ନୂଆପଡ଼ା: ରାସ୍ତା ଉପରେ ପ୍ରେମ ନିବେଦନ କରି ଦୁଇ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କଲା ସ୍କୁଲ୍ କିରାଣୀ

ଛୁରୀ ଆକ୍ରମଣରେ ଦୁଇ କଲେଜ ଛାତ୍ରୀଙ୍କ ଅଣ୍ଟା, ବେକ, କାନ୍ଧ ଓ ଗାଲରେ କ୍ଷତ ସୃଷ୍ଟି ହୋଇଛି । ଉନ୍ମତ୍ତ ଯୁବକକ ଏକତରଫା ପ୍ରେମ କାରଣରୁ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ପୋଲିସ ତାକୁ ଗିରଫ କରିଛି ।

ନୂଆପଡ଼ା: ରାସ୍ତା ଉପରେ ପ୍ରେମ ନିବେଦନ କରି ଦୁଇ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କଲା ସ୍କୁଲ୍ କିରାଣୀ
ପ୍ରାଥମିକ ଚିକିତ୍ସା ପରେ ଦୁଇ ଯୁବତୀ
  • News18 Odia
  • Last Updated: November 4, 2020, 10:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆପଡ଼ା: ପ୍ରେମ ନିବେଦନ କରି ବିଫଳ ହେବା ପରେ ରାସ୍ତା ଉପରେ ଜଣେ କଲେଜ ଛାତ୍ରୀ ଓ ତାଙ୍କ ବାନ୍ଧବୀଙ୍କୁ ଛୁରୀରେ ଆକ୍ରମଣ କରି ଲହୁଲୁହାଣ କରିଦେଇଛି ଜଣେ ବିବାହିତ ଯୁବକ । ଦୁଇ ଯୁବତୀଙ୍କ ଅଣ୍ଟା, ବେକ, କାନ୍ଧ ଓ ଗାଲରେ କ୍ଷତ ସୃଷ୍ଟି ହୋଇଛି । ଉନ୍ମତ୍ତ ଯୁବକକୁ ପୋଲିସ ଗିରଫ କରିଛି ଓ ଦୁଇ ଯୁବତୀଙ୍କୁ ଚିକିତ୍ସା ପାଇଁ ପଠାଇଛି ।

ଏହି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାର ବୋଡେନରେ । ସ୍ଥାନୀୟ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ଛାତ୍ରୀ ଛବି ମାଝି ଓ ପ୍ରୀତି ଜଗତ (ଉଭୟ ନାମ ଛଦ୍ମ) ବଜାରରୁ ଡ୍ରେସ୍‌ କିଣି ଫେରୁଥିବା ବେଳେ ଅଭିଯୁକ୍ତ ଲଳିତ ନାୟକ ତାଙ୍କର ପିଛା କରି ଏହି ଅଭାବନୀୟ କାଣ୍ଡ ଘଟାଇଥିଲା ବୋଲି ଦୁଇ ଯୁବତୀ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

‘‘ଆମେ ଡ୍ରେସ୍‌ କିଣି ଫେରୁଥିବା ବେଳେ ସେ (ଲଳିତ ନାୟକ) ଆମ ପିଛା କଲା । ବାଟରେ ଆମକୁ ଅଟକାଇ ୨୦୦ ଟଙ୍କା ମାଗିଲା । ମୁଁ ବହୁତ ମନା କଲା ପରେ ସେ ଜିଦ୍‌ ଧରିବାରୁ ତାକୁ ଦେଲି ଓ ସେ ପଳେଇଲା । ହେଲେ ଆମେ କିଛି ବାଟ ଆଗକୁ ଯିବା ପରେ ସେ ମଟରସାଇକେଲରେ ପୁଣି ଆସିଲା ଓ ଇଂଲିଶ୍‌ ମିଡିୟମ୍‌ ପାଖରେ ଆମକୁ ଅଟକାଇଲା,’’ କହିଛନ୍ତି ଛବି ।

ଜଣେ ଆହତ ଯୁବତୀ


ଲଳିତ ଏ ଥର ଛବିଙ୍କ ହାତକୁ ଟାଣି ତା’ ସହ ଯିବାକୁ ଜିଦ୍‌ କଲା । ସେ ଛବିକୁ ଭଲପାଏ ବୋଲି କହି ତା’ ସାଙ୍ଗରେ ଯିବାକୁ ଚାପ ପକାଇଲା । ଏହା ଦେଖି ଛବିଙ୍କ ସହ ଥିବା ପ୍ରୀତି ବିରୋଧ କଲେ । ଏଥିରେ ଲଳିତ ଖୁବ୍‌ ରାଗିଗଲା ଓ ପକେଟରୁ ଗୋଟେ ଛୁରୀ ବାହାର କରି ଅତର୍କିତ ଭାବେ ଦୁହିଙ୍କ ଉପରେ ଆକ୍ରମଣ କଲା । ଦୁଇ ଯୁବତୀଙ୍କ ଅଣ୍ଟା, କାନ୍ଧ, ବେକ ଓ ଗାଲରେ ଛୁରୀରେ ସେ କ୍ଷତ ସୃଷ୍ଟି କଲା ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

ପାଖରେ ଥିବା କିଛି ଲୋକ ଦୌଡ଼ି ଆସି ଲଳିତର ଏହି ହିଂସକ କାଣ୍ଡକୁ ରୋକିଥିଲେ ଓ ରକ୍ତାକ୍ତ ହୋଇସାରିଥିବା ଦୁଇ ଯୁବତୀଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟ ଯୁବତୀଙ୍କ ସ୍ଥିତି ସ୍ଥିର ଅଛି ।

ବୋଇରଗାଁ ପଞ୍ଚୟତ ଅନ୍ତର୍ଗତ ଚିକଲଚୁଆଁ ଗାଁର ବାସିନ୍ଦା ଏହି ଦୁଇ ଯୁବତୀ ତା’ପରେ ଲଳିତ ନାୟକ ନାମରେ ଏହି ଘଟଣାକୁ ନେଇ ବୋଡେନ୍‌ ଥାନାରେ ଏକ ଏତାଲା ଦେଇଥିଲେ । ସେହି ଏତାଲାକୁ ଆଧାର କରି ପୋଲିସ ଲଳିତ ନାୟକକୁ ଗିରଫ କରିଛି ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

ଲଳିତ ନାୟକ ସ୍ଥାନୀୟ ବୋଇରଗାଁ ହାଇ ସ୍କୁଲରେ କିରାଣୀ ରୂପେ କାର୍ଯ୍ୟ କରେ ଓ ସେ ବିବାହିତ। ଏହି ଉନ୍ମତ୍ତ କାଣ୍ଡ ସେ କାହିଁକି ଭିଆଇଲା ସେ ବିଷୟରେ ସେ କିଛି କହିନାହିଁ । ପୋଲିସ ତାକୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିଲା ଓ ପରେ ଜେଲକୁ ପଠାଇଦେଇଥିଲା ।



ରାସ୍ତା ଉପରେ ଏହି ଛୁରୀ ଆକ୍ରମଣ ଘଟଣା ବୋଡେନ୍‌ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମହିଳାମାନଙ୍କ ସୁରକ୍ଷା ଉପରେ ସମାଜ ଓ ପୋଲିସ ଆହୁରି ଧ୍ୟାନବାନ ହେବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି ।
Published by: Anand Shankar Thankur Das
First published: November 4, 2020, 9:42 PM IST
corona virus btn
corona virus btn
Loading