ପୁରୀ ବେଳାଭୂମିରେ ଖୋଲାଖୋଲି ଭାବେ ବିକ୍ରି ହେଉଛି ସିଡ୍ୟୁଲ ୧ ସାମୁଦ୍ରିକ ଜୀବ

ଆବଶ୍ୟକ ସଚତେନତା ଅଭାବରୁ ଶଙ୍ଖ, ଶାମୁକା ଭଳି ଜିନିଷ ଖୋଲାଖୋଲି ଭାବେ ପୁରୀ ଓ ଗୋପାଳପୁର ବେଳାଭୂମିରେ ଥିବା ଦୋକାନମାନଙ୍କରେ ବିକ୍ରି ହେଉଛି, ଯାହାକୁ ନେଇ ଚିନ୍ତାରେ ବନ୍ୟଜନ୍ତୁ ପ୍ରେମୀ ଓ ବୈଜ୍ଞାନିକମାନେ ।

ପୁରୀ ବେଳାଭୂମିରେ ଖୋଲାଖୋଲି ଭାବେ ବିକ୍ରି ହେଉଛି ସିଡ୍ୟୁଲ ୧ ସାମୁଦ୍ରିକ ଜୀବ

ପୁରୀ ବେଳାଭୂମିରେ ଖୋଲାଖୋଲି ଭାବେ ବିକ୍ରି ହେଉଛି ସିଡ୍ୟୁଲ ୧ ସାମୁଦ୍ରିକ ଜୀବ

  • News18 Odia
  • Last Updated :
  • Share this:
News18 Odia Digital

ପୁରୀ: ଗୋପାଳପୁର ବେଳାଭୂମି ହେଉ ଅବା ପୁରୀ ବେଳାଭୂମି ଖୋଲାଖୋଲି ଭାବେ ୧୯୭୨ ମସିହା ବନ୍ୟଜନ୍ତୁ ଆଇନର ହେଉଛି ଉଲ୍ଲଙ୍ଘନ । ସବୁଠି ଚାଲିଛି ବିଲୁପ୍ତ ପ୍ରାୟ ସିଡ୍ୟୁଲ୍ ୧ ଜୀବଙ୍କ ବିକ୍ରି ।

ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବରିଷ୍ଠ ବୈଜ୍ଞାନିକ ଅନୀଲ କୁମାର ମହାପାତ୍ର କହିଛନ୍ତି, "ବାଘ, ହାତୀ ଭଳି ସାମୁଦ୍ରିକ ଜୀବମାନେ ସିଡ୍ୟୁଲ୍ ୧ ଶ୍ରେଣୀର ଅନ୍ତର୍ଭୁକ୍ତ । ବିଶେଷ କରି ବିକ୍ରି ହେଉଥିବା ବିଲୁପ୍ତ ପ୍ରାୟ ଜୀବ ନାଉଟିଲସ୍, ହେଲ୍ମେଟ୍ ସେଲ୍ଫ , ଗର୍ଗୋନିଆ ବା ବ୍ଲାକ କୋରାଲ୍ , କୋରାଲ (ହାଡକୋରାଲ), ସି-ଫ୍ୟାନ ଆଦି ସିଡ୍ୟୁଲ୍ ୧ ଶ୍ରେଣୀର ରହିଛନ୍ତି । ଆଉ ଏଥି ପାଇଁ ରହିଥିବା ୧୯୭୨ ମସିହା ବନ୍ୟଜନ୍ତୁ ଆଇନ ଅନୁଯାୟୀ ଖିଲାପକାରୀଙ୍କୁ ଆର୍ଥିକ ଜୋରିମନା ସହ ସାତ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା । ହେଲେ ଆବଶ୍ୟକ ସଚତେନତା ଅଭାବରୁ ଏହା ଶଙ୍ଖ, ଶାମୁକା ଭଳି ଜିନିଷ ଖୋଲାଖୋଲି ଭାବେ ପୁରୀ ଓ ଗୋପାଳପୁର ବେଳାଭୂମିରେ ଥିବା ଦୋକାନମାନଙ୍କରେ ବିକ୍ରି ହେଉଛି । ଏସବୁ ପଡୋଶୀ ତାମିଲନାଡୁ ଓ ଆଣ୍ଡାମାନରୁ ଆସି ବିକ୍ରି କରାଯାଉଛି।’’

୫୦ ବର୍ଷୀୟ ବନ୍ୟପ୍ରାଣୀ ବିଶେଷଜ୍ଞ ଆକାଶ ରଥଙ୍କ ସୁଚନା ଅନୁସାରେ, "ଡବ୍ଳୁଡବ୍ଳୁଏଫ ବା ୱାର୍ଲଡ ୱାଇଡ୍ ଫଣ୍ଡର ତଥ୍ୟ ମୁତାବକ ଭାରତରେ ସମୁଦ୍ର ଜୀବମାନଙ୍କର ସଂଗ୍ରହ ଓ ଅବାଧ ବିକ୍ରିର ମାତ୍ରା ଗତ କିଛି ବର୍ଷ ହେବ ବେଶ ବୃଦ୍ଧି ପାଇଛି । ଯାହାର ପ୍ରତିଫଳନ ଓଡ଼ିଶା ଉପକୂଳରେ ମଧ୍ୟ ପରିଲକ୍ଷିତ ହେଉଛି । ବିଶେଷ କରି ସଫ୍ଟ ଓ ହାର୍ଡ କୋରାଲ ଖୋଲାଖୋଲି ଭାବେ ବିକ୍ରି ହେବା ବନ୍ୟଜନ୍ତୁ ପ୍ରେମୀ ଓ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି।’’

ଶଙ୍ଖ, ଶାମୁକା ଭଳି ଜିନିଷ ଖୋଲାଖୋଲି ଭାବେ ପୁରୀ ଓ ଗୋପାଳପୁର ବେଳାଭୂମିରେ ଥିବା ଦୋକାନମାନଙ୍କରେ ବିକ୍ରି ହେଉଛି


ସମୁଦ୍ର ଜୀବମାନଙ୍କୁ ବିକ୍ରି ଆଦି ଏକ ରାକେଟ କାମ କରୁଥିବା ବେଳେ ତାହାର ଖୋଲାଖୋଲି ଭାବେ ବିକ୍ରି ଓ ରପ୍ତାନୀ ହେଉଥିଲେ ସୁଦ୍ଧା କାହାର ନଜର ନାହିଁ । କାରଣ ଏହି ବିଲୁପ୍ତ ପ୍ରାଣୀଙ୍କ ବିକ୍ରି କେବଳ ଗ୍ରାହକମାନଙ୍କର ଘରସଜ୍ଜା ଓ ଫ୍ୟାସେନବଲ ଆକ୍ସେସୋରିଜ ଓ ପାନିଆ, ବୋତାମ, ଲ୍ୟାମ୍ପସେଡ, କୋରାଲ ଆକ୍ୱାରିୟମ ପାଇଁ ବ୍ୟବହାର କରାଯାଉଛି ।

ମିଳିଥିବା ସୁଚନା ଅନୁଯାୟୀ ୨୦୦୯ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଦେଶରୁ ପ୍ରାୟ ୯୭,୦୦୦ କିଲୋ ସାମୁଦ୍ରିକ ଜୀବ ବେଆଇନ ଭାବେ ବାହାର ଦେଶକୁ ଚାଲାଣ ହୋଇଛି । ଆଉ ଏହା ବନ୍ୟପ୍ରାଣୀ ଆଇନ ଓ ସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛି ।

"ସିଡ୍ୟୁଲ୍ ୧ ଶ୍ରେଣୀର ଜୀବମାନଙ୍କର ବିକ୍ରିକୁ ନେଇ ବାଲୁଖଣ୍ଡ ରେଞ୍ଜ ଅଫିସର ଓ ଅନ୍ୟକର୍ମଚାରୀଙ୍କୁ ନେଇ ଆମେ ପୁରୀ ବେଳା ଭୂମିର ସ୍ୱର୍ଗଦ୍ୱାର ଅଞ୍ଚଳରେ ଚଢ଼ାଉ କରି ଛଅ କିଲୋଗ୍ରାମ ପ୍ରବାଳ ଜବତ କରିଛୁ । ତେବେ ସଚେତନତା ଅଭାବରୁ ସେମାନେ ଏସବୁକୁ ଖୋଲାଖୋଲି ବିକ୍ରି କରୁଛନ୍ତି । ଆଉ ସମସ୍ତ ଜିନିଷକୁ ସେମାନେ ତାମିଲନାଡୁ ଓ ଆଣ୍ଡାମାନରୁ ଆସୁଥିବ ଏଜେଣ୍ଟମାନେ ଆମକୁ ଦେଉଥିବା ସ୍ୱୀକାର କରିଛନ୍ତି । ଆଉ ଏହା ଜାଣିବା ପରେ ଆଉ ବିକ୍ରି କରିବୁ ନାହିଁ ବୋଲି ଦୋକାନୀମାନେ କହିଥିବା,’’ କହିଛନ୍ତି ପୁରୀ ଡିଏଫଓ ରାମାସ୍ୱାମୀ ।

ଭାରତରେ ସମୁଦ୍ର ଜୀବମାନଙ୍କର ସଂଗ୍ରହ ଓ ଅବାଧ ବିକ୍ରିର ମାତ୍ରା ଗତ କିଛି ବର୍ଷ ହେବ ବେଶ ବୃଦ୍ଧି ପାଇଛି 


ଆହୁରି ମଧ୍ୟ ଡିଏଫଓ ରାମାସ୍ୱାମୀ କହିଛନ୍ତି, ‘‘ବର୍ତ୍ତମାନ ସୁଦ୍ଧା କିଛି ସମୁଦ୍ର ଜୀବ ସିଡ୍ୟୁଲ୍ ୧ ଶ୍ରେଣୀର ଅନ୍ତର୍ଭୁକ୍ତ ଥିବା ବେଳେ ଭାରତୀୟ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅଧୀନରେ ଆସୁଛନ୍ତି । ପାଖାପାଖି ୩,୪୦୦ ପ୍ରକାର ସମୁଦ୍ର ଜୀବ ମଧ୍ୟରୁ ୨୪ ପ୍ରଜାତି ଏହି ନିୟମ ଅଧୀନରେ ସଂରକ୍ଷଣ ଓ ସୁରକ୍ଷା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ୨୦୦୯ ରୁ ୨୦୧୯ ମଧ୍ୟରେ ଯେଉଁ ସମୁଦ୍ର ସେଲ୍ଫ ଗୁଡିକ ଜବତ କରାଯାଇଛି ତା ଭିତରୁ ଏକ ତୃତୀୟାଂଶ ସେଲ୍ଫକୁ ପ୍ରଥମ ସ୍ତରର ଅଧିକାରୀମାନେ ଚିହ୍ନଟ କରବାରେ ଅସମର୍ଥ ରହିଥିଲେ । ତଥାପି ଆଗାମୀ ଦିନରେ ବିଶେଷଜ୍ଞ ସହାୟତାରେ ବନ ବିଭାଗକର୍ମଚାରୀ ଓ ସ୍ଥାନୀୟ ବ୍ୟବସାୟୀଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।’’
Published by:Lipina Das
First published: