ବାତ୍ୟା Jawad ମୁକାବିଲା: ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌; ୧୯ ଜିଲ୍ଲାରେ ସବୁ ସ୍କୁଲ ବନ୍ଦ ରହିବ

Schools in 19 dists to be closed govt officials leaves cancelled for Cyclone Jawad | ଅତି ଆବଶ୍ୟକ ସ୍ଥଳେ ଯେଉଁ କର୍ମଚାରୀମାନଙ୍କୁ ଛୁଟିରେ ଯିବା ନିହାତି ଦରକାର ସେମାନେ ନିଜ ଉପରିସ୍ଥ ଅଧିକାରୀଙ୍କଠାରୁ ସ୍ୱତନ୍ତ୍ର ଅନୁମତି ନେଇ ଛୁଟିରେ ଯାଇପାରିବେ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ।

ଶନିବାର ଦିନ ୧୯ଟି ଜିଲ୍ଲାରେ ସବୁ ସ୍କୁଲ୍‌ ବନ୍ଦ ରହିବ । (ପ୍ରତୀକାତ୍ମଚ ଛବି)

ଶନିବାର ଦିନ ୧୯ଟି ଜିଲ୍ଲାରେ ସବୁ ସ୍କୁଲ୍‌ ବନ୍ଦ ରହିବ । (ପ୍ରତୀକାତ୍ମଚ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବାତ୍ୟା ଜୱାଦର (Cyclone Jawad) ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତରେ କଳ, ବଳ ଓ କୌଶଳ ଲଗାଇଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ‘ଜୱାଦ’ (Jawad updates) ପାଇଁ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ ହୋଇଛି। ରବିବାର ଦିନ କାର୍ଯ୍ୟରେ ଯୋଗଦେବେ ସବୁ ସରକାରୀ କର୍ମଚାରୀ।

ସବୁ ସରକାରୀ କର୍ମଚାରୀଙ୍କୁ ନିଜ ନିଜର ହେଡକ୍ବାର୍ଟର୍ସରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଛୁଟିରେ ଥିବା କର୍ମଚାରୀମାନଙ୍କୁ ବି ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା । ସେହି କ୍ରମରେ ବତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳମାନେ ।

ଏହା ବି ପଢ଼ନ୍ତୁ | ବାତ୍ୟା Jawad ଓଡ଼ିଶା ଉପକୂଳ ମୁହାଁ ହେଉଛି; ଗୁଲାବଠାରୁ ଟିକିଏ ଅଧକ ତିତଲିଠାରୁ କମ୍ରହିବ

ସ୍ଥିତି ସ୍ବାଭାବିକ ନ ହେବା ଯାଏଁ ଭୁବନେଶ୍ୱର ମହାନଗର ନିଗମର (ବି.ଏମ୍‌.ସି.) ସବୁ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବି ବାତିଲ୍‌ ହୋଇଛି। ଭୁବନେଶ୍ବର ନ ଛାଡ଼ିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା


ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଶନିବାର ଦିନ ୧୯ଟି ଜିଲ୍ଲାରେ ସବୁ ସ୍କୁଲ୍‌ ବନ୍ଦ ରହିବ। ବାତ୍ୟା ଜୱାଦ (Jawad) ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଛି ଗଣ ଶିକ୍ଷା ବିଭାଗ । ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, କୋରାପୁଟ, ରାୟଗଡ଼ା,ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର,ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କଙ୍ଗନା ରାଣାୱତଙ୍କ କାର୍କୁ ପଞ୍ଜାବରେ ଲୋକେ ଅଟକାଇଲେ, କହିଲେ ସେ କ୍ଷମା ମାଗନ୍ତୁ

ଛୁଟି ଥିଲେ ବି ସ୍କୁଲକୁ ଆସିବେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ । ପୂର୍ବରୁ ନିର୍ଦ୍ଧାରିତ ହୋଇ ସାରିଥିଲେ ପରୀକ୍ଷା କରିବାକୁ ଅନୁମତି ମିଳିଛି । ପରୀକ୍ଷା ବେଳେ ପ୍ରତିଷେଧକ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | Omicron: ଭାରତରେ ଏହି ମାରାତ୍ମକ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣ ଲୋକ କିଏ? ଜାଣନ୍ତୁ ସବୁ କିଛି

‘‘ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀମାନଙ୍କର ଛୁଟି ରଦ୍ଦ କରାଯାଇଛି । ଅତି ଆବଶ୍ୟକ ସ୍ଥଳେ ଯେଉଁ କର୍ମଚାରୀମାନଙ୍କୁ ଛୁଟିରେ ଯିବା ନିହାତି ଦରକାର ସେମାନେ ନିଜ ଉପରିସ୍ଥ ଅଧିକାରୀଙ୍କଠାରୁ ସ୍ୱତନ୍ତ୍ର ଅନୁମତି ନେଇ ଛୁଟିରେ ଯାଇପାରିବେ । ରବିବାର ଦିନ ମଧ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସବୁ ଅଫିସ ଖୋଲା ରହିବ । ବାତ୍ୟାରେ ଉଦ୍ଧାର ଆଦି କାର୍ଯ୍ୟରେ ଯଦି ଆବଶ୍ୟକତା ପଡ଼େ ତାହେଲେ କର୍ମଚାରୀମାନଙ୍କ ସହାୟତା ନିଆଯିବ,’’ କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌.ଆର୍‌.ସି.) ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; ‘‘ସେ ଆଘାତ ସବୁ ଦିନ ରହିବ’’

ଗଞ୍ଜାମ ଜିଲ୍ଲାରେ ଶନିବାର ବନ୍ଦ ରହିବ ବସ୍‌ ଓ ଅଟୋ ଚଳାଚଳ। ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବାତ୍ୟା ପାଇଁ ମୟୂରଭଞ୍ଜରେ ମଧ୍ୟ ସତର୍କତା ସୂଚନା ଜାରି କରାଯାଇଛି । ତେଣୁ ଦୁଇ ଦିନ – ଶନିବାର ଓ ରବିବାର – ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ।

ଏହା ବି ପଢ଼ନ୍ତୁ | Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

ବାତ୍ୟାj ସଫଳ ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଓଡ୍ରାଫ୍, ଏନ୍‌.ଡି.ଆର୍‌.ଏଫ୍. ଓ ଫାୟାର ଟିମ୍ ମୁତୟନ କରାଯାଇଛି । କୋରାପୁଟ ଓ ବୌଦ୍ଧର ରିଜର୍ଭ ଓଡ୍ରାଫ୍ ଟିମକୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମୁତୟନ କରାଯାଇଛି । ଏନ୍‌.ଡି.ଆର୍‌.ଏଫ୍. ଡିଜି କହିଛନ୍ତି ଯେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମ ବଙ୍ଗକୁ ମୋ’ଟ ୪୬ଟି ଟିମ୍ ପଠାଯାଇଛି ।

ଏହା ବି ପଢ଼ନ୍ତୁ | ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବାତ୍ୟାକୁ ନେଇ ଛାନିଆ ହୋଇ ଅଧିକ ପରିମାଣର ଖାଦ୍ୟ ସାମଗ୍ରୀ କିଣି ନ ଆଣିବାକୁ କହିଛନ୍ତି ଏସ୍‌.ଆର୍‌.ସି. ।
Published by:Anand S.T. Das
First published:
)}