SBI ମିନିମମ୍ ବ୍ୟାଲାନ୍ସ ଆବଶ୍ୟକତା ହଟାଇଲା, ସେଭିଂ ଖାତାରେ ସୁଧ ହାର କମେଇ ୩% କଲା

‘ଗ୍ରାହକ ଆଗେ’ ଆଭିମୁଖ୍ୟକୁ ଧ୍ୟାନରେ ରଖି SBI ଏସ୍.ଏମ୍.ଏସ୍. (SMS) ଚାର୍ଜ ମଧ୍ୟ ଛାଡ କରିଦେଇଛି । ଏହା ସବୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଆରାମ ଆଣିବ। ଦେଶର ଏହି ସର୍ବବୃହତ ବ୍ୟାଙ୍କର ୪୪.୫୧ କୋଟି ସେଭିଂ ଖାତାଧାରୀ ଅଛନ୍ତି ।

SBI ମିନିମମ୍ ବ୍ୟାଲାନ୍ସ ଆବଶ୍ୟକତା ହଟାଇଲା, ସେଭିଂ ଖାତାରେ ସୁଧ ହାର କମେଇ ୩% କଲା
ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ହେଉଛି ଦେଶର ସର୍ବବୃହତ ଋଣଦାତା ।
  • News18 Odia
  • Last Updated: March 11, 2020, 9:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia digital

ମୁମ୍ବାଇ: ଦେଶର ସର୍ବବୃହତ ଋଣଦାତା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (SBI) ଆଜି ଠାରୁ ମିନିମମ୍‌ ବ୍ୟାଲାନ୍ସ ଆବଶ୍ୟକତାକୁ ହଟାଇଦେଇଛି ଓ ସଞ୍ଚୟ ଖାତାରେ (ସେଭିଂ ବ୍ୟାଙ୍କ ଆକାଉଣ୍ଟ) ସୁଧ ହାରକୁ ୩ ପ୍ରତିଶତକୁ ହ୍ରାସ କରିଛି । ଏଥିରୁ ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ସୁଧ ହାର କମ୍‌ ହେବାର ଟ୍ରେଣ୍ଡ୍‌ ଆରମ୍ଭ ହେବାର ସମ୍ଭାବନା ଦେଖାଦେଇଛି । SBIର ୪୪.୫୧ କୋଟି ସେଭିଂ ବ୍ୟାଙ୍କ ଆକାଉଣ୍ଟଧାରୀ ଅଛନ୍ତି ।

ମାର୍କେଟ ଲିଡର ଭାବେ SBIର ସର୍ବନିମ୍ନ ବ୍ୟାଲାନ୍ସର ଆବଶ୍ୟକତା ହଟେଇବା ଓ ସେଭିଂ ଖାତାରେ ସୁଧ ହାର କମ୍‌ କରିବାର ଏହି ଦୁଇଟି ପଦକ୍ଷେପକୁ ଅନ୍ୟ ବ୍ୟାଙ୍କମାନେ ଅନୁସରଣ କରିବାର ସମ୍ଭାବନା ରହିଛି । ଆଜି ଏହା ପୂର୍ବରୁ SBI ନିଜର ସ୍ଥିର ଜମା ହାର (fixed deposit rates) ଓ ଏମ୍‌.ସି.ଏଲ୍‌.ଆର୍‌. (marginal cost of fund-based lending rates) ବି ହ୍ରାସ କରିଥିଲା ।

‘ଗ୍ରାହକ ଆଗେ’ ଆଭିମୁଖ୍ୟକୁ ଧ୍ୟାନରେ ରଖି ବ୍ୟାଙ୍କ ଏସ୍‌.ଏମ୍‌.ଏସ୍‌. (SMS) ଚାର୍ଜ ମଧ୍ୟ ଛାଡ କରିଦେଇଛି । ଏହା ସବୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଆରାମ ଆଣିବ। ‘‘ବ୍ୟାଙ୍କ ଏସବି ଆକାଉଣ୍ଟରେ ସବୁ ପ୍ରକାର ଖାତା ପାଇଁ ବାର୍ଷିକ ଫ୍ଲାଟ୍‌ ୩% ସୁଧ ହାର ଲାଗୁ କରିଛି,’’ ଏକ ବିବୃତ୍ତିରେ SBI କହିଛି ।

