍କ ତାରିଖ ଘୋଷଣାକୁ ଆମେ ସ୍ୱାଗତ କରୁଛୁ । ମୁଁ ସରକାରଙ୍କୁ ଅନୁରୋଧ କରିବି ଯେ ପିଲାମାନେ ନବମ ଶ୍ରେଣୀରୁ ଯେଉଁ ସିଲାବସ୍‌ ଅନୁସାରେ ପ୍ରସ୍ତୁତି କରିଛନ୍ତି ସେଥିରେ ପରିବର୍ତ୍ତନ କରା ନ ଯାଉ,’’ କହିଛନ୍ତି ଓଷ୍ଟା ସଭାପତି ପ୍ରକାଶ ମହାନ୍ତି ।

କେମିତି ପାଠପଢ଼ା ହେବ ଓ ପରୀକ୍ଷା ହେବ ସେ ନେଇ ମଧ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡ଼ଲାଇନ ଅନୁସାରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ । ସ୍କୁଲ ଖୋଲିବା ସମୟରେ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକର ଅନୁପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।



କୋଭିଡ ଯୋଗୁଁ ସ୍କୁଲ ବନ୍ଦ ଥିବା କାରଣରୁ ଅନଲାଇନ ମାଧ୍ୟମରେ ପାଠପଢ଼ା ଜାରି ରହିଥିଲା । ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଗ୍ରୀନ୍‌ ସିଗନାଲ ଦେଇଥିଲେ ବି ସବୁ ନିଷ୍ପତ୍ତି ବିଭାଗ ଉପରେ ଛାଡ଼ିଥିଲେ । ଏହା ପରେ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟେକ୍‌-ହୋଲ୍ଡରଙ୍କ ସହ ଆଲୋଚନା କରାଯାଇଥିଲା । ବିଭିନ୍ନ ବିଚାର ବିମର୍ଷ ପରେ ସ୍କୁଲ ଖୋଲିବା ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛନ୍ତି ସରକାର । ସିବିଏସଇ ପରୀକ୍ଷା ନେଇ ମଧ୍ୟ୍ୟ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାରିଖ ଘୋଷଣା ସରିଛି ।
Published by: Anand Shankar Thankur Das
First published: January 2, 2021, 8:14 PM IST
corona virus btn
corona virus btn
Loading