News18 Odia Digital
ଭୁବନେଶ୍ୱର: ରାଜ୍ୟର ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନଭେମ୍ବର୍ ୧୫ ତାରିଖ ସୋମବାରଠାରୁ ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍ ଖୋଲିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ଘୋଷଣା କରିଛନ୍ତି ସ୍ୱୟଂ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ମନ୍ତ୍ରୀ କହିଛନ୍ତି ଯେ ନଭେମ୍ବର ୧୫ ତାରିଖରୁ ସାରା ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ସ୍କୁଲ୍ ଖୋଲିବା ସହ କୋଭିଡ୍ ଗାଇଡଲାଇନ ଭିତରେ ପାଠପଢ଼ା ଚାଲିବ । ସକାଳ ସାଢ଼େ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ଭିତରେ ତିନି ଘଣ୍ଟା ପାଠ ପଢ଼ିବେ ଛାତ୍ରଛାତ୍ରୀମାନେ । ରବିବାର ଓ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ସ୍କୁଲ୍ ଖୋଲା ରହିବ ବୋଲି ମନ୍ତ୍ରୀ କହିଛନ୍ତି । ହେଲେ ଏହି ଅଫଲାଇନ୍ ବା ଶ୍ରେଣୀ-ଗୃହ ପାଠପଢ଼ା ସହ ଅନ୍ଲାଇନ୍ କ୍ଲାସ୍ ବି ଜାରି ରହିବ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ୧ ମୃତ, ୧୦ ଆହତ‘‘କରୋନା-ବିରୋଧୀ ସବୁ ନିୟମ ମାନି ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ନଭେମ୍ବର ୧୫ରୁ ସ୍କୁଲ୍ ଖୋଲିବ । ଆମେ ଏ ପର୍ଯ୍ୟନ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ୍ ଖୋଲିବା ବିଷୟରେ ନିଷ୍ପତ୍ତି ନେଇନାହୁଁ । ସେମାନେ ଖୁବ୍ ସାନ ପିଲା । ସେମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ଚଳିବାକୁ କହିବା ଅତ୍ୟନ୍ତ ସଷ୍ଟକର କଥା ହେବ । ଏହା ବିଷୟରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ,’’ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀଙ୍କ ଘରର ସୁରକ୍ଷା ବଢ଼ାଗଲା; ଘର ବିଷୟରେ ପଚାରୁଥିଲେ ୨ ଜଣ ଦାଢ଼ି ଥିବା ଲୋକଷଷ୍ଠ ଓ ସପ୍ତମ ଶ୍ରେଣା ପାଇଁ ସ୍କୁଲ୍ ଖୋଲୁଥିଲେ ବି ଯେଉଁ ପିଲାମାନେ ସ୍କୁଲ୍ ଆସିପାରିବେନି ସେମାନେ ଘରେ ଥାଇ ମଧ୍ୟ ଅନଲାଇନରେ ପାଠ ପଢ଼ିପାରିବେ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସୂତ୍ରରୁ କୁହାଯାଇଛି । ସେଥି ପାଇଁ ସ୍କୁଲରେ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇ ନାହିଁ । ସ୍କୁଲ୍ ସହ ହଷ୍ଟେଲ୍ ବି ଖୋଲିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ନିୟମିତ ବ୍ୟବଧାନରେ ହଷ୍ଟେଲର ମେସ୍ ଓ ଶୌଚାଳୟକୁ ସାନିଟାଇଜ୍ କରାଯିବ । ହଷ୍ଟେଲ ମୁଖ୍ୟ ଏହାର ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ପେନସନ୍ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର: ମୋଦି ସରକାର ବଢ଼ାଇ ପାରନ୍ତି ପେନସନ୍ଏହା ପୂର୍ବରୁ ଅଷ୍ଟମ ଶ୍ରେଣୀଠାରୁ ୟୁଜି-ପିଜି ପର୍ଯ୍ୟନ୍ତ ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇସାରିଛି । ଏବେ ନଭେମ୍ବର୍ ୧୫ଠାରୁ ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଅଫଲାଇନ୍ କ୍ଲାସ୍ ମଧ୍ୟ ଆରମ୍ଭ ହୋଇଯିବ । ନୂଆ ବର୍ଷ ଆରମ୍ଭରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବାକୁ ସରକାର ବିଚାର କରୁଥିବା ସୂଚନା ମିଳିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।