ବର୍ତ୍ତମାନ, SB ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ପାଇଁ ସୁଧ ହାର ୩.୨୫% ଓ ୧ ଲକ୍ଷରୁ ଅଧିକ ଜମା ପାଇଁ ୩% ଅଛି । ଏସବିଆଇ କହିଛି ଯେ ସମସ୍ତ 4୪.୫୧ କୋଟି ଏସବି ଆକାଉଣ୍ଟ ପାଇଁ ହାରାହାରି ମାସିକ ବାଲାନ୍ସ (AMB) ର ମେଣ୍ଟେନ୍‌ କରିବାର ଆବଶ୍ୟକତାକୁ ହଟେଇ ଦେବାକୁ ନିଷ୍ପତ୍ତି ନେଇଛି ।

ବର୍ତ୍ତମାନ ଏସବିଆଇର ଗ୍ରାହକଙ୍କ ପାଇଁ ମେଟ୍ରୋ, ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ AMB ଯଥା କ୍ରମେ ₹୩,୦୦୦, ₹୨,୦୦୦ ଓ ₹୧,୦୦୦ ଆବଶ୍ୟକ ଥିଲା । ଏତିକି ବ୍ୟାଲାନ୍ସ ରଖୁ ନ ଥିବା ଗ୍ରାହକଙ୍କ ଉପରେ ବ୍ୟାଙ୍କ ୫ ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଉଥିଲା । ଏପ୍ରିଲ୍ ୨୦୧୭ ରେ SBI ସେଭିଂ ଖାତାରେ ସର୍ବନିମ୍ନ ବାଲାନ୍ସ ଉଲ୍ଲଙ୍ଘନ ପାଇଁ ଜରିମାନାର ପ୍ରାବଧାନ ଆଣିଥିଲା । ସେହି ବର୍ଷ ଅକ୍ଟୋବରରେ ଜରିମାନା ପରିମାଣକୁ ହ୍ରାସ କରିଥିଲା ।

ବିଗତ ଅନେକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାର୍ବଜନୀନ କ୍ଷେତ୍ରର ଏହି ବ୍ୟାଙ୍କ ଖୁଚୁରା ଟର୍ମ ଜମା (୨ କୋଟି ଟଙ୍କାରୁ କମ୍) ପାଇଁ ସୁଧ ହାରକୁ ୧୦ ରୁ ୫୦ ଆଧାର ପଏଣ୍ଟରେ (ବେସିସ୍‌ ପଏଣ୍ଟ୍‌) ହ୍ରାସ କରିଛି । ସାତରୁ ୪୫ ଦିନ ମଧ୍ୟରେ ପରିପକ୍ୱ ହୋଉଥିନା ଫିକ୍ସଡ୍ ଜମା (FD) ପାଇଁ ପୂର୍ବର ୪.୫୦% ପରିବର୍ତ୍ତେ ଏବେ ୪% ସୁଧ ମିଳିବ । ବର୍ଷେ ଓ ତଦୁର୍ଦ୍ଧ୍ୱ ସମୟ ମଧ୍ୟରେ ପରିପକ୍ୱତା ହେଉଥିବା FD ଉପରେ ସୁଧ ହାର ୧୦ ଆଧାର ପଏଣ୍ଟ ହ୍ରାସ କରାଯାଇଛି ।

ବର୍ଷକରୁ ବେଶୀ ମାତ୍ର ଦୁଇ ବର୍ଷରୁ କମ୍ ଅବଧିର FD ପାଇଁ ପୂର୍ବର ୬% ପରିବର୍ତ୍ତେ ଏବେ ୫.୯୦% ସୁଧ ମିଳିବ । ଏହି ଅବଧିରେ ବରିଷ୍ଠ ନାଗରିକଙ୍କ FD ପାଇଁ ପୂର୍ବର ୬.୫୦% ପରିବର୍ତ୍ତେ ୬.୪୦% ସୁଧ ମିଳିବ ।
First published: March 11, 2020, 9:08 PM IST