ନବଙ୍କୁ ଏମିତି ଗୁଳି ମାରିଥିଲେ ଗୋପାଳ; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକୁ ନେଇ ସିନ ରିକ୍ରିଏସନ

ନବ ଦାସ ବସିଥିବା ଗାଡି ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଡିକୁ ମଧ୍ୟ ଅଣାଯାଇଥିଲା । ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା ।

ସିନ ରିକ୍ରିଏସନ

ସିନ ରିକ୍ରିଏସନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Naba Das Death Case: ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସଙ୍କର ସିନ୍ ରିକ୍ରିଏସନ ହୋଇଛି । କ୍ରାଇମସ୍ପଟକୁ ନେଇ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ସିନ୍ ରିକ୍ରିଏସନ କରିଛି। ଏକ ଖେଳନା ବନ୍ଧୁକ ସାହାଯ୍ଯରେ ପୂରା ଘଟଣା ଦେଖାଇଛି ଗୋପାଳ ।

NABA DAS DEATH: ନବଙ୍କ ଆତ୍ମାକୁ ମୋକ୍ଷ ଦେବା ପାଇଁ ଅସ୍ଥି ବିସର୍ଜନ କଲେ ପୁଅ

ବ୍ରଜରାଜନଗରର ଗାନ୍ଧି ଛକକୁ ଗୋପାଳକୁ ନେଇ ଯାଇଥିଲା କ୍ରାଇମବ୍ରାଞ୍ଚ । ସେଠାରେ ସେ କେମିତି ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ତାହା ଦେଖାଇଛି । ପୂର୍ବରୁ ଯେଉଁଭଳି ଭାବେ ମନ୍ତ୍ରୀଙ୍କ ଗାଡି ଥିଲା ସେହିପରି ଏକ ଭାବେ ଗାଡ଼ି ସେଠାରେ ରଖାଯାଇଥିଲା । ନବ ଦାସ ବସିଥିବା ଗାଡି ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗାଡିକୁ ମଧ୍ୟ ଅଣାଯାଇଥିଲା । ନବ ଦାସ ବସିଥିବା ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ବସାଯାଇଥିଲା ।

ରାତି ୧୨ଟାରେ ପୋଲିସ ଫୋର୍ସ ସହିତ ଗୋପାଳକୁ ଓଏସ୍ଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖାଯାଇଥିବାର ଜଣାପଡିଛି। ସେଠାରେ ତାଙ୍କୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁରକ୍ଷାରେ ତାକୁ ନେଇ ଓଏସ୍ଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଇଥିଲା। ଏ ନେଇ ଅଧିକାରୀମାନେ କୌଣସି ଉତ୍ତର ଦେଇନଥିଲେ ।

ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ; ଆଣିଲେ କଡ଼ା ଅଭିଯୋଗ

ଅନ୍ଯପଟେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି କଟକରୁ ଝାରସୁଗୁଡ଼ା ଅଭିମୁଖେ କରିଛନ୍ତି। ତଦନ୍ତର ତଦାରଖ କରିବାକୁ ଜଷ୍ଟିସ ଜେପି ଦାସ ଘଟଣାସ୍ଥଳକୁ ଯିବେ। ତେବେ ଆସନ୍ତାକାଲି ସେ ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ।
Published by:Soumya Das
First published: