SBI ଗ୍ରାହକଙ୍କ ଧ୍ୟାନ ଦିଅନ୍ତୁ! ଭୁଲରେ ବି କରନ୍ତୁ ନାହିଁ ଏହି କାମ; ନଚେତ୍ ହୋଇପାରେ ବଡ଼ ଘାଟା, ବ୍ୟାଙ୍କ ସତର୍କ କଲା
ଦେଶରେ ଅନଲାଇନ୍ ଠକେଇ ଓ ସାଇବର ଅପରାଧ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର କୋଟି କୋଟି ଗ୍ରାହକଙ୍କୁ ସତର୍କ ରହିବାକୁ କହିବା ସହ ଏଥିରୁ ରକ୍ଷା ପାଇବା ପାଇଁ କିଛି ଉପାୟ ମଧ୍ୟ କହିଛି ।

SBI ଗ୍ରାହକଙ୍କ ଧ୍ୟାନ ଦିଅନ୍ତୁ!
- News18 Odia
- Last Updated: February 6, 2021, 2:37 PM IST
ନୂଆ ଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର କୋଟି କୋଟି ଗ୍ରାହକଙ୍କୁ କୌଣସି ଏପରି କାର୍ଯ୍ୟ କରିବାକୁ ବାରଣ କରିଛି ଯାହା ଗ୍ରାହକଙ୍କ ଉପରେ ପ୍ରଭାବ ପକାଇବ । କରୋନା ଅବଧି ପରଠାରୁ ଦେଶରେ ଅନଲାଇନ୍ ଠକେଇ ଓ ସାଇବର ଅପରାଧ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଠକେଇକୁ ଏଡାଇବା ପାଇଁ ବ୍ୟାଙ୍କ ଓ ସରକାର ପପ୍ରାୟତଃ ସତର୍କ ସୂଚନା ଜାରି କରନ୍ତି । ବ୍ୟାଙ୍କ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ କିମ୍ବା ମେସେଜିଂ ମାଧ୍ୟମରେ ୪୦୦ ମିଲିୟନରୁ ଅଧିକ ଗ୍ରାହକଙ୍କୁ ଚେତାବନୀ ଦେଇଛି ଓ ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛି ।
ଅନଲାଇନ୍ ଠକେଇରୁ ରକ୍ଷା ପାଇବା ପାଇଁ ଏହି ବିଷୟ ଗୁଡ଼ିକରେ ବିଶେଷ ଧ୍ୟାନ ଦିଅନ୍ତୁ ...
>> ଆପଣଙ୍କ ମୋବାଇଲ୍ ଫୋନକୁ କେବେବି ଅନଲକ୍ କରି ରଖନ୍ତୁ ନାହିଁ
>> ପ୍ରୟୋଗ ଓ ସଂଯୋଗକୁ ସହିତ ଜଡ଼ିତ ଆପ୍ଲିକେସନ ଓ କନେକ୍ସନ ଖୋଲା ରଖନ୍ତୁ ନାହିଁ
>> ଆପଣଙ୍କ ମୋବାଇଲରେ ପାସୱାର୍ଡ, ୟୁଜର ନାମ ପରି ସମ୍ବେଦନଶୀଳ ସୂଚନା ଲେଖି ରଖନ୍ତୁ ନାହିଁ
>> ଭାଇରସ୍ ଧାରଣ କରିଥିବା ଡାଟାକୁ ଅନ୍ୟ ମୋବାଇଲ୍ ଫୋନକୁ ଟ୍ରାନ୍ସଫର କରନ୍ତୁ ନାହିଁ
ଠକାମୀର ଶିକାର ହୋଇଥିଲେ ତୁରନ୍ତ ଏହି କାମ କରନ୍ତୁ
ଏସବିଆଇ ଗ୍ରାହକଙ୍କୁ ଏହା ମଧ୍ୟ କହିଛି ଯେ ଯଦି ସେମାନେ କୌଣସି ପ୍ରକାରେ ସାଇବର ଠକେଇ ଶିକାର ହୁଅନ୍ତି, ତେବେ ସେମାନେ ସରକାରଙ୍କ ଜାତୀୟ ସାଇବର କ୍ରାଇମ ରିପୋର୍ଟ ପୋର୍ଟାଲକୁ ଯାଇ ଅଭିଯୋଗ କରିପାରିବେ । ଏହା ବ୍ୟତୀତ ସଂପୂର୍ଣ୍ଣ ଅଫର / ଘଟଣାର ସବିଶେଷ ତଥ୍ୟ ତୁରନ୍ତ ସ୍ଥାନୀୟ ପୋଲିସ ଅଧିକାରୀ କିମ୍ବା ନିକଟସ୍ଥ ଏସବିଆଇ ଶାଖାକୁ ମଧ୍ୟ ଜଣାନ୍ତୁ ।