SCB ମେଡିକାଲ ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ; ଆରମ୍ଭ ହେଲା ଥାର୍ଡ ସ୍ପେସ ଏଣ୍ଡୋସ୍କୋପି ସର୍ଜରୀ

ଏହି ସର୍ଜରୀ ଅତି ସରଳ ହୋଇଥିବାରୁ, ରୋଗୀଙ୍କୁ ଦୀର୍ଘଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡ଼ିବ ନାହିଁ। ଗୋଟିଏ ଦିନ ଭିତରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ପାରିବ ବୋଲି କହିଛନ୍ତି ଗୁରଗାଓଁ ମେଦାନ୍ତ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ରାଜେଶ ପୁରୀ।

SCB ମେଡିକାଲରେ ଆରମ୍ଭ ହେଲା ଥାର୍ଡ ସ୍ପେସ ଏଣ୍ଡୋସ୍କୋପି ସର୍ଜରୀ

SCB ମେଡିକାଲରେ ଆରମ୍ଭ ହେଲା ଥାର୍ଡ ସ୍ପେସ ଏଣ୍ଡୋସ୍କୋପି ସର୍ଜରୀ

  • Share this:
କଟକ: ଖାଦ୍ୟନଳୀ ଜନିତ ଜଟିଳ ରୋଗ ବା ଆକାଲେସିଆ କାଡ଼ିଆ ରୋଗର (achalasia cardia) ଚିକିତ୍ସା ପାଇଁ ଆଉ ଯିବାକୁ ପଡ଼ିବ ନାହିଁ ବାହାର ରାଜ୍ୟକୁ। ଏଥର କଟକ ଏସ.ସି.ବି. ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜିରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ଥାର୍ଡ ସ୍ପେସ ଏଣ୍ଡୋସ୍କୋପି ସର୍ଜରୀ। ଏହି ସର୍ଜରୀ ଦ୍ୱାରା ଜଣେ ରୋଗୀ ଗୋଟିଏ ଦିନ ଭିତରେ ସୁସ୍ଥ ହୋଇ ଘରକୁ ଫେରି ପାରିବ। ପୂର୍ବରୁ ଏହି ରୋଗର ଚିକିତ୍ସା ପାଇଁ ବାହାର ରାଜ୍ୟ କିମ୍ବା ବଡ଼ ବଡ଼ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଥିଲା । ଆଉ ରୋଗୀକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଡୁଥିଲା।

ଏବେ ଏସ.ସି.ବି.ରେ ଏହି ଚିକିତ୍ସା ସମ୍ପୂର୍ଣ ମାଗଣାରେ ଉପଲବ୍ଧ ହେଉଥିବାରୁ ବହୁ ରୋଗୀ ଏଠାରେ ଉପକୃତ ହୋଇପାରିବେ। ତେବେ ପ୍ରଥମ ଥର ପାଇଁ ଏଭଳି ସର୍ଜରୀ କରାଯାଉ ଥିବାରୁ ଏଥି ପାଇଁ ଗୁରଗାଓଁ ମେଦାନ୍ତ ହସ୍ପିଟାଲର ଏଣ୍ଡୋସ୍କୋପିକ ବିଶେଷଜ୍ଞ ଡାକ୍ତର ରାଜେଶ ପୁରୀଙ୍କ ସହାୟତା ଓ ଏସ.ସି.ବି.ର ବରିଷ୍ଠ ଡାକ୍ତରଙ୍କ ତତ୍ୱବଧାନରେ ପ୍ରଥମ ଦିନରେ ରବିବାର ଦିନ ଅନୁଗୁଳ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ତିନି ଜଣ ରୋଗୀଙ୍କ ଏହି ସର୍ଜରୀ କରାଯାଇଛି। ଆଗାମୀ ଦିନରେ ପ୍ରତି ମାସରେ ଏହି ସର୍ଜରୀ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗର ଡାକ୍ତର ପ୍ରଶାନ୍ତ କୁମାର ପରିଡ଼ା।

ଏହି ସର୍ଜରୀ ଅତି ସରଳ ହୋଇଥିବାରୁ, ରୋଗୀଙ୍କୁ ଦୀର୍ଘଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡ଼ିବ ନାହିଁ। ଗୋଟିଏ ଦିନ ଭିତରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ପାରିବ ବୋଲି କହିଛନ୍ତି ଗୁରଗାଓଁ ମେଦାନ୍ତ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ରାଜେଶ ପୁରୀ।

