ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଧାନ କିଣାରେ ଆସିବ ସଂସ୍କାର; ଜମିର ଫିଲ୍ଡ ଭେରିଫିକେସନ ହେବା ସହ କରାଯାଇଛି ସାଟେଲାଇଟ ସର୍ଭେ

ଧାନ କିଣାରେ ଆସିବ ସଂସ୍କାର; ଜମିର ଫିଲ୍ଡ ଭେରିଫିକେସନ ହେବା ସହ କରାଯାଇଛି ସାଟେଲାଇଟ ସର୍ଭେ

ଧାନ କିଣାରେ ଯୋଗାଣ ବିଭାଗ ପକ୍ଷରୁ ନିଆଯାଉଛି ବ୍ୟାପକ ସଂସ୍କାର ମୂଳକ ପଦକ୍ଷେପ। ତିନି ବର୍ଷରେ ପଦାର୍ପଣ କରିଛି ଟୋକନ ସିଷ୍ଟମ। ଆଧାର ଅଥଣ୍ଟିକେସନ ରେଜିଷ୍ଟ୍ରେସନ ସିଷ୍ଟମ ସହିତ ବର୍ତ୍ତମାନ ଇଣ୍ଟର ଆକ୍ଟିଭ ଭଏସ ରେସପନ୍ସ ସିଷ୍ଟମ ବା ଆଇ.ଭି.ଆର.ଏସ.କୁ ଯୋଡ଼ାଯାଇଛି।

ଧାନ କିଣାରେ ଆସିବ ସଂସ୍କାର; ଜମିର ଫିଲ୍ଡ ଭେରିଫିକେସନ ହେବା ସହ କରାଯାଇଛି ସାଟେଲାଇଟ ସର୍ଭେ
ଧାନ କିଣାରେ ଆସିବ ସଂସ୍କାର
  • News18 Odia
  • Last Updated: November 19, 2021, 3:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଧାନ କିଣାରେ ଆସିବ ସଂସ୍କାର । ଦଲାଲ ମୁକ୍ତ ସହ ସ୍ବଚ୍ଛତା ପାଇଁ ସମସ୍ତ ଜମିର ଫିଲ୍ଡ ଭେରିଫିକେସନ ହେବା ସହ କରାଯାଇଛି ସାଟେଲାଇଟ ସର୍ଭେ। ସର୍ଭେରେ ଅଣ-ଧାନ ଚାଷ ପ୍ଲଟ ଚିହ୍ନଟ ହେଉଛି ଆଉ ଧାନ କିଣା ନେଇ ଦଲାଲ ପକେଟକୁ ଯାଉଥିବା ଅର୍ଥ ସଭେ ହେଉଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ୫ଟି ବ୍ୟବସ୍ଥାରେ ସ୍ବଚ୍ଛତା ଅବଲମ୍ବନ କରାଯାଉଥିବା ବେଳେ ଅଧିକ ଚାଷୀ ବ୍ୟବସ୍ଥା ଉପରେ ଭରସା କରୁଛନ୍ତି।

ଧାନ କିଣାରେ ଯୋଗାଣ ବିଭାଗ ପକ୍ଷରୁ ନିଆଯାଉଛି ବ୍ୟାପକ ସଂସ୍କାର ମୂଳକ ପଦକ୍ଷେପ। ତିନି ବର୍ଷରେ ପଦାର୍ପଣ କରିଛି ଟୋକନ ସିଷ୍ଟମ। ଆଧାର ଅଥଣ୍ଟିକେସନ ରେଜିଷ୍ଟ୍ରେସନ ସିଷ୍ଟମ ସହିତ ବର୍ତ୍ତମାନ ଇଣ୍ଟର ଆକ୍ଟିଭ ଭଏସ ରେସପନ୍ସ ସିଷ୍ଟମ ବା ଆଇ.ଭି.ଆର.ଏସ.କୁ ଯୋଡ଼ାଯାଇଛି। ଏହା ଚାଷୀଙ୍କୁ ସାହାଯ୍ୟ କରିବ। ଆଇ.ଭି.ଆର.ଏସ. ହେଉଛି ସ୍ବୟଂ କ୍ରୀୟ କଲ ସେଣ୍ଟର। ୧୯୬୭ ହେଉଛି କଲ ସେଣ୍ଟର ନମ୍ବର। ପୂର୍ବରୁ ଏହି ନମ୍ବରକୁ କଲ କରି ଚାଷୀ ସିଧାସଳଖ କଥା ହେଉଥିବା ବେଳେ ଏଥର ତାକୁ ସ୍ବୟଂ କ୍ରିୟ କରାଯାଇଛି। ପୂର୍ବରୁ ତାକୁ ବଢ଼ାଯାଇଛି। ପୂର୍ବରୁ ୧୦ ଜଣ କାମ କରୁଥିବା ବେଳେ ଥିବାବେଳେ ଏବେ ୩୦ଜଣ କରୁଛନ୍ତି।

ଏହି କଲ୍ ସେଣ୍ଟରରେ ପର୍ବରୁ ୧,୨୩୪ ବ୍ୟବସ୍ଥା ଥିବାବେଳେ ଏବେ ଆଉ ତିନୋଟି ୫ ୬ ୭ ଯୋଡ଼ା ଯାଇଛି । ଚାଷୀ ଯେଉଁ ମୋବାଇଲ ନମ୍ବର ଦେଇ ପଞ୍ଜୀକରଣ କରିଥିବ ସେହି ମୋବାଇଲରୁ କଲ୍ କରି ୫ ନମ୍ବର ବୋଟମ ଦବାଇଲେ ତା'ର କେତେ ପରିମାଣ ଜମି ପଞ୍ଜୀକରଣ ହୋଇଛି ସେ ରେକର୍ଡ ଭଏସରେ ଶୁଣି ପାରିବେ।

୬ରେ ଧାନ କେତେ ବିକିଲାଣି ଓ କେତେ ଧାନ ଆଉ ବିକିବାକୁ ଅଛି ଜାଣିପାରିଵେ। ୭ରେ ଧାନ ବିକିବାର ପ୍ରାପ୍ର୍ୟ ମିଳିଛି ନା ନାହିଁ ଜାଣିପାରିଵେ। ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ‘‘ଯୋଗ୍ୟ ଚାଷୀ ଯେଉଁମାନେ ପଞ୍ଜୀକରଣ କରିଛନ୍ତି ତାଙ୍କୁ ନ୍ୟାୟ ଦେବା କାର୍ୟକ୍ରମ ଯୋଗାଣ ବିଭାଗର। ଗତ ବର୍ଷଠାରୁ ପାଞ୍ଚ ପ୍ରତିଶତ ଅଧିକ ଚାଷୀ ଏଥର ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀଙ୍କୁ ୧୪ ହଜାର ୪୪୪ କୋଟି ଟଙ୍କା ଧାନ କିଣା ବାବଦକୁ ୨୪ ଘଣ୍ଟା ଭିତରେ ଦିଆଯାଇଥିଲା। ଏବର୍ଷ ୧୫ ଲକ୍ଷ ୭୪ ହଜାର ଚାଷୀ ଯାହା ଗତ ବର୍ଷ ତୁଳନାରେ ୫ ପ୍ରତିଶତ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଫାଷ୍ଟ ଇନ୍ ଫାଷ୍ଟ ଆଉଟ ସିଷ୍ଟମରେ ଧାନ କିଣାଯିବ।’’

ଯୋଗାଣ ନିଗମ ଏମଡି ବିଶ୍ଵଜିତ ଦାସ କହିଛନ୍ତି, "ପୁର୍ବରୁ ୫ ପ୍ରତିଶତରୁ ଅଧିକ ଜମିକୁ ଫିଲ୍ଡ ଭେରିଫିକେଶନ ହେଉଥିବା ବେଳେ ଏଥର ଶତ ପ୍ରତିଶତ ଜମିର ଭେରିଫିକେଶନ ହେଉଛି। ଏହି ଭେରିଫିକେସନ ଦ୍ବାରା ବହୁ ଅଣ-ଚାଷ ଜମିକୁ ଦଲାଲମାନଙ୍କ ଦ୍ବାରା ଚାଷ ଜମି ଦର୍ଶାଯାଇଥିବା ଜଣାପଡ଼ିଥିଲା। ଏହା ଦ୍ବାରା ଦେଢ଼ ହଜାର କୋଟି ଟଙ୍କା ସରକାରଙ୍କ ସଭେ ହୋଇଛି। ପ୍ରଥମ ଥର ପାଇଁ ସାଟେଲାଇଟ ଇମେଜରେ ସର୍ଭେ ହୋଇଛି। ଯାହା(ଓଡ଼ିଶା ସ୍ପେଶ ଆପ୍ଲିକେସନ ସେଣ୍ଟର) ଓସାକ ଏଜେନ୍ସି ଦ୍ବାରା କରାଯାଉଛି ଅତ୍ୟନ୍ତ ସୁଫଳ ମିଳିଛି। ସେ ଚିହ୍ନଟ କରିପାରୁଛି ଧାନ ଚାଷ ନା ଆଉ କ'ଣ, କେଉଁଠି ଜଳାଶୟ, ଜଙ୍ଗଲ, ମକାକ୍ଷେତକୁ ରେକର୍ଡ଼ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆମର ୬୮,୦୦୦ ପ୍ଲଟ ଭେରିଫାଇ ହୋଇକି ବାଦ ପଡ଼ିଲାଣି। ଆଉ ଦୁଇ ତିନି ହଜାର ବାଦ ପଡ଼ିବ।’’

ଟୋକନ ଲ୍ୟାପସ ନହେବା ପାଇଁ ଏଥର ଅବଧିକୁ ମାସେ ବଢ଼ାଯାଇଛି। ପ୍ରତି ସପ୍ତାହରେ ଚାଷୀଙ୍କ ପାଖକୁ ମେସେଜ ଯିବ ସେଥିରେ ଧାନ କିଣା ତାରିଖ ଧାର୍ଯ୍ୟ ଥିବ। ବାରମ୍ବାର ଆଲର୍ଟ କରାଯିବ। ଆସନ୍ତା ୨୪ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଇ.ଭି.ଆର.ଏସ. ବ୍ୟବସ୍ଥା ଶୁଭାରମ୍ଭ କରିବା ସହିତ କଲସେଣ୍ଟରର ବୁଲି ଦେଖିଥିଲେ। ଚାଷୀଙ୍କ ପାଇଁ କେତେ ଫାଇଦା ଦେଉଛି ପଚାରି ବୁଝିଥିଲେ।
Published by: Lipina Das
First published: November 19, 2021, 3:33 PM IST