ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ସ୍କୁଲ ଖୋଲିବା ଦିନଠୁ ଅଧିକ ସଂକ୍ରମିତ ହେଉଛନ୍ତି ପିଲାମାନେ; ଚିନ୍ତାରେ ଅଭିଭାବକ

ରାଜ୍ୟରେ ସ୍କୁଲ ଖୋଲିବା ଦିନଠୁ ଅଧିକ ସଂକ୍ରମିତ ହେଉଛନ୍ତି ପିଲାମାନେ; ଚିନ୍ତାରେ ଅଭିଭାବକ

ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ଅଛି । ବହୁ ଜାଗାରେ ଅକ୍ସିଜେନ ପ୍ଲାଟ କାମ ଚାଲିଛି । ତୃତୀୟ ଲହର ଆସିଲେ ତାହାର ମୁକାବିଲା କରିହେବ । ଆଇସିୟୁରେ ୦.୨% ଶିଶୁ ଚିକିତ୍ସାଧୀନ ଥିବା ବେଳେ ଭେଣ୍ଟିଲେଟରରେ କେହି ପିଲା ନାହାଁନ୍ତି।

ରାଜ୍ୟରେ ସ୍କୁଲ ଖୋଲିବା ଦିନଠୁ ଅଧିକ ସଂକ୍ରମିତ ହେଉଛନ୍ତି ପିଲାମାନେ; ଚିନ୍ତାରେ ଅଭିଭାବକ
ସ୍କୁଲ ଖୋଲିବା ଦିନଠୁ ଅଧିକ ସଂକ୍ରମିତ ହେଉଛନ୍ତି ପିଲାମାନେ
  • News18 Odia
  • Last Updated: September 8, 2021, 11:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin


News18 Odia Digital

ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହେବା ପ୍ରସଙ୍ଗ ବର୍ତ୍ତମାନ ରାଜ୍ୟରେ ଚହଳ ସୃଷ୍ଟି କରିଛି । ଚିନ୍ତାରେ ଅଭିଭାବକ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ କହିଛନ୍ତି ଯେ କାମାକ୍ଷାନଗର ସରକାରୀ ସ୍କୁଲରେ ଜଣେ ଶିକ୍ଷକ ପଜିଟିଭ ବାହାରି ଥିଲେ ହଷ୍ଟେଲ ପିଲାଙ୍କୁ ଟେଷ୍ଟ ପରେ ୧୪ ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିଲା ।ପରେ ସେ ସ୍କୁଲକୁ ବନ୍ଦ କରାଯାଇଥିଲା । ଗଣେଶ ପୂଜା ପରେ ୧୩ ତାରିଖରେ ସେ ସ୍କୁଲ ଖୋଲିବ । ବରଗଡ଼ ଘରୋଇ ସ୍କୁଲରେ ମଧ୍ୟ ୨୧ ଜଣ ପିଲା ସଂକ୍ରମଣ ହୋଇଛନ୍ତି ।ସେ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି । ସେ ଆଶ୍ବସନା ଦେଇ କହିଛନ୍ତି ଆତଙ୍କିତ ହେବାର ଆବଶ୍ୟକତା ନାହିଁ। କରୋନା କଟକଣା ମାନି ଶିକ୍ଷାଦାନ ଚାଲିଛି ଯେଉଁଠି ସମସ୍ୟା ଆସୁଛି ସେଠି ପଦକ୍ଷେପ ନିଆଯାଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ଗତ ୧ ତାରିଖ ଠୁ ୭ ତାରିଖ ପର୍ଯ୍ୟନ୍ତ ୧୮ ବର୍ଷରୁ କମ ସଂକ୍ରମିତଙ୍କ ସଂଖ୍ୟାକୁ ଯଦି ଦେଖାଯାଏ ସେପ୍ଟେମ୍ବର ୧ ତାରିଖରେ ୧୨୫, ୨ ତାରିଖରେ ୧୦୮, ୩ ତାରିଖରେ ୧୨୦, ୪ ତାରିଖରେ ୧୧୮, ୫ ତାରିଖରେ ୧୩୧, ୬ ତାରିଖରେ ୧୨୨, ୭ ତାରିଖରେ ୯୩ ଜଣ ସଂକ୍ରମିତ ହୋଇଥିଲେ ।

ସାତ ଦିନରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୮୧୭ । ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ଦୁଇ ସ୍କୁଲରୁ ୩୪ ଜଣ କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ଅଭିଭାବକଙ୍କ ଚିନ୍ତା ବଢ଼ିଛି ।

ତେବେ ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି, ସେମାନଙ୍କ ମଧ୍ୟରୁ କେତେ ଜଣ ଗୁରୁତର ଅଛନ୍ତି ଦେଖିବାକୁ ପଡ଼ିବ । ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଅଲଗା ବାଟ ନାହିଁ । ଯଦି ଶିଶୁଙ୍କ ପାଖରେ ଲକ୍ଷଣ ରହୁଛି ସ୍କୁଲ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନଙ୍କର ଲକ୍ଷଣ ଅଛି ସେମାନେ ଘରେ ରୁହନ୍ତୁ । ଅଭିଭାବକ ସେମାନଙ୍କ ଯତ୍ନ ନିଅନ୍ତୁ । ସବୁବେଳେ ଆମ ଉପରେ ବିପଦ ରହିଛି । ତେଣୁ ଆମେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର।’’

ଡିଏମ୍‌ଇଟି ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି, "ପିଲାମାନେ କରୋନା କଟକଣା କଡ଼ାକଡ଼ି ପାଳନ କରିବା କଷ୍ଟକର । ସେମାନଙ୍କୁ ଶିକ୍ଷକ ତଥା ଅଭିଭାବକ ଏଥି ନିମନ୍ତେ ପରାମର୍ଶ ଦେବା ଉଚିତ୍। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବାକୁ ସବୁବେଳେ ଚେତାଇ ଦେବା ଉଚିତ୍। ପରିସ୍ଥିତି ବିଗିଡ଼ିଲେ ସ୍କୁଲ ବନ୍ଦ ହେବ । ପିଲାଙ୍କ ଭବିଷ୍ୟତ ପାଇଁ ଅଭିଭାବକ ଓ ଶିକ୍ଷକ ଯତ୍ନବାନ ହେବା ଉଚିତ୍।’’

ଏହା ସହ ସେ ଆହୁରି କହିଛନ୍ତି, ‘‘ପିଲାଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରଥମ ଦାୟିତ୍ୱ ହେଉଛି ଅଭିଭାବକଙ୍କର । ସେମାନେ କିଛି ଲୁଚାଇବା କଥା ନୁହେଁ । ପିଲାଙ୍କ କାଶ, କଫ, ଥଣ୍ଡା ହେଲେ ତୁରନ୍ତ ଜଣାନ୍ତୁ । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।’’

ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ଅଛି । ବହୁ ଜାଗାରେ ଅକ୍ସିଜେନ ପ୍ଲାଟ କାମ ଚାଲିଛି । ତୃତୀୟ ଲହର ଆସିଲେ ତାହାର ମୁକାବିଲା କରିହେବ । ଆଇସିୟୁରେ ୦.୨% ଶିଶୁ ଚିକିତ୍ସାଧୀନ ଥିବା ବେଳେ ଭେଣ୍ଟିଲେଟରରେ କେହି ପିଲା ନାହାଁନ୍ତି। ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ, ଟ୍ୱିନ୍‌ସିଟିରେ ଆର୍ ଭ୍ୟାଲୁ ୧ ପ୍ରତିଶତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
Published by: Lipina Das
First published: September 8, 2021, 11:30 AM IST