SCB ମେଡିକାଲ ଇତିହାସରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ


ତେବେ ଆସନ୍ତୁ ଜାଣିବା କଣ ଏହି "ଥାର୍ଡ ସ୍ପେସ ଏଣ୍ଡୋସ୍କୋପି ସର୍ଜରୀ" ? କିଭଳି ଏହା କରାଯାଇଥାଏ। ଥାର୍ଡ ସ୍ପେସ ଏଣ୍ଡୋସ୍କୋପି ସର୍ଜରୀ "ପୋଏମ" ପଦ୍ଧତି ଅର୍ଥାତ ପ୍ରି ଓରାଲ ଏଣ୍ଡୋସ୍କୋପିକ ମାୟୋଟୋମି (pre oral endoscopic myotomy)ଦ୍ୱାରା କରାଯାଇ ଥାଏ। ଯେଉଁ ମାନଙ୍କ ଖାଦ୍ୟ ନଳୀରେ ଗୁରୁତର ସମସ୍ୟା ଥାଏ ଓ ସେମାନଙ୍କ ଖାଦ୍ୟ ଠିକ୍ ଭାବେ ପାକସ୍ଥଳୀକୁ ଯାଇ ପାରେ ନାହିଁ, ଯାହା ଖାଇଲେ ଛାତି ପାଖରେ ଅଟକି ଗଲା ଭଳି ପରିସ୍ଥିତି ସୃଷ୍ଟି ହୁଏ ସେଭଳି କ୍ଷେତ୍ରରେ ଏହି ସର୍ଜରୀ କରାଯାଇଥାଏ। ଏହି ସର୍ଜରୀରେ ପୂର୍ବ ଭଳି ପାରମ୍ପରିକ ଅସ୍ତ୍ରୋପଚାର କରାଯାଏନି ବା ରୋଗୀର ପେଟ ଚିରିବାକୁ ପଡ଼ି ନ ଥାଏ। ଏପରିକି ଲପ୍ରୋସ୍କୋପିକ ସର୍ଜରୀ ଠାରୁ ମଧ୍ୟ ଏହା ଆହୁରି ଉନ୍ନତ୍ ଧରଣର । ନୂଆ ଜ୍ଞାନ କୌଶଳ ଦ୍ୱାରା ପାଟିବାଟେ ଏଣ୍ଡୋସ୍କୋପି ମାଧ୍ୟମରେ ରୋଗୀର ଖାଦ୍ୟ ନଳୀକୁ ଠିକ କରାଯାଇ ପାରିବ ଓ ରୋଗୀ ପୂର୍ବ ଭଳି ସାରା ଜୀବନ ଭଲ ଭାବରେ ଖାଦ୍ୟ ଖାଇପାରିବ। ତେବେ ଏହି ଚିକିତ୍ସା ପଦ୍ଧତିରେ ମାତ୍ର ଗୋଟିଏ ଦିନରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ପାରିବ। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ଯନ୍ତ୍ରପାତି ଓ ଉନ୍ନତ ମାନର ମେସିନ ଯୋଗାଇ ଦେଇଛନ୍ତି ବୋଲି କହିଛନ୍ତି ଏସ.ସି.ବି. ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ ପଣ୍ଡା।

ପ୍ରଥମ ଥର ଏଭଳି ଏକ ବ୍ୟବସ୍ଥାକୁ ନେଇ ରବିବାର ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏସ.ସି.ବି. ମେଡିକାଲର ଅଧିକ୍ଷକ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ,ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଏସ.ପି.ସିଂଙ୍କ ସମତେ ବହୁ ସଂଖ୍ୟକ ଡାକ୍ତର ଯୋଗ ଦେଇଥିଲେ।

ରାଜ୍ୟ ସରକାର ଏସ.ସି.ବି.କୁ ବିଶ୍ୱସ୍ତରୀୟ ମେଡିକାଲ କରାଯିବା ନେଇ ଘୋଷଣା କରିବା ପରେ ଏହି ମେଡିକାଲ କଲେଜ ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିପାରିଛି।
Published by:Lipina Das
First published: