ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସରପଞ୍ଚ ପ୍ରଦୀପଙ୍କ ହତ୍ୟା ମାମଲା; ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ

ସରପଞ୍ଚ ପ୍ରଦୀପଙ୍କ ହତ୍ୟା ମାମଲା; ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ଘଟିଥିଲା ଏହି ଘଟଣା । ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଗତ ୫ ତାରିଖରେ ଛଅ ଜଣ ଅଭିଯୁକ୍ତ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ।

ସରପଞ୍ଚ ପ୍ରଦୀପଙ୍କ ହତ୍ୟା ମାମଲା; ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ
ସରପଞ୍ଚ ପ୍ରଦୀପଙ୍କ ହତ୍ୟା ମାମଲା
  • News18 Odia
  • Last Updated: November 15, 2021, 3:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟାକାଣ୍ଡ ଘଟଣାରେ ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡ ଭିଆଇଥିବା ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଛଅ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ପାଞ୍ଚ ଜଣ ଯୁବକ ଥିବା ବେଳେ ଜଣେ ନାବାଳକ ଅଛି । ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ତିନୋଟି ଖଣ୍ଡା, ଦୁଇଟି ଗଜ, ଛଅଟି ମୋବାଇଲ୍ ସମେତ ଦୁଇଟି ଗାଡ଼ିକୁ ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣଙ୍କୁ ରାଜ୍ୟ ବାହାରୁ ଓ ଜଣଙ୍କୁ ରାଉରକେଲାରୁ ପୋଲିସ ଗିରଫ କରିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସାତ ଦିନିଆ ରିମାଣ୍ଡରେ ଆଣି ଅଭିଯୁକ୍ତଙ୍କୁ ପଚାରାଉଚୁରା କରିବା ପରେ ହତ୍ୟାକାଣ୍ଡର ସତାସତ୍ୟ ପଦାକୁ ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ବ୍ରହ୍ମପୁରଏସପି ।

ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ଘଟିଥିଲା ଏହି ଘଟଣା । ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଗତ ୫ ତାରିଖରେ ଛଅ ଜଣ ଅଭିଯୁକ୍ତ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏନେଇ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ବ୍ରହ୍ମପୁର ଏସପିଙ୍କ ସମେତ ଟାଉନ ଏସଡ଼ିପିଓ, ବଡ଼ବଜାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ହତ୍ୟା ଘଟଣାରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ର ମଧ୍ୟ ସହାୟତା ନେଇଥିଲେ । ଟାଉନ ଏସଡ଼ିପିଓଙ୍କ ନେତୃତ୍ବରେ ବଡ଼ବଜାର ଓ ଦିଗପହଣ୍ଡି ଥାନା ଅଧିକାରୀଙ୍କୁ ନେଇ ଦୁଇଟି ଟିମ୍‌ ଗଠନ ହୋଇଥିଲା । ଏହି ଦୁଇଟି ଟିମ୍‌ର ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।

ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଗତ ୫ ତାରିଖରେ ଛଅ ଜଣ ଅଭିଯୁକ୍ତ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ


ପ୍ରଦୀପଙ୍କୁ ହତ୍ୟା ଘଟଣାରେ ଜଣେ ନାବାଳକଙ୍କ ସମେତ ମୋଟ ଛଅ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ହତ୍ୟାରେ ସମ୍ପୃକ୍ତି ଥିବା ଛଅ ଜଣଙ୍କ ସହ ପ୍ରଦୀପଙ୍କ ପୂର୍ବରୁ ଜଣାଶୁଣା ରହିଥିଲା । ସେମାନଙ୍କ ମଧ୍ୟରେ ପୂର୍ବରୁ ବିଭିନ୍ନ କାରଣ ନେଇ ଶତ୍ରୁତା ମଧ୍ୟ ଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଜୟସେନ ସ୍ବାଇଁ, ସାଗର ଗଙ୍ଗା ସ୍ବାଇଁ, ମିଥୁନ କୁମାର ସ୍ବାଇଁ, ନନ୍ଦନ ବେହେରା, କାହ୍ନ ବିଷୋୟୀଙ୍କ ସମେତ ଜଣେ ନାବାଳକ ରହିଛି । ଏହି ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ତିନୋଟି ଖଣ୍ଡା, ଦୁଇଟି ଗଜ, ଦୁଇଟି ବାଇକ ଓ ଛଅଟି ମୋବାଇଲ୍ ଜବତ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ପୀନାକ ମିଶ୍ର।

ଗତ ୫ ତାରିଖ ସକାଳ ସମୟରେ ୭.୩୦ ମିନିଟ୍‌ରେ ସୁକୁଣ୍ଡା ରାସ୍ତାରେ ପ୍ରଦୀପଙ୍କୁ ଏହି ଅଭିଯୁକ୍ତମାନେ ଅଟକାଇବା ପରେ ତାଙ୍କୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ । ଏହାପରେ ଘଟଣା ସ୍ଥଳରେ ହିଁ ପ୍ରଦୀପଙ୍କ ମୃତ୍ୟୁ ହେବା ପରେ ଚମ୍ପଟ ମାରିଥିଲେ ଅଭିଯୁକ୍ତମାନେ। ପ୍ରଦୀପଙ୍କୁ ହତ୍ୟା କରିବା ପରେ ସମସ୍ତ ଅଭିଯୁକ୍ତମାନେ ସହରରୁ ଫେରାର ହୋଇଯାଇଥିଲେ । ବ୍ରହ୍ମପୁର ପୋଲିସ ଅଭିଯୁକ୍ତମାନେ ଅନ୍ୟ ସ୍ଥାନରେ ଲୁଚିଥିବା ନେଇ ଜାଣିବା ପରେ ସେମାନଙ୍କୁ କାବୁ କରିବା ନିମନ୍ତେ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା । ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣଙ୍କୁ ରାଜ୍ୟ ବାହାରରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ରାଉରକେଲାରୁ ଗିରଫ କରାଯାଇଛି।

ଅଭିଯୁକ୍ତଙ୍କ ମଧ୍ୟରେ ମିଥୁନ ସ୍ବାଇଁଙ୍କୁ ପଞ୍ଜାବର ଭଟିଣ୍ଡାରୁ, ସାଗର ଗଙ୍ଗା ସ୍ବାଇଁ, ନନ୍ଦନ ବେହେରାଙ୍କୁ ଦିଲ୍ଲୀରୁ ଓ ଜୟସେନ ସ୍ବାଇଁଙ୍କୁ ରାଉରକେଲାରୁ ପୋଲିସ ଗିରଫ କରିଛି । ସାଗର ଗଙ୍ଗା ସ୍ବାଇଁ, ନନ୍ଦନ ବେହେରା, କାହ୍ନ ବିଷୋୟୀ ଓ ଜଣେ ନାବାଳକ ପ୍ରଦୀପଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ମିଥୁନ କୁମାର ସ୍ବାଇଁ ଓ ଜୟସେନ ସ୍ବାଇଁ ଘଟଣା ସ୍ଥଳରେ ନ ରହି କିଛି ଦୂରରେ ରହି ହତ୍ୟାକାଣ୍ଡ କିଭଳି କରାଯିବ ସେ ନେଇ ଡ଼ାଇଗ୍ରାମ କାଟିଥିଲେ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ପୀନାକ ମିଶ୍ର ।
Published by: Lipina Das
First published: November 15, 2021, 3:13 PM IST