News18 Odia Digital
ଭୁବନେଶ୍ବର: ଆଜି କରୋନା ପ୍ରତିବନ୍ଧକ ମଧ୍ୟରେ ଓଡ଼ିଶାର ଲୋକମାନେ ସରସ୍ୱତୀ ପୂଜା (ବସନ୍ତ ପଞ୍ଚାମୀ) ପାଳନ କରିବେ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଦ୍ୱାରା ଏକ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି।
ଜାରି କରାଯାଇଥିବା ଗାଇଡଲାଇନ୍ ଅନୁଯାୟୀ, ସରସ୍ୱତୀ ପୂଜା ଅବସରରେ ପରିବାର ସଦସ୍ୟଙ୍କ ସହ କେବଳ ରୀତିନୀତି, ପୂଜାପାଠ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଶାରୀରିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଧୋଇବା କିମ୍ବା ହ୍ୟାଣ୍ଡ ସାନିଟାଇଜର ଭଳି କୋଭିଡ ପ୍ରତିବନ୍ଧକକୁ ମଧ୍ୟ ପାଳନ କରିବାକୁ ସେମାନଙ୍କୁ କୁହାଯାଇଛି।
ପ୍ରୋଟୋକଲ ଅନୁଯାୟୀ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣରେ ସରସ୍ୱତୀ ପୂଜାର ଉତ୍ସବକୁ ସମସ୍ତ ଶିକ୍ଷାନୁଷ୍ଠାନରେ ଅନୁମତି ଦିଆଯାଇଛି। ତେବେ ଏହି ଉତ୍ସବକୁ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜା ପାଳନ ହୋଇପାରିବ ନାହିଁ ।
ସେହିପରି ପୂଜା ଓ ଅନ୍ୟ ଉତ୍ସବରେ ଭୋଜି ଭାତର ଆୟୋଜନକୁ ବାରଣ କରାଯାଇଛି। ସେହିଭଳି ସରସ୍ୱତୀ ପୂଜାରେ କୌଣସି ସଙ୍ଗୀତ ଭିତ୍ତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରିବନାହିଁ।
ସେପଟେ ଏହି ଅବସରରେ ଓଡ଼ିଶା ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ମା' ସରସ୍ୱତୀଙ୍କ ଏକ ଆକର୍ଷଣୀୟ ବାଲୁକା କଳା ସୃଷ୍ଟି କରିଛନ୍ତି ଓ ଏହାର ଏକ ଫଟୋ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଆଉ ଯେଉଁଥିରେ ସେ ଲେଖିଛନ୍ତି, “ସମସ୍ତଙ୍କ ପାଇଁ ପ୍ରାର୍ଥନା। ପୁରୀ ବେଳାଭୂମିରେ ସରସ୍ୱତୀ ପୂଜା ଅବସରରେ ମୋର ବାଲୁକା କଳା।”
ସୂଚନାଯୋଗ୍ୟ ଯେ ପୌରାଣିକ କଥା ଅନୁସାରେ ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ ସେତେବେଳେ ପୃଥିବୀ ସମ୍ପୂର୍ଣ୍ଣ ରୁପେ ନିର୍ଜନ ଥିଲା। ଚାରିଆଡ଼େ ଉଦାସୀନତାର ବାତାବରଣ ଥିଲା। ଏହି ଉଦାସୀନତାକୁ ଦୂର କରିବା ପାଇଁ ବ୍ରହ୍ମା ନିଜ କମଣ୍ଡଳରୁ ପାଣି ଛିଞ୍ଚିବା ଆରମ୍ଭ କରିଥିଲେ। ଏହି ଜଳ କଣିକାରୁ ଚର୍ତୁଭୁଜା ଏକ ଶକ୍ତି ପ୍ରକଟ ହେଲା। ଏହି ଶକ୍ତିଙ୍କ ହସ୍ତରେ ବୀଣା, ପୁସ୍ତକ ତଥା ଫୁଲ ମାଳା ଥିଲା। ଭଗବାନ ବ୍ରହ୍ମା ପୃଥିବୀପୃଷ୍ଠରୁ ଉଦାସୀନତାକୁ ଦୂର କରିବା ପାଇଁ ଏହି ଶକ୍ତିଙ୍କୁ ବୀଣାବାଦନ କରିବା ପାଇଁ କହିଲେ। ଏହି ଶକ୍ତିଙ୍କ ବୀଣାରୁ ଯେଭଳି ଭାବରେ ଏକ ବାଣୀ ବଜାଗଲା ପୃଥିବୀ ପୃଷ୍ଠର ସବୁ ଜୀବଜନ୍ତୁ ଉଲ୍ଲାସିତ ହେବାକୁ ଲାଗିଲେ। ସେହିଦିନଟି ଥିଲା ବସନ୍ତ ପଞ୍ଚମୀର ଦିନ। ଏଥି ପାଇଁ ଏହି ଦିନକୁ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜା ରୂପେ ପାଳନ କରାଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।