ଜନ ସମ୍ପର୍କ ଯାତ୍ରାରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସର ପିସିସି ସଭାପତି

କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଜନ ସମ୍ପର୍କ ଯାତ୍ରାରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସର ପିସିସି ସଭାପତି

ଜନ ସମ୍ପର୍କ ଯାତ୍ରାରେ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସର ପିସିସି ସଭାପତି

  • Share this:
News18 Odia Digital

ଭୁବନେଶ୍ବର: ଜନ ସମ୍ପର୍କ ଯାତ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ ଦିନରେ ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବାଲେଶ୍ୱର ମାଟି ହେଉଛି ବ୍ୟାସ କବି ଫକୀର ମୋହନଙ୍କର ମାଟି। ଏ ବାଲେଶ୍ୱର ଜିଲ୍ଲା ଧାନ, ପାନ ଓ ମିନର ଜିଲ୍ଲା।

ଆଜି ଓଡ଼ିଶାରେ ଯେଉଁ କିଛି ବୃହତ ଶିଳ୍ପ ଆପଣ ଦେଖୁଛନ୍ତି ତାହା କେବଳ କଂଗ୍ରେସ ସରକାର ସମୟରେ ହିଁ ହୋଇଥିଲା। ସେ ପାରାଦ୍ୱୀପ ବନ୍ଦର ହେଉ କିମ୍ବା ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ନାଲକୋ, ହାଲ, ଗୋଳାବାରୁଦ କାରଖାନା ଠାରୁ ଆରମ୍ଭ କରି ଚିଲିକାରେ ନୌବାହିନୀ ତାଲିମ କେନ୍ଦ୍ର ଇତ୍ୟାଦି ଏହାର ମୁକ ସାଖୀ।

ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ପ୍ରଧାନମନ୍ତ୍ରିତ୍ୱ କାଳରେ ଓଡ଼ିଶାର ଶିଳ୍ପ ବିକାଶ ଓ ଓଡ଼ିଶାର ଭବିଷ୍ୟତର ଇତିହାସ ଲେଖାଯାଇଥିଲା। ସେହିଭଳି ଭାବରେ କଂଗ୍ରେସ ସରକାର ସମୟରେ ରାଜ୍ୟରେ ଶିଳ୍ପର ବାତାବରଣକୁ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଶିଳ୍ପାଞ୍ଚଳ ସୃଷ୍ଟି କରାଯାଇ ବହୁ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା।

ବାଲେଶ୍ୱର ଜିଲ୍ଳାରେ ବିର୍ଲା ଟାୟାର୍ସ, ପୋଲାର ଲାଟେକ୍ସ, ଇସ୍ପାତ ଆଲୱେଜ ଓ ଗ୍ୟାସ ସିଲିଣ୍ଡର ଉତ୍ପାଦନ କାରଖାନା ମଧ୍ୟ କରାଯାଇଥିଲା। ଶିକ୍ଷାର ବିକାଶ ପାଇଁ ଶିଳ୍ପ ତାଲିମ କେନ୍ଦ୍ର ଠାରୁ ଆରମ୍ଭ କରି ବହୁ ନୂଆ କଲେଜ, ବିଦ୍ୟାଳୟ ମାନ ପ୍ରତିଷ୍ଠା କରାଯାଇଥିଲା।

ହେଲେ ଦୁଃଖର କଥା ମୁଖ୍ୟମନ୍ତ୍ରୀ ଦୀର୍ଘ ୧୦ ବର୍ଷ କାଳ ଧରି ଦେଶ ଭିତରେ ଓ ଦେଶ ବାହାରେ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବହୁ ବୈଠକ କରୁଛନ୍ତି। ସରକାର ନିଜେ କହୁଛନ୍ତି ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିଛି କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଏହି ୨୨ ବର୍ଷ ଭିତରେ କେତୋଟି ଶିଳ୍ପ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଶରତ। ଏ ଜିଲ୍ଲାର ବହୁ ଲୋକଙ୍କର ଜୀବନରେଖା ଥିଲା ବିର୍ଲାଟାୟାର୍ସ, ବାଲେଶ୍ୱର, ଇସ୍ପାତ ଆଲୱେଜ ଆଜି ବନ୍ଦ କାହିଁକି। ମୁଖ୍ୟମନ୍ତ୍ରୀ ଏ ଶିଳ୍ପପତିଙ୍କ ସହିତ କେତେଥର ଆଲୋଚନା କରିଛନ୍ତି।

କେତୋଟି କୃଷି ଭିତ୍ତିକ ଶିଳ୍ପ ଏ ଜିଲ୍ଲାରେ ଅଛି। ରାଜ୍ୟ ସରକାର କହିବେ କି ଶୀତଳ ଭଣ୍ଡାର କେଉଁ କେଉଁ ଜାଗାରେ କରିଛନ୍ତି। ଆଜି ସାରା ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀମାନେ ଶହ ଶହ କିଲୋମିଟର ଦୂରକୁ ଯାଉଛନ୍ତି ନିଜର କର୍ମନିଯୁକ୍ତି ପାଇଁ। ୨୨ ବର୍ଷ ପରେ ଓଡ଼ିଶା ଆଜି ସବୁ କ୍ଷେତ୍ରରେ ପଛୁଆ। ଏପରିକି ରୋଜଗାର କ୍ଷେତ୍ରରେ ଆମେ ଝାଡ଼ଖଣ୍ଡ, ବିହାର ଠାରୁ ମଧ୍ୟ ପଛୁଆ। ଏ ଜିଲ୍ଲାର କୃଷକ ଭାଇଙ୍କ କଥା କହିବି ନାହିଁ। ବାରମ୍ବାର ପ୍ରତିଶୃତି ଦିଆଯାଇଥିଲା ଯେ ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ୩୫% ଜଳସେଚନ କରାଯିବ ବୋଲି।

୨୦୦୯ରେ ଦେଇଥିବା ପ୍ରତିଶୃତିକୁ ୨୦୨୨ରେ ବି ପୂରଣ ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଆନ୍ତରିକା ନାହିଁ, ନିଷ୍ଠା ନାହିଁ ରାଜ୍ୟକୁ ଆଗକୁ ନେବା ପାଇଁ। ପ୍ରତିଦିନ ମାଳ ମାଳ ଯୋଜନା ଏତେ ଯୋଜନା ପରେ ମଧ୍ୟ କାହିଁକି ଏ ସମସ୍ତ ଯୋଜନା ରାଜ୍ୟର ଜନଜୀବନର ସାମହିକ ପରିବର୍ତନ କରିପାରିଲା ନାହିଁ। ଗୋଟେ ରାଜ୍ୟର ଭବିଷ୍ୟତ ଜୋତା, ଛତା, ଲାପଟପ, ସାଇକେଲ, ଦୁଇ ହଳ ପୋଷାକ ଓ ଅଣ୍ଡା ଦ୍ୱାରା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ। ଏଥିପାଇଁ ଯୋଜନା ସହିତ ନିଷ୍ଠାର ଆବଶ୍ୟକତା ରହିଛି।

‘‘କଂଗ୍ରେସ ସରକାର ଆସିଲେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ସମସ୍ତଙ୍କୁ ଯୋଗାଇ ଦିଆଯିବ। ଏ ଜିଲ୍ଲାର ନୂଆ ଶିଳ୍ପ ପ୍ରତିଷ୍ଠା କରିବା ସହିତ କୃଷି ବିଶ୍ୱବିଦ୍ୟାଳୟ ତୁରନ୍ତ ସ୍ଥାପନ କରିବୁ। ଆମେ ଯେଉଁ ଏମ୍ସ ହସ୍ପିଟାଲ କରିଥିଲୁ ଏହାକୁ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ହସ୍ପିଟାଲ କରିବୁ। ମୋର କଂଗ୍ରେସ କର୍ମୀ ଭାଇମାନଙ୍କୁ ଓ ନେତୃବର୍ଗଙ୍କୁ ନିବେଦନ ଆମେ ସମସ୍ତେ ସମସ୍ତ ମନମାଳିନ୍ୟକୁ ଭୁଲି ଏକ ହୋଇ କଂଗ୍ରେସକୁ ରାଜ୍ୟ ଶାସନକୁ ଆଣିବୁ,’’ କହିଛନ୍ତି ଶରତ।

ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠୀର ଜେନା, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ଦେବାଶିଷ ପଟ୍ଟନାୟକ, ଅକ୍ଷୟ ଆଚାର୍ଯ୍ୟ, ପିସିସି ଉପସଭାପତି ସୁରେଶ ମହାପାତ୍ର, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନରଞ୍ଜନ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରଜ୍ଞା ମହାନ୍ତି, ମମତା କୁଣ୍ଡୁ, ଚିତ ଷଡ଼ଙ୍ଗୀ, ମନୋଜ ମଞ୍ଜରି ଦେବୀ, ବିଜନ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ସୁଦର୍ଶନ ଦାସ, ସତ୍ୟଶିବ ଦାସ, ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ରଞ୍ଜନ ଦାସ, ଗୌତମ ସାହୁ, ପଦ୍ମାକର ଗୁରୁ ସମେତ ଜିଲ୍ଳାର ସମସ୍ତ ବ୍ଲକ କଂଗ୍ରେସ ସଭାପତି ଗଣ ଓ ଜିଲ୍ଲାର କଂଗ୍ରେସର ଯୁବ ମହିଳା, ଛାତ୍ର କମୀ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିଲେ। ଶେଷରେ ପିସିସି ସମ୍ପାଦକ ଅର୍ଚ୍ଚନା ନନ୍ଦି ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରାରମ୍ଭରେ ପିସିସି ସଭାପତି ପଟ୍ଟନାୟକଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମ କରାଯାଇ ଆଇଟିଆଇ ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା। ଏଠାରେ ସୂଚାଇ ଦେଉଛିକି ଏହିପରି ଜନ ସମ୍ପର୍କ ଯାତ୍ରା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ।
Published by:Lipina Das
First published: