News18 Odia Digital
ନୂଆ ଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ଋଣ ପ୍ରଦାନକାରୀ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India, SBI) ନିଜ ଏ.ଟି.ଏମ୍.ରୁ ଓ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇବା ଏବଂ ଚେକ୍ ବୁକ୍ (chequebook) ବ୍ୟବହାର କରିବା ବିଷୟରେ କେତେକ ନିୟମକୁ ପରିବର୍ତ୍ତନ କରୁଛି । ଏହି ପରିବର୍ତ୍ତନ ଅନୁସାରେ ଗ୍ରାହକମାନଙ୍କୁ ଏହି ସବୁ ସେବା ପାଇଁ ଏଣିକି ଶୁଳ୍କ (charge) ଦେବାକୁ ପଡି଼ବ ।
ଏହି ନୂଆ ଶୁଳ୍କ ମୌଳିକ ସଞ୍ଚୟ ଖାତା (basic saving bank account, BSBD) ଥିବା ଗ୍ରାହକମାନଙ୍କ ପାଇଁ ଲାଗୁ ହେବ । ଅନ୍ୟ ଅର୍ଥରେ କହିଲେ ବର୍ତ୍ତମାନ ଗ୍ରାହକମାନଙ୍କୁ ଏସ୍.ବି.ଆଇ.ର ଏ.ଟି.ଏମ୍.ରୁ ନଗଦ ଟଙ୍କା ଉଠାଇବା ଓ ଏକ ନୂଆ ଚେକ୍ ବୁକ୍ ପାଇବା ପାଇଁ ଶୁଳ୍କ ଦେବାକୁ ପଡି଼ବ । ଏହି ନୂଆ ନିୟମ ଆସନ୍ତା ମାସରୁ ଅର୍ଥାତ୍ ଜୁଲାଇ ୨୦୨୧ଠାରୁ କାର୍ଯ୍ୟକାରୀ ହେବ ବୋଲି ବ୍ୟାଙ୍କ ଜଣାଇଛି । ବରିଷ୍ଠ ନାଗରିକମାନେ ଚେକ୍ ବୁକ୍ ଉପରେ ଏହି ନୂଆ ସେବା ଶୁଳ୍କରୁ (service charge) ମୁକ୍ତ ରହିବେ ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୌଳିକ ସଞ୍ଚୟ ଖାତା (Saving Bank Account) ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ଯାହା ଦ୍ୱାରା ଏଥିରେ କୌଣସି ଶୁଳ୍କ ନ ଥିବାରୁ ସେମାନେ ଆକାଉଣ୍ଟ୍ ଖୋଲିବାକୁ ଉତ୍ସାହିତ ହେବେ । ଏହାକୁ ଶୂନ୍ୟ ବାଲାନ୍ସ ସେଭିଂ ଆକାଉଣ୍ଟ (zero balance saving account) ମଧ୍ୟ କୁହାଯାଏ । ଏହି ଖାତାରେ କୌଣସି ସର୍ବନିମ୍ନ କିମ୍ବା ସର୍ବାଧିକ ବ୍ୟାଲାନ୍ସ ରଖିବାର କୌଣସି ସୀମା ବା ନିୟମ ବି ନାହିଁ । ଏହି ଆକାଉଣ୍ଟଧାରୀମାନଙ୍କୁ ଏକ ଏ.ଟି.ଏମ୍.-କମ୍-ଡେବିଟ୍ କାର୍ଡ଼ ବି ମିଳେ । ବୈଧ KYC ଡକ୍ୟୁମେଣ୍ଟ ଦେଖାଇ ଯେକେହି SBIରେ ଏହି ଆକାଉଣ୍ଟ ଖୋଲିପାରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲାଏହି BSBD ଆକାଉଣ୍ଟଧାରୀଙ୍କ ପାଇଁ ପ୍ରତି ମାସରେ ଚାରି ଥର ମାଗଣାରେ ନଗଦ ଟଙ୍କା ଉଠାଇବା ସୁବିଧା ଉପଲବ୍ଧ ହେବ, ଯେଉଁଥିରେ ଏ.ଟି.ଏମ୍. ଓ ବ୍ୟାଙ୍କ୍ ଶାଖା ଅନ୍ତର୍ଭୁକ୍ତ । ମାଗଣା ସୀମା ସରିଯିବା ପରେ ପ୍ରତ୍ୟେକ କାରବାର ଉପରେ ବ୍ୟାଙ୍କ୍ ୧୫ ଟଙ୍କା ସହିତ ଜି.ଏସ୍.ଟି. ମିଶାଇ ଶୁଳ୍କ ଆଦାୟ କରିବ । ଏସ୍.ବି.ଆଇ.ର ଘରୋଇ ଶାଖା (home branch) ଓ ଏ.ଟି.ଏମ୍. ସହ ଅନ୍ୟ ବ୍ୟାଙ୍କର ଏ.ଟି.ଏମ୍.ରୁ ନଗଦ ଟଙ୍କା ଉଠାଇଲେ ଏହି ଶୁଳ୍କ ଲାଗୁ ହେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ ତ କେହି କରିଡରରେ ପଡ଼ିଛିଏବେ ଚେକ୍ ବୁକ୍ ପାଇଁ ଫି ଦେବାକୁ ପଡି଼ବ>> SBI BSBD ଆକାଉଣ୍ଟଧାରୀମାନେ ପ୍ରତ୍ୟେକ ଆର୍ଥିକ ବର୍ଷରେ ୧୦ଟି ଚେକ୍ ପାଇବେ । ଏଣିକି ଏହି ୧୦ଟି ଚେକ୍ ଥିବା ଚେକ୍ ବୁକ୍ ଉପରେ ଏକ ଫି ଦେବାକୁ ପଡି଼ବ । ୧୦ଟି ପୃଷ୍ଠାର ଚେକ୍ ବୁକ୍ ପାଇଁ ବ୍ୟାଙ୍କ ୪୦ ଟଙ୍କା ସହ ଜି.ଏସ୍.ଟି. ମିଶାଇ ଆଦାୟ କରିବ ।
>> ୨୫ଟି ପୃଷ୍ଠାର ଚେକ୍ ବୁକ୍ ପାଇଁ ଏସ୍.ବି.ଆଇ. ୭୫ ଟଙ୍କା ସହ ଜି.ଏସ୍.ଟି. ମିଶାଇ ଆଦାୟ କରିବ ।
>> ଜରୁରୀକାଳୀନ ଚେକ୍ ବୁକର ୧୦ଟି ପୃଷ୍ଠା ପାଇଁ ୫୦ ଟଙ୍କା ସହ ଜି.ଏସ୍.ଟି. ମିଶାଇ ଆଦାୟ କରିବ ବ୍ୟାଙ୍କ୍ ।
>> ବ୍ୟାଙ୍କ୍ ବି.ଏସ୍.ବି.ଡି. ଆକାଉଣ୍ଟଧାରୀଙ୍କଠାରୁ ଘର ଶାଖାରୁ (home branch) ଟଙ୍କା ଉଠାଇବା ପାଇଁ କୌଣସି ଶୁଳ୍କ ନେବ ନାହିଁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ୨ ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା’ଏ.ଟି.ଏମ୍.ରୁ ଟଙ୍କା ଉଠାଇବା ପାଇଁ ଏହି ନିୟମ ଲାଗୁ ହେବଏସ୍.ବି.ଆଇ.ର ଏ.ଟି.ଏମ୍. କିମ୍ବା ବ୍ୟାଙ୍କ ଶାଖାରୁ ଚାରି ଥର ଟଙ୍କା ଉଠାଇବା ପାଇଁ କୌଣସି ଶୁଳ୍କ ଆଦାୟ ହେବ ନାହିଁ । ଏହା ପରେ ନଗଦ ଟଙ୍କା ଉଠାଇବା ଉପରେ ପ୍ରତି ଉଠାଣ ପାଇଁ ୧୫ ଟଙ୍କା ସହ ଜି.ଏସ୍.ଟି. ମିଶାଇ ଆଦାୟ କରାଯିବ ।
ନିକଟରେ ଏସ୍.ବି.ଆଇ. ଚେକ୍ ବ୍ୟବହାର କରି ନଗଦ ଟଙ୍କା ଉଠାଇବା ସୀମାକୁ ଦିନକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ସେଭିଙ୍ଗ୍ ବ୍ୟାଙ୍କ ପାସବୁକ୍ ସହିତ ଟଙ୍କା ଉଠାଣ ଫର୍ମ (cash withdrawal form) ବ୍ୟବହାର କରି ନଗଦ ଟଙ୍କା ଉଠାଇବା ସୀମା ଦିନକୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ତୃତୀୟ ପକ୍ଷର ନଗଦ ପ୍ରତ୍ୟାହାର ସୀମାକୁ ମାସକୁ ୫୦,୦୦୦ ଟଙ୍କା (କେବଳ ଚେକ୍ ବ୍ୟବହାର କରି) ସ୍ଥିର କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।