News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭରତପୁର ଥାନା ଘାଟିକିଆରେ ପତ୍ନୀଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦା ଫାସ କରିଛି କମିଶନରେଟ ପୋଲିସ। ପାରିବରିକ କଳହ ଓ ନିଶା ପାଇଁ ବିଳମ୍ବିତ ରାତିରେ ପତ୍ନୀ ସରସ୍ୱତୀଙ୍କୁ ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ ସଞ୍ଜିତ ଦାସ। ପତ୍ନୀଙ୍କୁ ହତ୍ୟା କରିବା ପରେ ମଧ୍ୟ ସେହି ଘରେ ଥିଲା ଅଭିଯୁକ୍ତ ସ୍ୱାମୀ ସଞ୍ଜିତ।
ସକାଳୁ ୫ ବର୍ଷର ଝିଅ ମା'କୁ ଖୋଜିବାରୁ ବିରକ୍ତ ହୋଇ ସ୍ତ୍ରୀକୁ ମାରିଥିବା ଛୁରୀରେ ଝିଅର ତଣ୍ଟି ଓ ପାଟିକୁ ଆକ୍ରମଣ କରିଥିଲା ରାକ୍ଷସ ବାପା। ଘରୁ ଗଲା ବେଳେ ମା'କୁ ହତ୍ୟାକାଣ୍ଡ ସମ୍ପର୍କରେ କହିଥିବା ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଭରତପୁର ଥାନା ପୋଲିସ।
ବୁଧବାର ରାତିରେ ଘାଟିକିଆରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦା ଫାସ। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରିବା ପରେ ଥାନା ଭିତରେ ପୋଲିସ ଆଗରେ ସତ ମାନିଲା ସଞ୍ଜିତ। ଦୀର୍ଘ ଦିନର ପାରିବାରିକ କଳହ ଓ ନିଶା ପାଇଁ ପତ୍ନୀଙ୍କୁ ବିଭତ୍ସ ହତ୍ୟା କରିଥିବା ପୋଲିସି ଆଗରେ ସତ କହିଛି ହତ୍ୟାକାରି ସ୍ୱାମୀ। ରାତିରେ ସ୍ତ୍ରୀକୁ ହାଣିବା ପରେ ସକାଳେ ହିଁ ଝିଅର ତଣ୍ଟି କାଟିଥିବା କଥା କହିଛି ଅଭିଯୁକ୍ତ। ଘଟଣା ପରେ ଘରୁ ଏଟିଏମ ନେଇ ଗଲା ବେଳେ ନିଜ ବୃଦ୍ଧା ମା'କୁ କହିଥିଲା, ‘‘ତୋ ବୋହୂକୁ ମାରି ଦେଇଛି।’’ ଏବେ ଥାନା ଭିତରେ ଅନୁତାପ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
"ଭୁବନେଶ୍ୱର ଘାଟିକିଆ ସରସ୍ୱତୀ ଦାସ ହତ୍ୟାକାଣ୍ଡ ପଛରେ ରହିଛି ପାରିବାରିକ କଳହ। ଦୀର୍ଘ ଦିନ ହିଁ ନିଶା ପାଇଁ ପରିବାରରେ ଲାଗି ରହିଥିଲା ପ୍ରତିଦିନ କଳହ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁଦିନ ହେଉଥିଲା ଝଗଡା। ଆଉ ବୁଧବାର ରାତିରେ ତାହା ଶେଷ ସୀମାରେ ପହଞ୍ଚି ଥିଲା। ଘଟଣା ରାତି ୨ଟା ରୁ ସାଢ଼େ ୩ ଟା ପର୍ଯ୍ୟନ୍ତ ସଞ୍ଜିତ ଓ ସରସ୍ୱତୀ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ସ୍ୱାମୀ ସଞ୍ଜିତ ଉତକ୍ଷିପ୍ତ ହୋଇ ଘରେ ଥିବା ଛୁରୀରେ ପତ୍ନୀଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବାକୁ ଚେୟାର ଭିତରେ ପଶି ଯାଇଥିଲେ ମୃତ ସରସ୍ବତୀ ହେଲା ଜୀବନ ବଞ୍ଚିବା ଆଗରୁ ଘର ଭିତରେ ଚାଲିଗଲା ଜୀବନ। ସେପଟେ ସକାଳୁ ମା'କୁ ଖୋଜିବାରୁ ସେହି ଛୁରୀରେ ୫ ବର୍ଷ ଝିଅର ତଣ୍ଟି ଓ ପାଟିକୁ କଟିଦେଇଥିଲା ଅଭିଯୁକ୍ତ। ଘରୁ ଏଟିଏମ୍ ନେଇ ଦୋକାନରୁ ମଦ କିଣି ଗାଁ ମୁଣ୍ଡରେ ପିଉଥିବା ବେଳେ ଅଭିଯୁକ୍ତ ସଞ୍ଜିତକୁ ଗିରଫ କରିଥିଲା ଭରତପୁର ଥାନା ପୋଲିସ। ଗିରଫ ପରେ ସେ ସବୁ ସତ କଥା ମାନିଥିଲା,’’ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
ସେପଟେ ଘରୁ ଜବତ ହୋଇଛି ରକ୍ତ ଲଗା ଛୁରି ଓ ଗାମୁଛା। ଯାହା ହତ୍ୟାକାଣ୍ଡରେ ସାମିଲ ଥିଲା। ସାଇଣ୍ଟିଫିକ୍ ଟିମ ଜରିଆରେ ପୋଲିସ ଏବେ ଘଟଣାର ତଦନ୍ତ କରୁଛି। ଆବଶ୍ୟକ ମନେ କଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି କ୍ରାଇମସିନ ରିକ୍ରିଏସନ କରାଯିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ। ସେପଟେ ନିଶା ପାଇଁ ମୁଣ୍ଡ ଗଡୁଥିବାରୁ ଆଗାମୀ ଦିନରେ ନିଶା କାରାବରକୁ ରୋକିବା ପାଇଁ ଅପରେସନ ଜୋରଦାର କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।