News18 Odia Digital
ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଏପରି କରିଛନ୍ତି ସନ୍ତୋଷ ।
ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍ ରୁମ୍ରେ ଆତ୍ମହତ୍ୟା କରିଛନ୍ତି । ସନ୍ତୋଷ ତାଙ୍କ ବାପା ମାଆଙ୍କ ସହ ରହୁଥିଲେ । ସନ୍ତୋଷ ପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ମର୍ଗ ହାଉସରେ ରଖିଛି ।
ସନ୍ତୋଷ ରଶ୍ମିରେଖାକୁ ବିବାହ କରି ଭୁବନେଶ୍ଵର ନୟାପଲ୍ଲୀର ଏକ ଭଡା ଘରେ ରହୁଥିଲେ l ରଶ୍ମିରେଖାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ହେବା ପରେ ସନ୍ତୋଷ ରାଉରକେଲା ନିଜ ଘରକୁ ଚାଲିଆସିଥିଲେ l
ଏହାପୂର୍ବରୁ ଜୁନ୍ ୧୮ରେ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିର ଏକ ଭଡା ଘରୁ ଝୁଲନ୍ତା ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ମୁଁ ମରିଗଲି ବୋଲି ମୋ ବାପା-ମା’ ଅନ୍ୟ କାହାକୁ ଏଥିପାଇଁ ଦାୟୀ କରନ୍ତୁ ଏ କଥା ମୁଁ ଚାହୁଁନି... ବୋଲି ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଥିଲା ପୋଲିସ୍ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।