ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ଅପଗ୍ରେଡେସନ; ଆରମ୍ଭ ହେବ ଯୁକ୍ତ ୨ ପାଠପଢା

୭ ବର୍ଷ ପରେ ଯୋଜନା କାର୍ଯ୍ୟକାରୀ କରିବା ନେଇ ବିଭିନ୍ନ ମହଲରେ ଉଠିଲା ପ୍ରଶ୍ନ । କେଉଁଠି ଛାତ୍ରଛାତ୍ରୀ ଅଭିଭାବକ ଖୁସି ତ ଆଉ କେଉଁଠି ସରକାରଙ୍କ ମନବୃତ୍ତିକୁ ନେଇ ଉଠିଛି ପ୍ରଶ୍ନ ।

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ଅପଗ୍ରେଡେସନ; ଆରମ୍ଭ ହେବ ଯୁକ୍ତ ୨ ପାଠପଢା

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ଅପଗ୍ରେଡେସନ; ଆରମ୍ଭ ହେବ ଯୁକ୍ତ ୨ ପାଠପଢା

  • Share this:
News 18 Odia Digital

ଭୁବନେଶ୍ୱର; ଆସନ୍ତା ବର୍ଷରୁ ଅପଗ୍ରେଡେସନ ହେବ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ସ୍କୁଲର ଅପଗ୍ରେଡେସନ କରିବାକୁ ଗଣଶିକ୍ଷା ବିଭାଗ ଯୋଜନା କରିଛି । ସ୍କୁଲ୍ ଡ୍ରପ୍ ଆଉଟ ରୋକିବା ଲକ୍ଷ୍ୟରେ ଆସନ୍ତା ଶିକ୍ଷାବର୍ଷରୁ ଏହି ଯୋଜନା ଆରମ୍ଭ ହେବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

ସାତ ବର୍ଷ ତଳୁ ହୋଇଥିବା ନିଷ୍ପତି କାର୍ଯ୍ୟକାରୀ ହୋଇନଥିବାରୁ ଉଠିଛି ପ୍ରଶ୍ନ । ୨୦୧୫ ମସିହାରେ ଉଚ୍ଚଶିକ୍ଷା ବିଭାଗରୁ ଅଲଗା ହୋଇ ଯୁକ୍ତ ୨କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସାମିଲ କରାଗଲା । ଲକ୍ଷ ଥିଲା ସ୍କୁଲ ଢାଞ୍ଚାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପ୍ରଦାନ କରିବା । ସ୍କୁଲ ପରି ସ୍ୱତନ୍ତ୍ର କ୍ଳାସ ରୁମ ସହ ଦିନରେ ୪୫ ମିନିଟ ଅଧିର ୮ଟି ପିରିୟଡ଼, ସ୍ୱତନ୍ତ୍ର ଶିକ୍ଷକ, ଲ୍ୟାବ ବ୍ୟବସ୍ଥା ରହିବ । ତେଣୁ ସ୍କୁଲରେ ଯୁକ୍ତ୨ ମିଶାଇବା ପାଇଁ ଆରମ୍ଭ ହୋଇଥିଲା ଯୋଜନା । ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଗୋଟିଏ ହେଲେ ସ୍କୁଲରେ ଆରମ୍ଭ ହୋଇପାରିଲା ନାହିଁ ଯୁକ୍ତ୨ ପାଠପଢା ।



ରାଜ୍ୟର ପ୍ରତିଷ୍ଠିତ ହାଇଅର ସେକେଣ୍ଡାରୀ ସ୍କୁଲ ଅବସ୍ଥା ବି ଶୋଚନୀୟ । ରମାଦେବୀ ହାଇଅର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ୨ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ନଥିବାରୁ ପାଠପଢ଼ାରେ ଅନେକ ସମସ୍ୟା ଉପୁଜୁଛି । ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ସ୍କୁଲ ଅପଗ୍ରେଡେଶନ । ଏହାଦ୍ୱାରା ଛାତ୍ରୀମାନେ ଅଧିକ ଲାଭ ପାଇବା ସହ ଡ୍ରପ୍ ଆଉଟ ସଂଖ୍ୟା ହ୍ରାସ ପାଇବ । ମାଟ୍ରିକ ପାସ ପରେ ପାଖରେ ଯୁକ୍ତ ଦୁଇ କଲେଜ୍ ନଥିବାରୁ ପିଲାଏ ପାଠ ଛାଡିଛନ୍ତି । ଅପଗ୍ରେଡେସନ ଦ୍ୱାରା ଅନେକ ଲାଭ ମିଳିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଡ୍ରପ ଆଉଟ୍ ରୋକିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଶିକ୍ଷକ ଓ ଅଭିଭାବକ । ଲେଫ୍ରିପଡା ବ୍ଲକରେ ଆଜି ପର୍ଯ୍ୟନ୍ତ ବିଜ୍ଞାନ କଲେଜ ନାହିଁ ଫଳରେ ପିଲାମାନେ ବାହାରକୁ ପାଠ ପଢିବା ପାଇଁ ଯାଇପାରୁନାହାନ୍ତି । ଏଥିସହ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରେ ଅର୍ଥ ଅଭାବରୁ ବାହାରକୁ ପଢିବା ପାଇଁ ଯାଇପାରୁନାହାନ୍ତି । ପାଖରେ କଲେଜ ନଥିବା କାରଣରୁ ମାଟ୍ରିକ ପାସ ପରେ ପିଲାଏ ପାଠ ଛାଡିଛନ୍ତି । ତାହା ବନ୍ଦ ହେବ ଓ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।

ସେପଟେ କିଛି ଶିକ୍ଷାବିତ କହିଛନ୍ତି ଯେ, ୭ ବର୍ଷ ପୂର୍ବ ଯୋଜନା ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆଜି ଯାଏଁ ଆରମ୍ଭ ହୋଇପାରୁନାହିଁ । ଆସନ୍ତା ଶିକ୍ଷାବର୍ଷ କହି କହି ଅନେକ ବିଳମ୍ବ ହେଲାଣି । ଏଣୁ ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ସାରା ଦେଶରେ ଗୋଟିଏ ଶିକ୍ଷା ନିୟମ ଲାଗୁ ହେବ । ରାଜ୍ୟ ସରକାର ବର୍ତ୍ତମାନ ଶିକ୍ଷା ସଂସ୍କାର ନାଁ ରେ ପିଲାଙ୍କ ଭବିଷ୍ୟତ ସହ ଏକ୍ସପେରିମେଂଟ ନ କରିବା ଭଲ । ତେବେ ୭ ବର୍ଷ ହେବ କାହିଁକି ସ୍କୁଲରେ ମିଶିପାରିଲା ନାହିଁ ଯୁକ୍ତ୨ । ଆସନ୍ତା ଶିକ୍ଷାବର୍ଷରୁ ଯଦି ୧୦୦ ସ୍କୁଲରେ ଯୁକ୍ତ୨ ଆରମ୍ଭ ହୁଏ ତେବେ ସ୍କୁଲରେ ଆବଶ୍ୟକୀୟ ଭିତ୍ତିଭୂମୀ ସହ ଶିକ୍ଷକ ଅଛନ୍ତି କି ନାହିଁ ସେ ନେଇ ଉଠିଛି ପ୍ରଶ୍ନ ।
Published by:Soubhagya Mishra
First published: