ଆସୁଛି ବର୍ଷର ପ୍ରଥମ ବାତ୍ୟା! କେଉଁ କେଉଁ ରାଜ୍ୟ ହେବ ପ୍ରଭାବିତ, ଆଲର୍ଟ କଲା IMD

ଆଇଏମଡିର ପୂର୍ବାନୁମାନ ଖରା ଦିନିଆ ବାତ୍ୟାକୁ ନେଇ ଛନକା ପଶିଛି । କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା । କେତେ ରହିବ ତୀବ୍ରତା । କେଉଁଠି କରିବ ଲ୍ଯାଣ୍ଡଫଲ ।

ଆଲର୍ଟ କଲା IMD

ଆଲର୍ଟ କଲା IMD

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Cyclone Mocha: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଲଘୁଚାପରେ ପରିଣତ ହୋଇପାରେ । ଆଉ ୮ ତାରିଖରେ ଏହା ଅବପାତରେ ପରିଣତ ହୋଇ ଉତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଆଇଏମଡି ଡିଜି କହିଛନ୍ତି, ବର୍ତ୍ତମାନ ପାଇଁ ଭାରତ କିମ୍ବା ଓଡ଼ିଶା ଉପରେ ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ବା ବିପଦ ନାହିଁ । କିନ୍ତୁ ୭ ତାରିଖ ପରେ ଗଭୀର ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ । ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ସେତେବେଳେ ମତ୍ସ୍ୟଜବୀମାନଙ୍କୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ବା ଗଭୀର ସମୁଦ୍ର ଯିବାକୁ ବାରଣ କରାଯାଇଛି ।...

ଆସନ୍ତୁ ଜାଣିବା ସମ୍ଭାବ୍ୟ ବାତ୍ୟା ନେଇ କଣ କହୁଛି ବିଭିନ୍ନ ପାଣିପାଗ ମଡେଲ । IMDର GFS ମଡେଲ୍‌ ଅନୁଯାୟୀ ମେ ୭ରେ ଦକ୍ଷିଣ ପୂର୍ବ ବଙ୍ଗୋପସଗରରେ ଲଘୁଚାପ ସୃଷ୍ଟି ହୋଇ ୯ ତାରିଖ ସୁଦ୍ଧା ସେହି ସ୍ଥାନରେ ଭୀଷଣ ବାତ୍ୟାରେ ପରିଣତ ହେବ । କ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୧୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସଗରରେ ପହଞ୍ଚିବ । GEFS ମଡେଲ୍ କହୁଛି, ଦକ୍ଷିଣ ବଙ୍ଗୋପ ସାଗରରେ ଆସନ୍ତା ୭ ତାରିଖରେ ଲଘୁଚାପ, ୮ ତାରିଖରେ ଅବପାଟ, ୯ ତାରିଖରେ ବାତ୍ୟା ଏବଂ ୧୦ ତାରିଖରେ ଭୀଷଣ ବାତ୍ୟାର ସମ୍ଭାବନା ରହିଛି । ECMWF ମଡେଲର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୭ ତାରିଖରେ ଲଘୁଚାପ ସୃଷ୍ଟି ହୋଇ ୯ ତାରିଖରେ ଅବପାତରେ ପରିଣତ ହେବ । କ୍ରମଶଃ ଉତ୍ତର ଆଡ଼କୁ ଗତି କରି ଆଣ୍ଡାମାନ ନିକଟରେ ୧୦ ତାରିଖରେ ବାତ୍ୟାର ରୂପ ନେବ । ତେବେ ସବୁ ମଡେଲର ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଉତ୍ତର ଦିଗରେ ଗତି କରି ଶକ୍ତିଶାଳୀ ହେବ ।...

ବରିଷ୍ଠ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ବର୍ତ୍ତମାନ ଯେଉଁ ପାଣିପାଗ ବା ଉପାଦାନ ରହିଛି, ତାହା ବାତ୍ୟାକୁ ଅଧିକ ଶକ୍ତିଶାଳୀ କରିପାରେ । ବିଶେଷ କରି ସମୁଦ୍ର ପତନର ତାପମାତ୍ରା ୩୦ ଡିଗ୍ରୀ ରହିଛି । ଏହା ମିଆଁମାର ପରିବର୍ତ୍ତେ ଭାରତ କିମ୍ବା ବାଂଲାଦେଶ ଆଡ଼କୁ ଗତି କରିପାରେ ବୋଲି ସେ ଅନୁମାନ କରିଛନ୍ତି ।...
Published by:Soumya Das
First published: